PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ରୁଷ୍‌ ଟିକା ନେଇ ସାବଧାନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ପ୍ୟାରିସ୍- କରୋନା ପାଇଁ ଏବେ ସାରା ବିଶ୍ୱ ବ୍ୟତିବ୍ୟସ୍ତ । ସାରା ବିଶ୍ୱରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି । ଏବେ ବିଭିନ୍ନ ଦେଶରେ କରୋନା ପାଇଁ ଟିକା ବିକାଶ କରାଯାଉଛି । ହେଲେ ରୁଷ୍‌ ତାହାର ଟିକା ବିକାଶ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିବା କଥା ପ୍ରକାଶ କରିଛି । ରୁଷ୍‌ରେ ଏବେ ସମସ୍ତଙ୍କୁ ଟିକା କରଣ କରାଯିବ ବୋଲି ରୁଷ୍‌ ସରକାର ସୂଚନା ଦେଇଛନ୍ତି । ତେବେ ରୁଷ୍‌ର ଟିକା କରଣ କାର୍ଯ୍ୟକ୍ରମକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସନ୍ଦେହ ପ୍ରକାଶ କରିଛି । ରୁଷ୍‌ର ଅନ୍ତିମ ପର୍ଯ୍ୟାୟ ଟିକା ପରୀକ୍ଷଣ କରାଯାଇ ନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି ।

ଏହାର ପ୍ରଥମ ପର୍ଯ୍ୟାୟ ଟିକା କରଣ ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟର ଫଳା ଫଳକୁ ଅପେକ୍ଷା କରାଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟର ମାନବ ପରୀକ୍ଷଣ କରାଯାଇ ନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି । ରୁଷ୍‌ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାବଳୀ କିମ୍ବା ଗାଇଡ୍‌ଲାଇନ୍‌କୁ ମାନି ନଥିବା କଥା ଏଥିରେ ଉଲ୍ଲେଖ କରାଯାଇଛି ।

ଏପରି ହେଲେ ଟିକାର ସଫଳତା ଉପରେ ବିଶ୍ୱାସ କରିବା ବା ଏହା ଉପରେ ଭରସା କରିବା ଠିକ୍‌ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରବକ୍ତା କ୍ରିଷ୍ଟିୟାନ୍‌ ଲିଣ୍ଡାମିୟର ଜାତିସଂଘର ସାମ୍ବାଦିକ ସମ୍ମିଳନୀ ସମୟରେ ଏହି ସୂଚନା ଦେଇଛନ୍ତି । କୌଣସି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନକରି ଏହାର ଉତ୍ପାଦନ ଆରମ୍ଭ କରିଦେବା ବିପଦଜନକ ବୋଲି ସେ ପ୍ରକାଶ କରିଛନ୍ତି । ଏହାକୁ ବିପଦଜନକ ବୋଲି ମାନିବାକୁ ପଡିବ ବୋଲି ସେ କହିଛନ୍ତି ।

ଟିକା ପ୍ରସ୍ତୁତ କରିବା ପାଇଁ ନିୟମାବଳୀ ବା ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି । ଏଥିରୁ ବିଚ୍ୟୁତ ହୋଇ ଟିକା ପ୍ରସ୍ତୁତ କରିବା କଥା ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ଯେଉଁମାନେ ଏହି ଟିକା ଉପରେ ଗବେଷଣା ଏବଂ ଟିକା ପ୍ରସ୍ତୁତ କରୁଛନ୍ତି ସେମାନେ ସମସ୍ତ ନିୟମାବଳୀକୁ ମାନିବା ଆବଶ୍ୟକ ବୋଲି ସେ କହିଛନ୍ତି । ଟିକା ପ୍ରସ୍ତୁତ କରିବା ସମୟରେ ସମସ୍ତ ପରୀକ୍ଷଣ କରିବା ସହ ଅତି ସାବଧାନ ରହିବା ଉଚିତ୍‌ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର