PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

କରୋନାର ବିଭିନ୍ନ ଭ୍ୟାରିଏଣ୍ଟର ନାମକରଣ କଲା WHO; ଭାରତ ମିଳିଥିବା ଭ୍ୟାରିଏଣ୍ଟର ନାମ ହେଲା ଡେଲ୍‌ଟା

pic-indiatoday

ନୂଆଦିଲ୍ଲୀ: କରୋନା ଭ୍ୟାରିଏଣ୍ଟକୁ ନେଇ ବିଭିନ୍ନ ଦେଶର ନାଁ ଜଡ଼ିତ ହେଉଥିଲା। ଯଥା ବ୍ରିଟେନ୍ ଷ୍ଟ୍ରେନ୍‌, ୟୁକେ ଷ୍ଟ୍ରେନ୍‌, ଇଣ୍ଡିଆନ୍ ଷ୍ଟ୍ରେନ୍‌ ଇତ୍ୟାଦି। ଏହାକୁ ନେଇ ଅନେକ ସମୟରେ ଦେଶଗୁଡ଼ିକ ମଧ୍ୟ ଆପତ୍ତି ଉଠାଉଥିଲେ। ଭାରତ ମଧ୍ୟ ଇଣ୍ଡିଆନ୍‌ ଷ୍ଟ୍ରେନ୍ କୁହାଯିବାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲା।

ତା ଛଡ଼ା ଭିନ୍ନ ଷ୍ଟ୍ରେନ୍‌ର ନାମକରଣ ହୋଇନଥିବାରୁ ଅନେକ ସମୟରେ ନାନା ଦ୍ୱନ୍ଦ୍ୱ ମଧ୍ୟ ଦେଖାଯାଇଥିଲା। ଏଣୁ ଏହାର ସମାଧାନ ଲାଗି ବିଭିନ୍ନ ଦେଶରେ ଦେଖାଯାଉଥିବା କରୋନା ଷ୍ଟ୍ରେନ୍‌ର ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ। ଗ୍ରୀକ୍ ଆଲ୍‌ଫା  ବେଟ୍‌ ଆଧାରରେ ବିଭିନ୍ନ ଦେଶରୁ ମିଳିଥିବା ଭ୍ୟାରିଏଣ୍ଟର ନାମକରଣ କରିଛି ହୁ।

ଭାରତରେ ମିଳିଥିବା B.1.617.2 ଭ୍ୟାରିଏଣ୍ଟକୁ ‘ଡେଲ୍‌ଟା’ ବୋଲି ନାମକରଣ କରାଯାଇଥିବା ବେଳେ ଭାରତର ଆଉ ଏକ ଭ୍ୟାରେଣ୍ଟକୁ  B.1.617.1 ‘କପ୍ପା’ ବୋଲି ନାଁ ଦିଆଯାଇଛି। ୨୦୨୦ ଅକ୍ଟୋବର ମାସରେ କରୋନାର ଏହି ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା।

ଭାରତର ଦ୍ୱିତୀୟ ଲହର ସଂକ୍ରମଣରେ ଡେଲ୍‌ଟା ବା B.1.617.2 ଭ୍ୟାରିଏଣ୍ଟର ପ୍ରମୁଖ ଭୂମିକା ରହିଛି। ମୂଳ ଭାଇରସ୍ ଠାରୁ ଏହି ଭ୍ୟାରିଏଣ୍ଟ ଅଧିକ ସଂକ୍ରାମକ ବୋଲି କୁହାଯାଉଛି।  ଭାରତ ଛଡ଼ା ଅନ୍ୟ ଦେଶରେ ମଧ୍ୟ ଏହି ଭ୍ୟାରିଏଣ୍ଟ ସଂକ୍ରମଣ ଦେଖିବାକୁ ମିଳିଛି।

ସେହିପରି ସେପ୍ଟେମ୍ବର ୨୦୨୦ରେ ୟୁକେରୁ ମିଳିଥିବା  B.1.1.7 ଭ୍ୟାରିଏଣ୍ଟର ଅଲ୍‌ଫା ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଅନ୍ୟପଟେ ଆଫ୍ରିକାରମୁ ମିଳିଥିବା ଭ୍ୟାରିଏଣ୍ଟ B.1.351 କୁ ବିଟା ଓ ୨୦୨୦ ନଭେମ୍ବର ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଭ୍ୟାରିଏଣ୍ଟ P.1କୁ ଗାମା ବୋଲି ନାମକରଣ କରାଯାଇଛି।

ଅନ୍ୟପଟେ ମାର୍ଚ୍ଚ ୨୦୨୦ରେ ଆମେରିକାରେ ମିଳିଥିବା  B.1.427/B.1.429 ଏପଲିସନ, ଏପ୍ରିଲ ୨୦୨୦ରେ ବ୍ରାଜିଲ୍‌ ମିଳିଥିବା ଷ୍ଟ୍ରେନ୍‌ P.2 କୁ ଜିଟା, ସେହିପରି ବିଭିନ୍ନ ଦେଶରୁ ମିଳିଥିବା B.1.525କୁ  ଲୋଟା ବୋଲି ନାମକରଣ କରାଯାଇଛି।

ସମ୍ବନ୍ଧିତ ଖବର