ଏହି କଥାରେ ରାଗିଯାନ୍ତି ମାଧୁରୀ, ଖୁଲାସା କଲେ ଅନିଲ କପୁର

ମୁମ୍ବାଇ,୧୮।୨(ଏଜେନ୍ସି): ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ସମ୍ପର୍କରେ କିଛି ଅଜଣା କଥା ଖୋଲିଛନ୍ତି ଅନିଲ କପୁର।  ’ଦ କପିଲ ଶର୍ମା ଶୋ’ରେ  ଗତ ଶନିବାର-ରବିବାର ’ଟୋଲାଲ ଧମାଲ’ ଟିମକୁ ଯୋରଦାର ମସ୍ତି ମୁଡରେ ଦେଖିବାକୁ ମିଳିଥିଲା। ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ ଅନିଲ କପୁର, ମାଧୁରୀ ଦୀକ୍ଷିତ, ଅଜୟ ଦେବଗନ, ରିତେଶ ଦେଶମୁଖ ଓ ଫିଲ୍ମ ନିର୍ଦେଶକ ଇନ୍ଦ୍ର କୁମାର। ଏହି ସମୟରେ ଅନିଲ କାପୁରଙ୍କୁ କପିଲ ତାଙ୍କ କୋ-ଷ୍ଟାର ମାଧୁରୀଙ୍କ ସମ୍ପର୍କରେ କିଛି ପ୍ରଶ୍ନ  ପଚାରିଥିଲେ । କପିଲ କହିଥିଲେ ସାର, ଆପଣ ମାଧୁରୀ ମାଡ୍ୟାମଙ୍କ ସହ  ୧୭ଟି ଫିଲ୍ମରେ କାମ କରିସାରିଛନ୍ତି। ଏବେ ଆଉ ଏକ ଫିଲ୍ମ ଆସୁଛି।  ଏତେ ଦିନ କାମ କରିବା ଭିତରେ ଆପଣ ପରସ୍ପରକୁ ଖୁବ୍ ଭଲ ଭାବରେ ଜାଣିପାରିଥିବେ। ତେଣୁ ଜଣେ ଅନ୍ୟ ଜଣଙ୍କ ବିଷୟରେ ଏଭଳି କିଛି କଥା କୁହନ୍ତୁ ଯାହାକୁ ଅନ୍ୟ କେହି ଜାଣିନଥିବେ। ଏହି ପ୍ରଶ୍ନ ଶୁଣି ମାଧୁରୀ କହିଥିଲେ ମୋତେ ଜଣାଅଛି କିନ୍ତୁ ପ୍ରଥମେ ଅନିଲ କୁହନ୍ତୁ। ଏହାପରେ ଅନିଲ କପୁର କହିଥିଲେ ଲେଡିସ୍ ଫାର୍ଷ୍ଟ।  ମାଧୁରୀ କହିଥିଲେ ଅନିଲଙ୍କର ଗୋଟେ ଭିନ୍ନ ଅଭ୍ୟାସ ରହିଛି। ସେ କେବେ ନିଜର ପ୍ଳେଟରୁ ଖାଆନ୍ତି ନାହିଁ। ଯେତେବେଳେ ଆମେ ସବୁ ଲଞ୍ଚ କରିବାକୁ ବସୁ ସେତେବେଳେ ସେ ସମସ୍ତଙ୍କ ପ୍ଲେଟରେ ଖାଇବା ଚେକ୍ କରନ୍ତି। କେବଳ ସେତିକି ନୁହେଁ ବୁଲିବୁଲି ମଧ୍ୟ ଖାଆନ୍ତି। ଏହାପରେ ଅନିଲ କହିଥିଲେ ମାଧୁରୀ ସବୁବେଳେ ପ୍ରାୟ ଶାନ୍ତ ରୁହନ୍ତି। କିନ୍ତୁ ଗୋଟିଏ କଥାରେ ସେ ନିଜ ରାଗକୁ ସମ୍ଭାଳି ପାରନ୍ତି  ନାହିଁ। ତାହା ହେଲା ଲଞ୍ଚ ଟାଇମରେ ତାଙ୍କୁ ଯଦି ଖାଇବାକୁ ନମିଳେ ତେବେ ରାଗି ଯାଆନ୍ତି।