PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଏମାନଙ୍କ ପାଇଁ ବିପଦ ହୋଇପାରେ ଓମିକ୍ରନ; ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

pic-livehindustan

ନୂଆଦିଲ୍ଲୀ: ସାର ବିଶ୍ୱରେ ଓମିକ୍ରନ ଲୋକଙ୍କୁ ସଂକ୍ରମିତ କରି ଚାଲିଛି। ଭାରତରେ ଏହା ଗୋଷ୍ଠୀ ସଂକ୍ରମଣ ସ୍ତରରେ ପହଞ୍ଚିସାରିଲାଣି। ଯଦିଓ ଏହା ଡେଲ୍‌ଟା ଭଳି ଅଧିକ କ୍ଷତିକାରକ ନୁହେଁ, ତେବେ ଏହା ଭୟଙ୍କର ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ର ବୈଜ୍ଞାନିକ କହିଛନ୍ତି। ‘ହୁ’ର ଟେକ୍ନିକାଲ ମୁଖ୍ୟ ମାରିଆ ୱେନ୍ କେରଖୋବ କହିଛନ୍ତି ” ଯେଉଁମାନେ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ଶରୀର ରୋଗର ପୂରା ସ୍ପେକ୍ଟ୍ରମ ରହିଛି। ଯାହା ପରବର୍ତ୍ତି ସମୟରେ ଗମ୍ବୀର ପରିସ୍ଥିତ ସୃଷ୍ଟି କରିପାରେ। ଏମିତିକି ବ୍ୟକ୍ତିଙ୍କର ମୃତ୍ୟୁ ବି ହୋଇପାରେ। ବୟସ୍କ ଲୋକ ଓ ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନଙ୍କୁ ଓମିକ୍ରନ ଅଧିକ ପ୍ରଭାବିତ କରିପାରିବ।” ଲୋକମାନେ ଓମିକ୍ରନ ମାମଲାରେ ହସ୍‌ପିଟାଲ୍‌ରେ ଭର୍ତ୍ତି ହେଉଛନ୍ତି ଓ ଲୋକଙ୍କ ଜୀବନ ବି ଯାଇଛି। ତେଣୁ ସେ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି।  

ସେହିପରି ଓମିକ୍ରନର ସଂକ୍ରମଣ ଦିଗକୁ ଆକଳନ କରି ସେ ଲୋକଙ୍କୁ ସତର୍କ କରାଇଛନ୍ତି। ମାରିଆ କହିଛନ୍ତି ଯେ ଯଦିଓ ଡେଲ୍‌ଟା ଠାରୁ ଓମିକ୍ରନ କମ୍ ଭୟଙ୍କର। ତେବେ ଏହାକୁ ସହଜରେ ନେବା ଆଦୌ ଠିକ୍ ନୁହେଁ। କାରଣ ଏହା ଡେଲ୍‌ଟା ଠାରୁ ଅଧିକ ସଂକ୍ରାମକ। ଖୁବ୍‌ଶୀଘ୍ର  ଓ ସହଜରେ ଲୋକେ ଏଥିରେ ସଂକ୍ରମିତ ହେଉଛନ୍ତି। ସତର୍କତା ଅବଲମ୍ବନ ନକେଲ ଏହା ବି ବିପଦକୁ ଟାଣି ଆଣିବ ବୋଲି ମାରିଆ କହିଛନ୍ତି।  

ଏପଟେ ଭାରତରେ ଓମିକ୍ରନ ସ୍ଥିତି ଧୀରେ ଧୀରେ ସଂକଟାପନ୍ନ ହେଉଛି। ଏହି ଭ୍ୟାରିଏଣ୍ଟ ଏବେ ଗୋଷ୍ଟୀ ସଂକ୍ରମଣ ସ୍ତରରେ ପହଞ୍ଚିଲାଣି। କେତେକ ମେଟ୍ରୋ ସିଟିରେ ଓମିକ୍ରନ ତାର ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ତୀବ୍ର ଗତିରେ ସଂକ୍ରମଣ ହେଉଛି। କୋଭିଡ ସମ୍ପର୍କିତ ତଥ୍ୟ ଉପରେ ଯାଞ୍ଚ ଓ ଗବେଷଣା କରିବା ପାଇଁ ଗଠନ କରାଯାଇଥିବା ସରକାରୀ ସଂସ୍ଥା INSACOG ଏପରି ସୂଚନା ଦେଇଛି। ସଂସ୍ଥା ଆହୁରି ମଧ୍ୟ କହିଛି ଯେ ଓମିକ୍ରନ ସବ୍ ଭ୍ୟାରିଏଣ୍ଟ BA.2 ମଧ୍ୟ ଦେଶର ଅନେକ ସ୍ଥାନରେ ଚିହ୍ନଟ କରାଯାଇଛି।

