ପ୍ରମୂଖ ଖବର
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ବିରୋଧୀ ମହାମେଣ୍ଟରୁ କିଏ ହେବ ପ୍ରଧାନମନ୍ତ୍ରୀ ? ମନମୋହନ ସିଂ ସରକାରକୁ ମନେ ପକାଇ ଉତ୍ତର ରଖିଲେ କଂଗ୍ରେସ ନେତା ଜୟରାମ ରମେଶ...

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଶେଷ ଦୁଇଟି ପର୍ଯ୍ୟାୟ ବାକି ଅଛି । ଜୁନ୍ ୪ରେ ନିର୍ବାଚନର ଫଳାଫଳ ସମସ୍ତଙ୍କ ସାମ୍ନାକୁ ଆସିବ । ଯଦି ବିରୋଧୀ ମହାମେଣ୍ଟକୁ ବହୁମତ ମିଳେ, ତେବେ ପ୍ରଧାନମନ୍ତ୍ରୀଙ୍କ ଚେହେରା କିଏ ହେବ ସେନେଇ ନିରନ୍ତର କଳ୍ପନାଜଳ୍ପନା ଜାରି ରହିଛି । ଆଉ ଏହି ପ୍ରସଙ୍ଗରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ପଚରା ଯାଇଥିଲା ଯେ ରାହୁଲ ଗାନ୍ଧୀ ବିରୋଧୀ ଦଳର ପ୍ରଧାନମନ୍ତ୍ରୀଙ୍କ ଚେହେରା ହେବେ କି ନାହିଁ ? ଏହା ଉପରେ ସେ କହିଛନ୍ତି ଯେ ପ୍ରକ୍ରିୟା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । 

ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, "ଏହା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୌନ୍ଦର୍ଯ୍ୟର ପ୍ରତିଯୋଗିତା ନୁହେଁ । ଆମେ ଏକ ଦଳ ଭିତ୍ତିକ ଗଣତନ୍ତ୍ର । ଦେଖିବାକୁ ହେବ କି ଜନାଦେଶ କେଉଁ ଦଳ କି ମହାମେଣ୍ଟକୁ ମିଳୁଛି । ଦଳ ଏହାର ନେତା ବାଛିବ ଆଉ ସେ ପ୍ରଧାନମନ୍ତ୍ରୀ ହେବେ । 

ସେ ଆହୁରି ମଧ୍ୟ କହିଛନ୍ତି, ୨୦୦୪ରେ ମନମୋହନ ସିଂଙ୍କ ନାମ ୪ ଦିନ ମଧ୍ୟରେ ଘୋଷଣା କରାଯାଇଥିଲା । ଏଥର ୪ ଦିନ ମଧ୍ୟ ଲାଗିବ ନାହିଁ । ୨ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ସାଂସଦ ମାନେ ଏକାଠି ବାଛିବେ । ଏହା ଏକ ପ୍ରକ୍ରିୟା । ଆମେ କରିବୁ ସର୍ଟକଟରେ ବିଶ୍ବାସ କରୁନାହୁଁ । ଏହା ମୋଦୀଙ୍କ କାର୍ଯ୍ୟଶୈଳୀ ହୋଇପାରେ । ଆମେ ଅହଙ୍କାରୀ ନୁହେଁ । ୨ ଦିନ ବି ନୁହେଁ କିଛି ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ସବୁଠୁ ବଡ ଦଳର ପ୍ରାର୍ଥୀ ହିଁ ପ୍ରଧାନମନ୍ତ୍ରୀ ହେବ । ୨୦୦୪ରେ ଯେଉଁଭଳି ହୋଇଥିଲା ସେମିତି ହେବ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.