JNU ଆନ୍ଦୋଳନରେ କାହିଁକି ସାମିଲ ହୋଇଥିଲେ ଦୀପିକା ପାଦୁକୋନ, କିଏ ନେଇଥିଲା ନିଷ୍ପତ୍ତି ? ଛପାକର ନିର୍ଦ୍ଦେଶିକା ଖୋଲିଲେ ଗୁମର…

ନୂଆଦିଲ୍ଲୀ ୧୫।୧ : ଜେଏନୟୁ ହିଂସା ପରେ ବଲିଉଡ଼ ଅଭିନେତା ଅଭିନେତ୍ରୀ ବୟାନବାଜି ଓ ପ୍ରଦର୍ଶନରେ ପଛରେ ନାହାନ୍ତି। ବଲିଉଡ଼ କଳାକାରଙ୍କ ମଧ୍ୟରେ ଦୀପିକା ପାଦୁକୋନ ମଧ୍ୟ ଜେଏନୟୁ ପହଞ୍ଚି ବାମପନ୍ଥୀ ଛାତ୍ରଙ୍କ ପ୍ରଦର୍ଶନରେ ସାମିଲ ହୋଇଥିଲେ। ଯାହାକୁ ନେଇ ସୋସିଆଲ ମିଡିଆ ଏବଂ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଥିଲା । କିଛିଜଣ ଦୀପିକାଙ୍କ ସମର୍ଥନରେ ବାହାରିଥିବା ବେଳେ ଆଉ କିଛି ତାଙ୍କୁ ବିରୋଧ କରିଥିଲେ।

ଜେଏନୟୁ ପରିସରରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଉପସ୍ଥିତିକୁ ନେଇ ସୋସିଆଲ ମିଡ଼ିଆରୁ ଆରମ୍ଭ କରି କ୍ଷମତା ରାଜନୀତିରେ ଏକ ନୂଆ ଝଡ଼ ସୃଷ୍ଟି କରିଥିଲା। ତେବେ ଜେଏନୟୁ ଆନ୍ଦୋଳନରେ ଦୀପିକା ସାମିଲ ହେବା ନେଇ ଏନେକ ପ୍ରଶ୍ନ ଉଠୁଥିବାବେଳେ ଏହାକୁ ନେଇ ଏକ ନୂଆ ଖୁଲାସା ହୋଇଛି।

ଦୀପିକା ପାଦୁକୋନ ଜେନଏୟୁରେ ସାମିଲ ହେବା ନିଜର ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ବୋଲି ଫିଲ୍ମ ‘ଛପାକ’ର ନିର୍ଦ୍ଦେଶିକା ମେଘନା ଗୁଲଜର କହିଛନ୍ତି । ମେଘନା ଦର୍ଶକଙ୍କୁ ଅନୁରୋଧ କରି କହିଛନ୍ତି କି, ‘ନିଜର ଦୃଷ୍ଟିଭଙ୍ଗୀ ବଦଳାଓ ଏବଂ ଏସିଡ଼ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ତିଆରି କରିବାର କାରଣ ଦେଖ ।’

   ସମ୍ବନ୍ଧିତ ଖବର


ପ୍ରତିଯୋଗୀଙ୍କ ସହ ଅନିଲ କପୁରଙ୍କ ଜବରଦସ୍ତ ଡ୍ୟାନ୍ସ – ଭିଡ଼ିଓ ଭାଇରାଲ

ବଲିଉଡରେ ଡ୍ରଗ୍ସ ମାମଲା: ଅଭିନେତ୍ରୀଙ୍କ ପରେ ଏବେ ଏନସିବି ରାଡାରରେ ୩ ବଡ଼ ଅଭିନେତା, S-R-A ରୁ ଆରମ୍ଭ ହୁଏ ନାଁ

ଅଙ୍ଗ ଦାନ କରିବାର ଘୋଷଣା କଲେ ଅମିତାଭ ବଚ୍ଚନ, ଟୁଇଟ୍ କରି ଦେଲେ ସୂଚନା

NCBର ଖୁଲାସା –ରିୟା ଚକ୍ରବର୍ତ୍ତୀ ହିଁ …

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ-ସିବିଆଇକୁ ରିପୋର୍ଟ ଦେଲା ଏମ୍ସ ଟିମ୍‌

ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