ଯଦି କିମ୍‌ ଜୋଙ୍ଗ୍‌ଙ୍କ ମୃତ୍ୟୁ ହେବ, କିଏ ହେବେ ଉତ୍ତର କୋରିଆର ଶାସକ ?

kim-yo-jong-un sis


ପୋୟୟାଙ୍ଗ ଏପ୍ରିଲ୨୩ – ଏବେ ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଙ୍କ ହାର୍ଟ ଅପରେସନ୍‌ ପରେ କୋମାକୁ ଚାଲିଯାଇଥିବା ଚର୍ଚ୍ଚା ହେଉଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି , ଏବିଷୟରେ ଉତ୍ତରକୋରିଆର ମିଡିଆରେ ସେ ବିଷୟରେ କିଛି କୁହାଯାଉ ନାହିଁ । ଉତ୍ତର କୋରିଆରେ ତରବରିଆ ଭାବରେ ଦ୍ୱିତୀୟ କ୍ଷମତାଶାଳୀ ତଥା କିମ୍‌ ଜୋଙ୍ଗ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗଙ୍କୁ ପଲିଟିବ୍ୟୁରୋରେ ସାମିଲ କରାଯାଇଛି ।

ଆମେରିକାର ଗୁଇନ୍ଦା ସଂସ୍ଥା ସହ ଦକ୍ଷିଣ କୋରିଆ ଏବେ କିମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ଉତ୍ତର କୋରିଆର ଗଣମାଧ୍ୟମ ପୁରା ଚୁପ୍‌ ରହିଛି । ୨୦୧୪ରୁ କିମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଆରମ୍ଭ ହୋଇଥିଲା । ସେ ଅତ୍ୟଧିକ ମୋଟା ହୋଇଯିବା ସହ ତାଙ୍କର ହୃଦୟ ରୋଗ ବା ହାର୍ଟରେ ଅନେକ ବ୍ଲକେଜ୍‌ ଥିଲା । ତାଙ୍କର ହାର୍ଟ ଅପରେସନ୍‌ ପରେ ସେ କୋମା ଅବସ୍ଥାକୁ ଚାଲିଯାଇଥିବା ଅଭିଯୋଗ ହୋଇଛି । ତାଙ୍କୁ ଏବେ ମାତ୍ର ୩୬ ବର୍ଷ । ମାତ୍ର ସେ ବିଶ୍ୱର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ଅନ୍ୟତମ । ଏବେ ଉତ୍ତର କୋରିଆ ପରମାଣୁ ଶକ୍ତିର ଅଧିକାରୀ । ସେ ଜାପାନ ଓ ଆମେରିକାକୁ ଖାତିରି ନକରି ବାରମ୍ବାର ବିଭିନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛନ୍ତି ।

ଗତ ୭୦ ବର୍ଷ ଧରି ତାଙ୍କ ବଂଶଧରମାନେ କେବଳ ଉତ୍ତର କୋରିଆ ଉପରେ ଶାସନ କରିଆସିଛନ୍ତି । ୧୯୪୮ ମସିହାରୁ ଉତ୍ତରକୋରିଆ ହେବା ପରେ କେବଳ କିମ୍‌ଙ୍କ ବଂଶଧର ହିଁ ଏହାର ମୁଖ୍ୟ ଶାସକ ହୋଇଛନ୍ତି ।

ଏବେ କିମ୍ ଜୋଙ୍ଗ୍‌ ଉନ୍‌ଙ୍କର ଯଦି ଅକାଳ ମୃତ୍ୟୁ ହୁଏ ତେବେ ତାଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଉତ୍ତର କୋରିଆର ଶାସନ ସମ୍ଭାଳିବା ୯୦ ପ୍ରତିଶତ ସମ୍ଭାବନା ରହିଛି । ତାଙ୍କୁ ତରବରିଆ ଭାବେ ଉତ୍ତରକୋରିଆର ପରିଟିବ୍ୟୁରୋରେ ସାମିଲ କରାଯାଇଛି । କେବଳ ସେତିକି ନୁହେଁ ତାଙ୍କ ଭାଇଙ୍କ ପରେ ସେ ଦ୍ୱିତୀୟ ଶକ୍ତିଶାଳୀ ନେତା । ସବୁ ବେଳେ ସେ ନିଜ ଭାଇ କିମ୍‌ ଜୋଙ୍ଗଙ୍କ ପାଖରେ ଥାଆନ୍ତି । ତାଙ୍କର ପରାମର୍ଶଦାତା ଭାବେ କାମ କରନ୍ତି ।

