ପ୍ରମୁଖ ଖବର
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀ ନା ଘୋଷଣା
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ବିରଳ ପ୍ରଜାତିର ଚିତି ସାପ ଉଦ୍ଧାର

ରାଜକନିକା,୨୫/୦୮: ଭିତରକନିକା ବନ୍ୟପ୍ରାଣୀ ବିଭାଗ ସନ୍ନିକଟ ରାଜକନିକା ଥାନା ଅନ୍ତର୍ଗତ ଗାଙ୍ଗପୁର ଗାଁରୁ ଏକ ବିରଳ ପ୍ରଜାତିର ଧଳା ଚିତି ସାପ ଛୁଆ ଉଦ୍ଧାର କରାଯାଇଛି । ସାପଟିର ଲମ୍ବ ପ୍ରାୟ ଦେଢ଼ଫୁଟ ହୋଇଥିବା ବେଳେ ଏହା ଚିତି ପ୍ରଜାତିର ବୋଲି ବନ ବିଭାଗ ସୂଚନା ଦେଇଛି । ସାପଟିକୁ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସଦସ୍ୟମାନେ ଉଦ୍ଧାର କରିବା ପରେ ଏହାକୁ ଗାଁଠାରୁ ୧୦ କିମି ଦୂର ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗାଁର ତପନ ଜେନା ନାମକ ଜଣେ ଯୁବକ ସାପମାନଙ୍କୁ ଧରିବା ସହିତ ବିଭିନ୍ନ ସାପର ପ୍ରଜାତି, ବଂଶବୃଦ୍ଧି, ସେମାନଙ୍କ ରହଣି ସ୍ଥାନ, ଖାଦ୍ୟପେୟ ଉପରେ ଅନୁସନ୍ଧାନ ଜାରି ରଖିଛନ୍ତି । ଗତକାଲି ସନ୍ଧ୍ୟାରେ ନିଜ ସାଥୀମାନଙ୍କ ସହ ତପନ ଗାଁ ଠାକୁରାଣୀଙ୍କ ମନ୍ଦିର ନିକଟରେ ବସିଥିବା ବେଳେ ଏକ ସାପ ଯାଉଥିବା ଦେଖିଥିଲେ। ତପନ ବାଡ଼ି ସାହାଯ୍ୟରେ ସାପକୁ ଉଠାଇ ଆଣିବା ପରେ ଏହା ତମ୍ବା ରଙ୍ଗର ଦେଖାଯାଇଥିଲା । ତପନ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଏହି ସାପ ସଂପର୍କରେ ସୂଚନା ଦେଇଥିଲେ । ପରେ ହେଲ୍‌ପ ଲାଇନ୍‌ର ସଦସ୍ୟ ନଳିନୀ ପ୍ରସାଦ ଦାସ ରାଜକନିକାକୁ ଆସି ତପନଙ୍କଠାରୁ ଉକ୍ତ ସାପଟିକୁ ଉଦ୍ଧାର କରିଥିଲେ । ପରେ ଏହାକୁ ନେଇ ଗାଁର ୧୦ କିମି ଦୂର ଜଙ୍ଗଲରେ ଛାଡ଼ି ଦେଇଥିଲେ । ଏହା ବିରଳ ଧଳା ଚିତି ସାପର ଛୁଆ ବୋଲି ସେ ସୂଚନା ଦେଇଛନ୍ତି । ଇଂରାଜୀରେ ଏହାକୁ ଲେସିଷ୍ଟିକ୍‌ ଛୁଆ ବୋଲି କୁହାଯାଇଥାଏ । ବିଭିନ୍ନ କାରଣରୁ ଏହାର ରଙ୍ଗ ପରିବର୍ତ୍ତନ ହୋଇଥିବା ରାଜନଗର ବନ୍ୟପ୍ରାଣୀ ବିଭାଗର ଡିଏଫ୍‌ଓ ରଞ୍ଜନ ଦାସ କହିଛନ୍ତି । ଏହି ବିରଳ ରଙ୍ଗର ସାପକୁ ନେଇ ଚର୍ଚ୍ଚା ବଢ଼ିଥିବାବେଳେ ଡିଏଫ୍‌ଓଙ୍କ ସୂଚନା ମୁତାବକ ଏହି ସାପ ସେମିତି କିଛି ବିଶେଷ ପ୍ରଜାତିର ନୁହେଁ । କେବଳ ରଙ୍ଗରେ ପରିବର୍ତ୍ତନ ହୋଇଥିବା ଓ ସାଧାରଣ ଚିତି ଭଳି ଏହାର ବିଷ ରହିଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.