PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

କଂଗ୍ରେସରେ ଚାଲୁନି ସୋନିଆଙ୍କ ମୁରବିପଣିଆ ! ରାହୁଲ, ପ୍ରିୟଙ୍କାଙ୍କ ପସନ୍ଦ ସିଦ୍ଧୁ, ପୁଅ, ଝିଅର କଥାରେ ବାଧ୍ୟ ହୋଇ ନିଷ୍ପତ୍ତି ବଦଳାଇଲେ କି ଅଧ୍ୟକ୍ଷା ?

pic-india today

ନୂଆଦିଲ୍ଲୀ: କଂଗ୍ରେସରେ ଆଉ ଚାଲୁନି କି ସୋନିଆ ଗାନ୍ଧୀଙ୍କ ମୁରବିପଣିଆ ? ରାହୁଲ ଓ ପ୍ରିୟଙ୍କା ହଁରେ ହଁ ମିଶାଉଛନ୍ତି କି ଦଳର ଅଧ୍ୟକ୍ଷା ? କ୍ୟାପ୍ଟେନ୍ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ଏଭଳି ପ୍ରଶ୍ନ ଉଠୁଛି। କଂଗ୍ରେସ ପକ୍ଷରୁ ମିଳିଥିବା ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି ଯେ ସୋନିଆ ଗାନ୍ଧୀଙ୍କ ସମର୍ଥନ କ୍ୟାପ୍ଟେନ୍‌ ଅମରିନ୍ଦରଙ୍କ ପ୍ରତି ଥିଲା। ସେ ଚାହୁଁନଥିଲେ ଯେ ଅମରିନ୍ଦର ଇସ୍ତଫା ଦିଅନ୍ତୁ। ହେଲେ ରାହୁଲ ଓ ପ୍ରିୟଙ୍କା କିନ୍ତୁ ସିଦ୍ଧୁଙ୍କୁ ସମର୍ଥନ କରୁଥିଲେ। ଶେଷରେ ପୁଅ ଓ ଝିଅର ନିଷ୍ପତ୍ତିରେ ସୋନିଆଙ୍କୁ ନିଜ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ ରାହୁଲ ଓ ପ୍ରିୟଙ୍କାଙ୍କ ନିଷ୍ପତ୍ତିରେ ସିଦ୍ଧୁଙ୍କୁ କଂଗ୍ରେସ ଦାୟିତ୍ୱ ଦିଆଯାଇଥିଲା ବୋଲି ଶୁଣିବାକୁ ମିଳିଥିଲା।

ଏପଟେ କଂଗ୍ରେସ ଦଳକୁ ନେଇ ପୁଣିଥରେ ସେହି ପୁରଣା ବୟାନ ଦେଇଛନ୍ତି ଦଳର ଟଲ୍‌ ମ୍ୟାନ୍‌  ଶଶି ଥରୁର। କଂଗ୍ରେସରେ ବର୍ତ୍ତମାନ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଥରୁର କହିଛନ୍ତି। ଯଦି ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରିବାର ଅଛି ତେବେ ତୁରନ୍ତ ଏହାର ପଦକ୍ଷେପ ନେବାର ଅଛି ବୋଲି ଥରୁର କହିଛନ୍ତି। ଥରୁର କହିଛନ୍ତି ଯେ ସୋନିଆ ନିଜେ ଦଳରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି। ଏପଟେ ଦଳକୁ ମଜଭୁତ କରିବାକୁ ସବୁ ନେତା ଦଳର ଅଧ୍ୟକ୍ଷ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ହେଲେ ତାଙ୍କ ବିରୋଧରେ କେହି କିଛି କହିପାରନ୍ତି ନାହିଁ। କାରଣ ସମସ୍ତେ ତାଙ୍କୁ ସମ୍ମାନ କରନ୍ତି। କିନ୍ତୁ ଏବର ଘଟଣାକ୍ରମକୁ ଦେଖିଲେ କଂଗ୍ରେସ ନେତୃତ୍ୱର ପରିବର୍ତ୍ତନ ଆବଶ୍ୟକତା ରହିଛି ବୋଲି ଥରୁର କହିଛନ୍ତି।ହୁଁଛନ୍ତି। ଏପଟେ ଦଳକୁ ମଜଭୁତ କରିବାକୁ ସବୁ ନେତା ଦଳର ଅଧ୍ୟକ୍ଷ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ହେଲେ ତାଙ୍କ ବିରୋଧରେ କେହି କିଛି କହିପାରନ୍ତି ନାହିଁ। କାରଣ ସମସ୍ତେ ତାଙ୍କୁ ସମ୍ମାନ କରନ୍ତି। କିନ୍ତୁ ଏବର ଘଟଣାକ୍ରମକୁ ଦେଖିଲେ କଂଗ୍ରେସ ନେତୃତ୍ୱର ପରିବର୍ତ୍ତନ ଆବଶ୍ୟକତା ରହିଛି ବୋଲି ଥରୁର କହିଛନ୍ତି।

ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷାଙ୍କ ଉପରେ ନିଷ୍ପତ୍ତି ଛଡ଼ାଯାଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଆଗରେ ରହିଥିବା ବେଳେ ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କ ବିରୋଧରେ ଏକ ପ୍ରକାର ବିଦ୍ରୋହ ଘୋଷଣା କରିଦେଲେଣି। ସିଦ୍ଧୁଙ୍କର ପାକିସ୍ତାନ ସହିତ ଲିଙ୍କ ରହିଛି, ତେଣୁ ସେ ମୁଖ୍ୟମନ୍ତ୍ରୀ ହେଲେ ବିରୋଧ ହେବ ବୋଲି ଅମରିନ୍ଦର କହିଛନ୍ତି। ଏପଟେ ଦୁଇ ଜଣଙ୍କର ଝଗଡ଼ା ହେଲେ ତୃତୀୟ ପକ୍ଷର ଲାଭ ଶୈଳୀରେ ନା ଅମରିନ୍ଦର ନା ସିଦ୍ଧୁ, ସୁନୀଲ ଜାଖଡ଼ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧିତ ଖବର