ସିଞ୍ଜୋ ଆବେଙ୍କ ପରେ କିଏ ହେବେ ଜାପାନର ପ୍ରଧାନମନ୍ତ୍ରୀ ? ରେସ୍‌ରେ ସାମିଲ ହେଲା ଏହି ନେତାଙ୍କ ନାଁ…

ଟୋକ୍ୟୋ: କିଏ ହେବେ ଜାପାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ? ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଇସ୍ତଫା ପରେ ଏବେ ଜାପାନର ପ୍ରଧାନମନ୍ତ୍ରୀ ପଦ ଖାଲି ପଡିଛି । ଆଉ ଏହି ଆସନରେ କିଏ ବସିବ ଏବେ ତାକୁ ନେଇ ବିଭିନ୍ନ ଦେଶର ନେତାଙ୍କ ନଜର ରହିଛି । ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଛନ୍ତି । ସିଞ୍ଜୋ ଆବେ ଜାପାନର ପ୍ରଧାନମନ୍ତ୍ରୀ ଭାବରେ ସବୁଠୁ ଲମ୍ବା ସମୟ ପାଇଁ କ୍ଷମତାରେ ରହିଥିବା ଏକମାତ୍ର ନେତା । ଏବେ ତାଙ୍କର ଇସ୍ତଫା ପରେ ଜାପାନର ବିଭିନ୍ନ ନେତାଙ୍କ ଆଖି ଏବେ ଏହି ଆସନ ଉପରେ । ସିଞ୍ଜୋ ଆବେଙ୍କ ପରି ଏମିତି କେଉଁ ନେତା ଅଛି ଯିଏ ତାଙ୍କ ପରି ଶାସନ  ବ୍ୟବସ୍ଥାକୁ ସୁଦୃଢ କରିପାରିବ । ଏବଂ ବିଶ୍ବର ତୃତୀୟ ଅର୍ଥବ୍ୟବସ୍ଥା କୁହାଯାଉଥିବା ଜାପାନକୁ ଆଗକୁ ବଢାଇବ । ଆସନ୍ତୁ ନଜର ପକାଇବା କିଏ ଏହି ଆସନ ପାଇଁ ଅଛନ୍ତି ଦାବିଦାର ନେତା ….

ତାରୋ ଅସୋ

ଜାପାନର ଅର୍ଥମନ୍ତ୍ରୀ ତାରୋ ଅସୋ ଏହି ଦୌଡରେ ସବୁଠୁ ଆଗରେ ରହିଛନ୍ତି । ୭୯ ବର୍ଷିୟ ତାରୋ ଅସୋ ଜାପାନର ଅର୍ଥମନ୍ତ୍ରାଳୟ ସହ ଉପପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ତାରୋ ଅସୋଙ୍କୁ  ପ୍ରଶାସନର ଜଣେ ସବୁଠୁ ପ୍ରଭାବଶାଳୀ ନେତା ଭାବେ ଗଣନା କରାଯାଏ । ସେ ଜାପାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କର ବୟସାଧିକ କାରଣରୁ ତାଙ୍କୁ ଜାପାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଦାୟିତ୍ବ ଦିଆଯାଇପାରେ । ୨୦୦୮ରେ ତାରୋ ଆସୋଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ବ ଦିଆଯାଇଥିଲା । ଏବଂ କୁହାଯାଉଥିଲା ସେ ଦଳକୁ ଆଗକୁ ବଢାଇବେ । କିନ୍ତୁ ଦଳକୁ ଏଥିରେ ବହୁତ କ୍ଷତିର ସାମ୍ନା କରିବାକୁ ପଡିଲା ଫଳରେ ୩ ବର୍ଷ ବିରୋଧି ଦଳରେ ବସିବାକୁ ପଡିଲା । ସେ ଜଣେ ରାଜନୈତିକ ପରିବାରରୁ ଆସିଛନ୍ତି । ତାଙ୍କର ବାପା,ମା ମଧ୍ୟ ଜାପାନର ପ୍ରଧାନମନ୍ତ୍ରୀ ରହିଥିଲେ ।

ଶିଗୁରୁ ଇଶିବା

ସିଞ୍ଜୋ ଆବେଙ୍କ ନୀତିକୁ ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗୁରୁ ଇଶିବା ବିରୋଧ କରିଥାନ୍ତି । ସାମରିକ ନୀତି ଦୃଷ୍ଟିରୁ ଶିଗୁରୁ ଇଶିବା କଠୋର ବୋଲି ବିବେଚନା କରାଯାଏ । ଜାପାନର ଲୋକମାନେ ମଧ୍ୟ ତାଙ୍କୁ ପସନ୍ଦ କରନ୍ତି, କିନ୍ତୁ ଜାପାନର ଶାସକ ଦଳର ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟିର ନୀତି ନିର୍ଣ୍ଣୟକାରୀଙ୍କ ମଧ୍ୟରେ ତାଙ୍କୁ କମ୍ ପସନ୍ଦ କରାଯାଇଥାଏ । ଶିଗୁରୁ ଇଶିବା କୃଷି ସମ୍ବନ୍ଧୀୟ ବିଷୟଗୁଡ଼ିକ ସହିତ କାରବାର କରିଥାନ୍ତି । ସେହିଭଳି ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ତାଙ୍କର ମୁଳ ଉଦ୍ୟମ । ୨୦୧୨ ମସିହାରେ ଦଳର ସଭାପତି ପଦ ପାଇଁ ନିର୍ବାଚନରେ ​​ଶିଗୁରୁ ଇଶିବା ସିଞ୍ଜୋ ଆବେଙ୍କୁ ପରାସ୍ତ କରିଥିଲେ । ସେହିଭଳି ୨୦୧୮ ମସିହାରେ ମଧ୍ୟ ଇଶିବାଙ୍କୁ ଆବେଙ୍କ ହାତରେ ଏକ ଭୟଙ୍କର ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା ।

