ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଭାରତ ଉପରେ ବଡ଼ ଅଭିଯୋଗ କଲେ ଜୋ ବାଇଡେନ୍ , ଏବେ ଡ୍ୟାମେଜ୍‌ କଣ୍ଟ୍ରୋଲରେ ଆମେରିକା

ୱାଶିଂଟନ : ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଭାରତ ଉପରେ ବଡ଼ ଅଭିଯୋଗ ଲଗେଇବା ପରେ ଏବେ ଆମେରିକା ଡ୍ୟାମେଡ୍‌ କଣ୍ଟ୍ରୋଲ ମୋଡ୍‌ରେ। ଉଲ୍ଲେଖନୀୟ ଯେ ଗୋଟିଏ ଦିନ ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ କି, ଭାରତ , ଜାପାନ , ରୁଷ ଓ ଚୀନ୍‌ ସେହି ଦେଶ ଯିଏ ବିଦେଶୀଙ୍କ ଉପରେ ଦ୍ୱେଷ ଭାବ ରଖିଥାନ୍ତି। ସେ କହିଛନ୍ତି ଯେ, ଆମେରିକା ପରି ଏଥିରୁ କୌଣସି ଦେଶ ଅଣପ୍ରବାସୀଙ୍କର ସ୍ୱାଗତ କରେ ନାହିଁ। ବାଇଡେନ୍‌ ଭାରତକୁ ଜେନୋଫୋବିକ୍‌ କହିଥିଲେ। ଏଠାରେ ଜେନୋଫୋବିକର ଅର୍ଥ ବାହାର ଲୋକଙ୍କୁ ଡ଼ରିବା। ଅର୍ଥାତ୍‌ ବାଇଡେନ୍‌ କହିବାକୁ ଚାହୁଁ ଥିଲେ ଯେ, ଭାରତକୁ ବାହାର ଦେଶର ଲୋକଙ୍କୁ ଡ଼ର ଲାଗେ, ଏଥିପାଇଁ ସେ ତାଙ୍କୁ ନିଜର ଏଠାରେ ରହିବାକୁ ଆଶ୍ରୟ ଦେଇ ନଥାଏ। ଏବେ ଆମେରିକା ଏହି ବୟାନରେ ଦେଇଛି ସଫେଇ। 

ରାଷ୍ଟ୍ରପତିଙ୍କ ଅଫିସିଆଲି ଆବାସ ଏବଂ କାର୍ଯ୍ୟାଳୟ ହ୍ୱାଇଟ୍‌ ହାଉସ୍‌ ରୁଷ୍‌, ଚୀନ , ଭାରତ ଓ ଜାପାନକୁ ବିଦେଶୀଙ୍କୁ ଦ୍ୱେଷ ଭାବ  କଥା କହିବା ସମ୍ୱନ୍ଧରେ ବାଇଡେନ୍‌ଙ୍କ ବୟାନର ରକ୍ଷା କରି କହିଛି କି, ଆମେରିକା ଅଣପ୍ରବାସୀଙ୍କ ଦେଶ ଏବଂ ଆଉ କୌଣସି ଅନ୍ୟ ଦେଶ ଅଣପ୍ରବାସୀଙ୍କୁ ଏହିପରି ସ୍ୱାଗତ କରନ୍ତି ନାହିଁ, ଯେମିତି ଆମେରିକା କରିଥାଏ। ଉଲ୍ଲେଖନୀୟ ଯେ,ଭାରତ ଓ ଜାପାନ କ୍ୱାଡର ସଦସ୍ୟ। ଏହି ଚାରି ସଦସ୍ୟ ବିଶିଷ୍ଟ ରଣନୀତିକ ଗ୍ରୁପ୍‌ରେ ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟ ସାମିଲ ଅଛି। 

ହ୍ୱାଇଟ୍‌ ହାଉସ୍‌ର ପ୍ରେସ୍‌ ସଚିବ କୈରିନ୍‌ ଜିନ୍‌-ପିୟରିଙ୍କୁ ଯେବେ ବାଇଡେନ୍‌ଙ୍କ ଦ୍ୱାରା ବୁଧବାର ଏକା କାର୍ଯ୍ୟକ୍ରମରେ କୁହାଯାଇ ଥିବା ଏହି ଟିପ୍ପଣୀ ବିଷୟରେ ପ୍ରଶ୍ନ କରାଗଲା , ସେ କହିଥିଲେ ଯେ, ରାଷ୍ଟ୍ରପତି ଏକ ବ୍ୟାପକ ବିନ୍ଦୁ ଉପରେ କଥା ହେଉଥିଲେ। ସେ ଗୁରୁବାର ନିଜର ଦୈନିକ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ, ଆମର ସହଯୋଗୀ ଓ ସାଥି ବହୁତ ଭଲ ଭାବେ ଜାଣିଥାନ୍ତି କି, ରାଷ୍ଟ୍ରପତି ତାଙ୍କର କେତେ ସମ୍ମାନ କରି ଥାନ୍ତି। ପିୟରେ କହିଛନ୍ତି , ଜାପାନର ସନ୍ଦର୍ଭରେ ଯେମିତି କି, ଆପଣ ଜାଣିଥାନ୍ତି କି ସେ (ଜାପାନ) ଏବେ ଏଠାରେ ରାଜକୀୟ ଗସ୍ତରେ ଆସି ଥିଲେ। ଆମେରିକା ଓ ଜାପାନର ସମ୍ୱନ୍ଧ ମହତ୍ତ୍ୱପୂର୍ଣ୍ଣ। ଏହା ଗଭୀର ଓ ସ୍ଥାୟୀ ଗଠବନ୍ଧନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.