INSACOG ଜାନୁଆରୀ ୧୦ ତାରିଖରେ ଏହି ରିପୋର୍ଟ ପ୍ରସ୍ତୁତ କରିଥିଲା, ଯାହାକୁ ରବିବାର ପବ୍ଲିସ୍ କରାଯାଇଛି। ଏଥିରେ କୁହାଯାଇଛି ଯେ ଅଧିକାଂଶ ଓମିକ୍ରନ ମାମଲାରେ ଲକ୍ଷଣ ଦେଖାଯାଇ ନଥିବା ବେଳେ କେତେକ କ୍ଷେତ୍ରରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି। ବର୍ତ୍ତମାନର ଲହରରେ ଡାକ୍ତରଖାନା ଓ ଆଇସିୟୁରେ ରୋଗୀ ଆଡ୍‌ମିଶନ ସଂଖ୍ୟା ବଢ଼ିଥିବା ବେଳେ ବିପଦ ସ୍ତର ଅପରିବର୍ତ୍ତିତ ରହିଛି। ତେବେ ଏସ୍‌ ଜେନ୍(ଏକ ଜେନେଟିକ୍ ଭେରିଏସନ୍) ଡ୍ରପ୍‌ଆଉଟ୍ ସ୍କ୍ରିନିଂରେ ଭୁଲ ତଥ୍ୟ ଆସୁଥିବା ଆଶଙ୍କା ମଧ୍ୟ ରହିଛି ବୋଲି INSACOG ରିପୋର୍ଟରେ କୁହାଯାଇଛି।   

ତେବେ ନୂଆ B.1.640.2 ଭ୍ୟାରିଏଣ୍ଟ ଉପରେ କଡ଼ା ନଜର ରଖାଯାଇଛି। ଏହାର ଦ୍ରୁତ ସଂକ୍ରମଣ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ। ତେବେ ଏହି ଭ୍ୟାରିଏଣ୍ଟରୁ ମୁକୁଳିବା ଉପାୟ ମଧ୍ୟ ରହିଛି। ଏପର୍ଯ୍ୟନ୍ତ ଦେଶରେ B.1.640.2 ଭ୍ୟାରିଏଣ୍ଟ ଗୋଟିଏ ବି ସଂକ୍ରମିତ ଚିହ୍ନଟ ହୋଇ ନଥିବା INSACOG କହିଛି। ଓମିକ୍ରନର ପରବର୍ତ୍ତି ସଂକ୍ରମଣ  ଆଉ ବିଦେଶୀ ନାଗରିକଙ୍କ ଠାରୁ ହୋଇନପାରେ। ଏବେ ଦେଶ ଭିତରେ ଏହାର ସଂକ୍ରମଣ ହୋଇପାରେ ହୋଲି INSACOG କହିଛି।

ଏପଟେ ଗତ ୨୪ ଘଣ୍ଟାରେ ଭାରତରେ ୩,୦୬,୦୬୪ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ଅପେକ୍ଷା ଆଜି ୮.୨ ପ୍ରତିଶତ ସଂକ୍ରମଣ କମିଛି ବୋଲି କେନ୍ଦ୍ର ବିଭାଗ କହିଛି। ଆଜିର ଆକ୍ରାନ୍ତଙ୍କ ମିଶାଇଲେ ଦେଶର ସକ୍ରିୟ କରୋନା ମାମଲା ୨୨,୪୯,୩୩୫ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୫,୪୩,୩୨୮ ହୋଇଛି। ଦୈନିକ ସଂକ୍ରମଣ ହାର ବର୍ତ୍ତମାନ ୨୦. ୭୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୧୭.୦୩ ପ୍ରତିଶତ ରହିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର