ପୁଣି ବଦଳିଗଲା କି ଆମେରିକାର ମନୋଭାବ ? ଟ୍ୱିଟରରେ ହ୍ବାଇଟ ହାଉସ ମୋଦୀଙ୍କୁ କଲା ଅନଫଲୋ

ନୂଆଦିଲ୍ଲୀ ୨୯।୪ କରୋନା ଭାଇରସ ମହାସଙ୍କଟ ମଧ୍ୟରେ ଯେତେବେଳେ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧର ସାହାଯ୍ୟର ଆବଶ୍ୟକ ଥିଲା, ସେତେବେଳେ ଭାରତ ଆଗକୁ ବଢ଼ି ଏହାକୁ ସାହାଯ୍ୟ କଲା। କିଛି ଦିନ ପରେ ହ୍ବାଇଟ ହାଉସ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଭାରତର ୬ ଟ୍ୱିଟର ହ୍ୟାଣ୍ଡେଲଙ୍କୁ ଅନଫଲୋ କରିବା ଆରମ୍ଭ କରିଥିଲା। କିନ୍ତୁ ବର୍ତ୍ତମାନ କିଛି ଦିନ ପରେ ହ୍ବାଇଟ ହାଉସ୍ ପୁଣି ଥରେ ଏହି ସବୁ ହ୍ୟାଣ୍ଡେଲଗୁଡିକୁ ଅନଫଲୋ କରିଦେଇଛି।

ଯେତେବେଳେ କରୋନା ଭାଇରସ ସହିତ ଲଢ଼ିବା ପାଇଁ ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଦେବାକୁ ସ୍ଥିର କଲା, ଏହା ପରେ ଏପ୍ରିଲ୍ ୧୦ରେ, ହ୍ବାଇଟ ହାଉସର ଟ୍ୱିଟର ହ୍ୟାଣ୍ଡେଲ ଅନେକ ଭାରତୀୟ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରିଥିଲେ। ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟପତି ଭବନ, ଆମେରିକାର ଭାରତୀୟ ଦୂତାବାସ ଏବଂ ଭାରତରେ ଆମେରିକାର ଦୂତାବାସ ଅନ୍ତର୍ଭୁକ୍ତ। ଏମାନଙ୍କ ବ୍ୟତୀତ ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନ୍ ଜଷ୍ଟରଙ୍କୁ ମଧ୍ୟ ଫଲୋ କରାଯାଇଥିଲା।

ଏସବୁ ସହିତ ହ୍ବାଇଟ ହାଉସ ଦ୍ବାରା ଫଲୋ କରାଯାଇଥିବା ଲୋକଙ୍କ ସଂଖ୍ୟା ୧୯ ହୋଇଯାଇଥିଲା, ଯେଉଁଥିରେ ସମସ୍ତ ବିଦେଶୀ ହ୍ୟାଣ୍ଡେଲ ଭାରତ ସହିତ ସମ୍ପର୍କ ରଖିଥିଲେ। ବର୍ତ୍ତମାନ କିଛି ଦିନ ପରେ ହ୍ବାଇଟ ହାଉସ୍ ଏହି ସମସ୍ତ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରି କେବଳ ଆମେରିକା ପ୍ରଶାସନ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡିତ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରିବା ଆରମ୍ଭ କରିଛି। ହ୍ବାଇଟ ହାଉସ୍ ବର୍ତ୍ତମାନ କେବଳ ୧୩ଟି ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରୁଛି। ସୋସିଆଲ ମିଡିଆରେ ଏହା ଉପରେ ଅନେକ ଆଲୋଚନା ଏବଂ କଳ୍ପନାଜଳ୍ପନା ଆରମ୍ଭ ହୋଇଛି  ଏବଂ ପୂର୍ବରୁ ଫଲୋ କରାଯାଇଥିଲା।

ଉଲ୍ଲେଖନୀୟ ଯେ, ଭାରତ ବଡ଼ ସଂଖ୍ୟାରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧକୁ ଆମେରିକା ଦେଇଥିଲା। ତେବେ ନିକଟରେ ଆମେରିକାରୁ ଏକ ରିପୋର୍ଟ ଆସିଥିଲା ​​ଯେ, କରୋନା ବିପକ୍ଷରେ ଲଢ଼େଇରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଯେତିକି ପ୍ରଭାବ ପକାଇଥିଲା ତାହା ଆଶା କରାଯାଇନଥିଲା ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’