ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଗତ୧ଦଶକରେ ବୁଡ଼ି ଯାଇ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ : WHO

ଜେନିଭା – ଗତ ୧ ଦଶକରେ ବୁଡ଼ି ଯାଇ ୨୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁର ପରିମାଣକୁ ଖୁଲାସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ( WHO)।  ୨୫ ଜୁଲାଇରେ ପାଳିତ ହେବାକୁ ଥିବା ପ୍ରଥମ World Drowning Prevention Day ର ପୂର୍ବରୁ , WHO ଶୁକ୍ରବାର ଜାରି କରିଥିବା ଏକ ବୟାନରେ କହିଛି କି ପ୍ରତି ବର୍ଷ ଅତି କମ୍‌ରେ  ୨୩୬,୦୦୦ଜଣ ଲୋକଙ୍କ ବୁଡ଼ି ଯୋଗୁଁ ମୃତ୍ୟୁ ଘଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି,  ବୁଡ଼ିଯିବା ଛୋଟ ପିଲା ଓ ୨୪ ବର୍ଷ ବୟସର ଯୁବାଙ୍କର ହେଉଥିବା ମୃତ୍ୟୁର ୧୦ ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ।

୯୦ ପ୍ରତିଶତରୁ ଅଧିକ ବୁଡ଼ିବା ଯୋଗୁଁ ହେଉଥିବା ମୃତ୍ୟୁ ନିମ୍ନ ଓ ମଧ୍ୟମ ଇନ୍‌କମ୍‌ ଥିବା ଦେଶରେ ନଦୀ , ହ୍ରଦ , କୁଅ ଓ ଘରୋଇ ଜଳ ଭଣ୍ଡାର ଆଦିରେ ହୋଇଥାଏ । ଡବ୍ଲୁଏଚ୍‌ଓ ଅନୁସାରେ ବୁଡ଼ିବାରେ ହେଉଥିବା ମୃତ୍ୟୁ ମଧ୍ୟରୁ ଅଧା ପଶ୍ଚିମ ପ୍ରଶାନ୍ତ ଓ ଦକ୍ଷିଣ – ପୂର୍ବ ଏସିଆ ଅଞ୍ଚଳ ରହିଛି ।

ପ୍ରତି ୧୦୦୦୦୦ ଜନସଂଖ୍ୟାରେ ବୁଡ଼ିବାରେ ହେଉଥିବା ମୃ୍ତ୍ୟୁ ହାର ପଶ୍ଚିମ ପ୍ରଶାନ୍ତ ଅଞ୍ଚଳରେ ସବୁଠୁ ଅଧିକ , ଏହାପରେ ଆଫ୍ରିକା ଅଞ୍ଚଳର ସ୍ଥାନ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ସାମାଜିକ ନିର୍ଦ୍ଧାରଣ ବିଭାଗର ନିର୍ଦ୍ଦେଶକ ଏଟିନେ କ୍ରୁଗ୍‌ କହିଛନ୍ତି କି, କିଏ ବି ବୁଡି ଯାଇପାରେ , ମୁଁ ବୁଡ଼ି ଯିବାରେ ହେଉଥିବା ଯନ୍ତ୍ରଣା ,କଷ୍ଟକୁ ଏଡ଼େଇବା ପାଇଁ ସରକାରୀ ଓ ତାଙ୍କର ସହଯୋଗୀଙ୍କ ଦ୍ୱାରା ଧ୍ୟାନ ବୃଦ୍ଧି କରିବା ଓ କାର୍ଯ୍ୟାନୁଷ୍ଠାନକୁ ଗତିଶୀଳ  କରିବା ପାଇଁ ଏହି ପ୍ରଥମ World Drowning Prevention Dayର ଅବସରକୁ ସ୍ୱାଗତ କରୁଛି । ଯେଉଁଥିରେ ଏକ ବଡ଼ ସ୍ତରରେ ଏହି ମୃତ୍ୟୁ ହାରକୁ ରୋକା ଯାଇ ପାରିବ ।

 World Drowning Prevention Dayଅବସରରେ WHO , ସହଯୋଗୀ ଦେଶଙ୍କ ସହ  ୨୮ ଜୁଲାଇରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମର ଆୟୋଜନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.