ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

ମୁଙ୍ଗେର,୨୯।୧୦: ବିହାରର ମୁଙ୍ଗେରରେ ଦୁର୍ଗର ପୂଜା ପ୍ରତିମା ବିସର୍ଜନ ବେଳେ ଗୁଳିକାଣ୍ଡ ଓ ଲୋକଙ୍କ ଉପରେ ଲାଠିଚାର୍ଜ ପର ପ୍ରଶାସନ ଏବେ ଟାର୍ଗେରେ ରହିଛି। ଦୀନ ଦାୟଲ ଚୌକ୍ ପାଖରେ ସୋମବାର ବିଳମ୍ବିତ ରାତିରେ ଦୁର୍ଗା ପ୍ରତିମା ବିସର୍ଜନ ବେଳେ ହୋଇଥିବା ଗୁଳିକାଣ୍ଡ ଓ ପଥର ମାଡ ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେଭଳି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି, ସେମାନଙ୍କ ଭିତରେ କିଛି ପୋଲିସ କର୍ମଚାରୀ ରହିଛି। ପରେ ଘଟଣାର ଏକ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ପୋଲିସ ଲୋକଙ୍କ ଉପରେ ଲାଠିଚାର୍ଜ କରୁଛି। ଏହାକୁ ନେଇ ସୋସିଆଲ ମିଡିଆରେ ନୁହେଁ, ବଂର ରାଜ୍ୟର ରାଜନୀତିରେ ମଧ୍ୟ ଭୂକମ୍ପ ସୃଷ୍ଟି ହୋଇଛି ଓ ସମସ୍ତଙ୍କର ଟାର୍ଗେଟରେ ଆସିଛନ୍ତି ଏସପି ଲିପି ସିଂ।

କେବେ ମୁଙ୍ଗେରର ‘ଲେଜି ସିଙ୍ଘମ’ ନାମରେ ଚର୍ଚ୍ଚିତ ଏସପି ଲିପି ସିଂ ଙ୍କୁ ସୋସିଆଲ ମିଡିଆରେ ଏବେ ‘ଜେନେରାଲ ଡାୟାର’ କୁହାଯାଉଛି। କେହି କେହି ତାଙ୍କର ନିଲମ୍ବନ ଓ ବରଖାସ୍ତ ଦାବି କରୁଛନ୍ତି। ମୁଙ୍ଗେର ଘଟଣାକୁ ନେଇ ବିହାରରେ ରାଜନୀତି ବଢିଛି ଓ ବିରୋଧୀମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି, ପୋଲିସକୁ ଲୋକଙ୍କ ସହିତ ବ୍ୟବହାର କରିବାକୁ ତାଙ୍କୁ କିଏ ଅନୁମତି ଦେଲା? ଲିପି ସିଂଙ୍କ ବାପା ନୀତୀଶଙ୍କ ଦଳ ଜନତା ଦଳ(ୟୁନାଇଟେଡ୍)ରୁ ଖୁବ୍ ନିକଟତର ବୋଲି କୁହାଯାଏ। ଆଉ ଏହା ବି ଏକ ବଡ କାରଣ, ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି।

ଲିପି ସିଂ ୨୦୧୬ ବ୍ୟାଚର ଆଇପିଏଏସ୍ ଅଫିସର। ତାଙ୍କର ଜନ୍ମ ବିହାରର ନାଳନ୍ଦା ଜିଲ୍ଲାରେ ହୋଇଥିଲା। ତାଙ୍କ ବାପା ଆରସିପି ସିଂ ଜେଡିୟୁର ରାଜ୍ୟସଭା ସାଂସଦ ଅଛି ଓ ତାଙ୍କୁ ନୀତୀଶ କୁମାରଙ୍କ ଖୁବ୍ ନିକଟତର ବୋଲି ମନେକରାଯାଏ। ଆରସିପି ସିଂ ରାଜନୀତିରେ ଆସିବା ପୂର୍ବରୁ ଆଇଏଏସ ଅଧିକାରୀ ଥିଲେ ଓ  ତାଙ୍କୁ ଅନୁସରଣ କରି ଝିଅ ଲିପି ମଧ୍ୟ ସିଭିଲ ସର୍ଭିସକୁ ନିଜର କ୍ୟାରିୟର ଭାବରେ ଚୟନ କରିଥିଲେ। ଲିପିଙ୍କ ସ୍ବାମୀ ସୁହର୍ଷ ଭଗତ ମଧ୍ୟ ଜଣେ ଆଇଏଏସ୍ ଅଧିକାରୀ, ଏବ ସେ ବାଙ୍କାର ଜିଲ୍ଲାପାଳ ଭାବରେ କାର୍ଯ୍ୟରତ।

ଲିପି ସିଂ ୨୦୧୯ରେ ସେତେବେଳେ ଚର୍ଚ୍ଚାର ପରିସରକୁ ଆସିଥିଲେ, ଯେତେବେଳେ ସେ ମୋକାମାର ବାହୁବଳୀ ସାଂସଦ ଅନନ୍ତ ସିଂଙ୍କ ଘରେ ଚଢାଉ କରିଥିଲେ। ଏହାପରେ ଅନନ୍ତ ସିଂଙ୍କୁ ଜେଲ୍ ହୋଇଥିଲି। ଲିପି ସିଂଙ୍କ ଉପର ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ସାଧରଣ ଭାବରେ ଏଭଳି ଅଧିକାରୀଙ୍କୁ ନିର୍ବାଚନୀ ପକ୍ରିୟାରୁ ହଟାଇ ଦିଆଯାଇଥାଏ, ଯିଏ କୌଣସି ରାଜନୈତିକ ଦଳର ନେତାଙ୍କ ନିକଟତମ ସମ୍ପର୍କୀୟ ହୋଇଥାନ୍ତି। କିନ୍ତୁ ଆରସିପି ସିଂଙ୍କ ଝିଅ ହେବାପରେ ବି ତାଙ୍କୁ ନିର୍ବାଚନୀ ପକ୍ରିୟାଠାରୁ ଅଲଗା ରଖାଯାଇନାହିଁ, ଯେଉଁ କାରଣରୁ ବିରୋଧୀ ଦଳ ତାଙ୍କୁ ନେଇ ପ୍ରଶ୍ନ ଉଠାଇବାରେ ଲାଗିଛି।