କିମ୍‌ ଜୋଙ୍ଗ ଉନ୍‌ଙ୍କ ଠାରୁ ବଡ ତଥା ତାଙ୍କର ହାଫ୍‌ ବ୍ରଦର କିମ୍‌ ଜୋଙ୍ଗ ନାମଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ଠାରୁ କିମ୍‌ ଜୋଙ୍ଗ ଉନ୍‌ ବିପଦ ଆଶଙ୍କା କରୁଥିଲେ । ନାମ ମଧ୍ୟ ତାଙ୍କୁ କ୍ଷମା କରିବା ପାଇଁ ଜୋଙ୍ଗଙ୍କୁ ପତ୍ର ଲେଖିଥିଲେ । ଏହା ସହ ତାଙ୍କୁ ନ ମାରିବା ପାଇଁ ଗୁହାରି କରିଥିଲେ । ମାତ୍ର କୁଲାଲାମ୍ପୁର ବିମାନ ବନ୍ଦର ନିକଟରେ ତାଙ୍କୁ ୨୦୧୭ ମସିହାରେ ହତ୍ୟା କରାଯାଇଥିଲା ।

କିମ୍‌ ଜୋଙ୍ଗଙ୍କର ଆଉ ଜଣେ ବଡ ଭାଇ ଜୀବିତ ଅଛନ୍ତି । ମାତ୍ର ତାଙ୍କର ରାଜନୀତିର କୌଣସି ଆଗ୍ରହ ନାହିଁ । ସେ ଜଣେ ଭଲ ଗିଟାର୍‌ ବାଦକ । ଉତ୍ତର କୋରିଆରେ ପୁରୁଷ ଶାସକଙ୍କୁ ପ୍ରାଧାନ୍ୟତା ଦିଆଯାଉଥିବାରୁ ସେ ଶାସକ ହୋଇ ପାରନ୍ତି ବୋଲି କେତେଜଣ ରାଜନୈତିକ ବିଶ୍ଲେଷକ ମତ ଦେଇଛନ୍ତି । ମାତ୍ର ସେ ଶାସନ ଭାରରେ କୌଣସି ଆଗ୍ରହ ଦେଖାଉ ନାହାନ୍ତି ।

.କିମ୍‌ ଜୋଙ୍ଗ ଉନ୍‌ଙ୍କ ପିଲା ଥିଲେ ବି ସେମାନ ଏବେ ଶାସନ ଭାର ସମ୍ଭାଳିବା ପରି ବୟସର ହୋଇ ନାହାନ୍ତି । ତାଙ୍କ ଜଣେ କକା ରହିଛନ୍ତି । କିମ୍‌ ପୋୟଙ୍ଗ ଦ୍ୱିତୀୟ ମାତ୍ର ସେ ବି ଶାସନ ପାଇଁ ଆଗ୍ରହୀ ନୁହନ୍ତି । ତାଙ୍କର ଆଉ ଜଣେ କକା ଏବଂ ଉତ୍ତର କୋରିଆର ସବୁଠାରୁ ଶକ୍ତିଶାଳୀ ଥିବା ଜାଙ୍ଗ ଜୋଙ୍ଗ ଥାଏକ୍‌ଙ୍କୁ ଦେଶଦ୍ରୋହ ଅଭିଯୋଗରେ ୨୦୧୩ ମସିହାରେ ମୃତ୍ୟୁ ଦଣ୍ଡ ଦିଆଯାଇଛି । ସେ ଏବେ ଦୁନିଆଁରେ ନାହାନ୍ତି ।

ଯଦି କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ୱାସ୍ଥବସ୍ଥା ସୁଧିରିଯାଏ ତେବେ ସେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଉତ୍ତରକୋରିଆର ଶାସକ ରହିବେ , ନହେଲେ ତାଙ୍କ ଭଉଣୀଙ୍କ ନିକଟକୁ ଶାସନ ଭାର ଯିବାର ସମ୍ଭାବନା ବହୁତ ଅଧିକ ।

   ସମ୍ବନ୍ଧିତ ଖବର


ଭଦ୍ରକ : ବାହାଘରରେ ଭୋଜି ଆୟୋଜନ – ବନ୍ଧା ହେଲେ କନ୍ୟାର ବାପା ଓ ଭିଣୋଇ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ଏହି ଖେଳାଳୀଙ୍କର ପ୍ରଶଂସାରେ ଶତମୁଖ ସଚିନ ‘ରିଭର୍ସ ସୁଇଂକୁ ରିଭର୍ସ କରାନ୍ତି ଆଣ୍ଡରସନ’