ଲୁଡୋ ଖେଳୁଥିବା ସମୟରେ ହେଲା କାଶ, ସାଙ୍ଗମାନେ କହିଲେ- ତୁମକୁ କରୋନା ହୋଇଛି, ତା’ପରେ ଯାହା ଘଟିଲା….

ନୂଆଦିଲ୍ଲୀ ୧୫।୪ : କରୋନାକୁ ନେଇ ଲୋକମାନେ ଭିତରେ ଭିତରେ ଯେଉଁ ପ୍ରକାର ଭୟ କରୁଛନ୍ତି ତାହା ଆପଣ ଗତ ରାତିରେ ଗ୍ରେଟର ନୋଏଡାରେ ଘଟିଥିବା ଏକ ଘଟଣାରୁ ବୁଝିପାରିବେ । ଖେଳ ଖେଳରେ କଥା ଏତେ ବିଗିଡ଼ିଗଲା ଯେ ତାହା ଗୁଳି ପର୍ଯ୍ୟନ୍ତ ଚାଲିଗଲା। କେବେଳ ସେତିକି ନୁହେଁ ସେହି ଗୁଳିରେ ଜଣେ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ପହଂଚିଲେ। ଏହି ଘଟଣା ଜାର୍କର ଦୟନଗର ଗ୍ରାମରେ ଘଟିଛି।

ମିଳିଥିବା ସୂଚନାନୁସାରେ, ରାତି ପ୍ରାୟ ୯ ଟା ସମୟରେ ଗ୍ରେଟର ନୋଏଡାର ଜରାଚା ଅଞ୍ଚଳର ଏକ ମନ୍ଦିରରେ ଚାରି ଜଣ ଲୋକ ଲୁଡୋ ଖେଳୁଥିଲେ । ଏହି ସମୟରେ ଜଣେ ଯୁବକ କାଶୁ ଥିଲେ ଏବଂ ଅନ୍ୟ ଜଣେ ଯୁବକ ଥଟ୍ଟାରେ କହିଥିଲେ ଯେ ତୁମକୁ କରୋନା ହୋଇଛି।

କାଶୁଥିବା ଯୁବକ ଜଣକ କ୍ରୋଧିତ ହୋଇ ବନ୍ଧୁକରେ ନିଜ ବନ୍ଧୁଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ତାଙ୍କ ଗୋଡରେ ବାଜିବାରୁ ସେ ତଳେ ପଡ଼ିଯାଇଥିଲେ। ଲୋକମାନେ ଗୁଳିର ଶବ୍ଦ ଶୁଣି ଏକତ୍ରିତ ହୋଇ ଆହତ ଯୁବକଙ୍କୁ ଗ୍ରେଟର ନୋଏଡାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ଗୁଳି ଚଳାଇବା ପରେ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସତର୍କତାମୂଳକ ପଦକ୍ଷେପ ଭାବରେ ଗାଁରେ  ପୋଲିସ ଫୋର୍ସ ମୁତୟନ କରାଯାଇଛି।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର