ଜେଲରେ ଥିବା ସମୟରେ ଓକିଲାତି ପରୀକ୍ଷା ଦେଇଥିଲେ ଜେଟଲୀ,ଜାଣନ୍ତୁ କ’ଣ ପାଇଁ ଯିବାକୁ ପଡିଥିଲା ଜେଲ୍

ନୂଆଦିଲ୍ଲୀ,୨୫।୮: ମୋଦି ସରକାରଙ୍କ ‘ସଙ୍କଟ ମୋଚନ’ ଓ ରାଷ୍ଟ୍ରୀୟ ରାଜନୀତିର ଚାଣକ୍ୟ ନାମରେ ପରିଚିତ ଅରୁଣ ଜେଟଲିଙ୍କର ଗତକାଲି ମଧ୍ୟାହ୍ନରେ ଏମ୍ସରେ ଦେହାନ୍ତ ହୋଇଥିଲା। ଜେଟଲୀଙ୍କ ଏହି ପରଲୋକ ପରେ ବିଜେପି ସହିତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଜଣେ ଓକିଲ ଓ ରାଜନେତା ଭାବରେ ଜେଟଲୀଙ୍କର ଦକ୍ଷତା ଦଳକୁ ଖୁବ୍ ସୁଦୃଢ କରିପାରିଥିଲା। ଜେଟଲୀଙ୍କ ସମ୍ପର୍କରେ କହିବାକୁ ଯାଇ ବିଜେପିର ମହାସଚିବ ଭୁପେନ୍ଦ୍ର ଯାଦବ ତାଙ୍କ ଜୀବନି ସମ୍ପର୍କରେ ଏକ ଅଜଣା କଥା କହିଛନ୍ତି। ତାହା ହେଲା ଜେଟଲୀ ଜେଲରେ ଥିବା ବେଳେ ଓକିଲାତି ପାଇଁ ପରୀକ୍ଷା ଦେଇଥିଲେ।

ଭୁପେନ୍ଦ୍ରଙ୍କ କହିବା ଅନୁସାରେ,ଜେଟଲୀ ତାଙ୍କର ରାଜନୈତିକ ଜୀବନର ଆରମ୍ଭ ଜଣେ ଛାତ୍ରସଂଘର ନେତା ଭାବରେ କରିଥିଲେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିବା ବେଳେ ଛାତ୍ରନେତା ଭାବରେ ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇଥିଲେ ଜେଟଲୀ। ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା। ତେବେ ଜେଲରେ ଥିବା ସମୟରେ  ସେ ଓକିଲାତି ପରୀକ୍ଷା ଦେଇଥିଲେ। ଏହା ତାଙ୍କର ଜୀବନର ସଂଘର୍ଷପୂର୍ଣ୍ଣ ଏବଂ ମହତ୍ତ୍ବପୂର୍ଣ୍ଣ ସମୟ ଥିଲା। ସେ ଜଣେ ଅଦ୍ଭୁତ ମେଧାଶକ୍ତି ସମ୍ପନ୍ନ ବ୍ୟକ୍ତି ଥିଲେ ବୋଲି କହିଛନ୍ତି ଭୁପେନ୍ଦ୍ର।

   ସମ୍ବନ୍ଧିତ ଖବର


ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ବଡ଼ ଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ୍‌ – ଆଖିରେ କରିଥିଲେ ଟାଟୁ , ହୋଇଗଲେ ଅନ୍ଧ

ପୋଲିସ ଧକ୍କା ଦେଇ ତଳେ ପକାଇବା ପରେ ଲାଠିରେ ମାଡ ମାରିଥିଲା: ରାହୁଲ

ରାହୁଲ ଗାନ୍ଧୀ ଗିରଫ, ପୋଲିସ-କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧି, ହାଥରସ୍ ଯିବା ପୂର୍ବରୁ ରାହୁଲ-ପ୍ରିୟଙ୍କା ଗିରଫ