ଫୁମିଓ କିଶିଡା

୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଆବେଙ୍କ କ୍ୟାବିନେଟରେ ଫୁମିଓ କିଶିଡା ଜାପାନର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି  । କିନ୍ତୁ ଚଳିତ ଥର ସିଞ୍ଜୋ ଆବେ ହିଁ ବୈଦେଶିକ ବ୍ୟାପାରର ନେତୃତ୍ୱ ନେଇଥିଲେ । କିଶିଦା ଜାପାନର ହିରୋସିମାରୁ ଆସିଛନ୍ତି ଏବଂ ଆବେଙ୍କ ଉତ୍ତରାଧିକାରୀ ଭାବରେ ମଧ୍ୟ ଦେଖାଯାଏ |

ତାରୋ କୋନୋ

ଜାପାନର ପ୍ରତିରକ୍ଷା ମନ୍ତ୍ରୀ ତାରୋ କୋନୋ ତାଙ୍କର ନିରପେକ୍ଷ ମତ ପାଇଁ ବେସ୍ ଜଣାଶୁଣା | ସେ ସିଞ୍ଜୋଙ୍କ ସମାଲୋଚନାକୁ ହାତଛଡ଼ା କରିନାହାଁନ୍ତି ଏବଂ ଦକ୍ଷିଣ କୋରିଆ ସମ୍ବନ୍ଧରେ ଜାପାନର ନୀତି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଜର୍ଜେଟାଉନ୍ ୟୁନିଭରସିଟିରୁ ପଢିଥିବା ତାରୋ କୋନୋ ଇଂରାଜୀ ବିଷୟରେ ଜଣେ ଭଲ ଜ୍ଞାନବାନ ଏବଂ ଆବେଙ୍କ ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ବ ନିର୍ବାହ କରିଛନ୍ତି ।

ୟୋସିହିଦା ସୁଗା

ୟୋଶିହିଦା ସୁଗା ଆବେଙ୍କ ସବୁଠାରୁ ବିଶ୍ୱସ୍ତ ସହଯୋଗୀ ଅଟନ୍ତି । ୨୦୧୨ରେ ସିଞ୍ଜୋଙ୍କ ନିର୍ବାଚନରେ ​​ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆବେ ତାଙ୍କୁ ମୁଖ୍ୟ କ୍ୟାବିନେଟ ସଚିବ ପଦ ଦେଇଛନ୍ତି।

ସିଞ୍ଜିରୋ କୋଇଜୁମି

ସିଞ୍ଜିରୋ କୋଇଜୁମି ବର୍ତ୍ତମାନ ଜାପାନର ପରିବେଶ ମନ୍ତ୍ରୀ ଅଟନ୍ତି। ସେ ଜାପାନର ପରୋପକାରୀ ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମିଙ୍କ ପୁଅ ଏବଂ ଜନସାଧାରଣ ମଧ୍ୟ ତାଙ୍କୁ ପସନ୍ଦ କରନ୍ତି। ତେବେ ସଞ୍ଜିରୋଙ୍କ ବୟସ ମାତ୍ର ୩୯ ଅଟେ ।

ସେଇକୋ ନୋଡା

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାକୁ ସେଇକୋ ନୋଡାଙ୍କର ଇଚ୍ଛା ରହିଛି । ଜାପାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଅଛନ୍ତି ସେ । ୨୦୧୮ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ମଧ୍ୟ ଦାବିଦାର ଥିଲେ ।

   ସମ୍ବନ୍ଧିତ ଖବର


ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ଓଡିଆ ଗୀତରେ ରାପ୍‌ ପରେ ଆଲ୍‌ବମ୍‌ ଭିଡିଓ ସୁଟିଂରେ ବ୍ୟସ୍ତ ସୁର ଭାଇନା: କୁଆଖିଆ ନଦୀ ପଠାରେ ଚାଲିଛି ମ୍ୟୁଜିକ୍‌ ଭିଡିଓ ସୁଟିଂ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

ଜାଣନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଏହି ସୁନ୍ଦରୀ ଗର୍ଲଫ୍ରେଣ୍ଡଙ୍କ ଦରମା କେତେ ?

ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୬ ଜଣ ରୋଗୀଙ୍କ ମୃତ୍ୟୁ…