କାହିଁକି ‘ଏରିଆ-୫୧’ ବିଶ୍ୱର ସବୁଠାରୁ ରହସ୍ୟମୟ ସ୍ଥାନ, ସତରେ କଣ ଅଛନ୍ତି ଏଲିୟନ୍ ?

ୱାଶିଂଟନ୍ ୨୦/୯: ‘ଏରିଆ ୫୧’ ର ନାଁ ଆପଣ ଶୁଣିଥିବେ । ଏହା ଆମେରିକାର ନେୱାଦାରେ ସ୍ଥିତ ଦୁନିଆର ସବୁଠାରୁ ରହସ୍ୟମୟ ସ୍ଥାନ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ସ୍ଥାନ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ‘ଇମସିର୍ଭ ଏଣ୍ଟରଟେନମେଣ୍ଟ’ ନାମକ ଏକ କମ୍ପାନୀ ‘ଏରିଆ ୫୧’କୁ ଛାନଭିନ୍ କରିବାର ଘୋଷଣା କରିଛି । କମ୍ପାନୀ ଏହି ଆଶା ରଖି ବସିଛି ଯେ ସେଠାରେ ଏଲିଏନ୍ସ ଦେଖିବାକ ମିଳିବ । କମ୍ପାନୀ ଏହା ମଧ୍ୟ ଘୋଷଣା କରିଛି ଯେ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ସୋସିଆଲ ମିଡିଆରେ ଲାଇଭ୍ କରାଯିବ ।

କମ୍ପାନୀ ଏହା କହିଛି ଯେ ଏଲିୟନ୍ସ କିମ୍ବା ପରଗ୍ରହୀ, ଏରିଆ ୫୧ରେ ବନ୍ଦୀ ହୋଇ ରହିଛନ୍ତି । ସେମାନଙ୍କୁ ମୁକ୍ତ କରାଯିବ । ମିଡିଆ ରିପୋର୍ଟ୍ସ  ଅନୁସାରେ ଏହି ସ୍ଥାନରେ ଅନୁପ୍ରବେଶ ପାଇଁ ଲୋକମାନେ ମଧ୍ୟ ଭିଡ ଲଗାଇଲେଣି । ଲୋକଙ୍କ କହିବାନୁସାରେ ସେମାନେ ମଧ୍ୟ ଏଲିୟନ ଦେଖିବେ । ଏବଂ ସେମାନେ ଏଥିପାଇଁ ଜିଦ୍ ଧରି ବସିଛନ୍ତି । ତେବେ ପ୍ରଶ୍ନ ଉଠୁଛି ସତରେ କଣ ଏରିଆରେ ୫୧ରେ ଏଲିୟନଙ୍କୁ ବନ୍ଦୀ ବନାଇ ରଖାଯାଇଛି ? ଯଦି ନାଁ ତେବେ ଏହି ସ୍ଥାନ ଏତେ ରହସ୍ୟମୟ କାହିଁକି ଏବଂ ବାହାର ଲୋକମାନେ ଏହି ସ୍ଥାନ ସମ୍ପର୍କରେ କାହିଁକି ଜାଣିନାହାଁନ୍ତି ।

ସୂଚନା ଅନୁସାରେ ଏରିଆ ୫୧ରେ ଆମେରିକାର ଏୟାର ଫୋର୍ସ ବେସ୍ ଅଛି । କିନ୍ତୁ ଏହା ଭିତରେ କଣ ହୋଇଥାଏ  ଏହା ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯାଇଥାଏ । ଏଠାରେ ଅନେକ ସ୍ଥାନରେ ଚେତାବନୀ ଭରା ବୋର୍ଡ ଲଗାଯାଇଛି । ସବୁଆଡେ ସିସିଟିଭ୍ କ୍ୟାମେରା ଲାଗିଛି । ଏହା ବ୍ୟତୀତ  ସଶସ୍ତ୍ର ଗାର୍ଡ ସବୁଆଡେ ନିୟୋଜିତ ହୋଇଛନ୍ତି । ଏପରିକି ଏରିଆ ୫୧ ଉପରେ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ବିବିସି ଅନୁସାରେ ଏରିଆ ୫୧କୁ ଆମେରିକା ଓ ସୋଭିଏତ୍ ସଙ୍ଘ ମଧ୍ୟରେ ଶୀତଳ ଯୁଦ୍ଧ ସମୟରେ ବିମାନ ପରୀକ୍ଷଣ ଓ ବିକାଶ ପାଇଁ ପ୍ରସ୍ତୁତ କରାଯାଇଥିଲା । ଅବଶ୍ୟ ଏହା ୧୯୫୫ ମସିହାରେ ଖୋଲା ଯାଇଥିଲା । କିନ୍ତୁ ଅନେକ ବର୍ଷ ଧରି ଏହି ସ୍ଥାନ ସମ୍ପର୍କରେ ଲୋକଙ୍କୁ ଜଣାନଥିଲା । ପ୍ରଥମ ଥର ପାଇଁ ଏହାର ଅସ୍ଥିତ୍ୱ ୨୦୧୩ରେ ସିଆଇଏ ଅଫିସିଆଲ୍ ରୂପେ ସ୍ୱୀକାର କରିଥିଲେ । ଏହାର ୪ ମାସ ପରେ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ସାର୍ବଜନିକ ରୂପେ ଏରିଆ ୫୧ କଥା ଉଠାଇଥିଲେ ।

କୁହାଯାଏ ଆମେରିକୀୟ ସେନା ଅତ୍ଯାଧୁନିକ ବିମାନକୁ ବିକଶିତ କରିବା ପାଇଁ ଏରିଆ ୫୧ର ବ୍ୟବହାର କରେ । ପ୍ରାୟ ୧୫୦୦ ଲୋକ ସେଠାରେ କାମ କରନ୍ତି । ଯେଉଥିରେ ଅନେକ ଲୋକ ଲାସ୍ ବେଗାସରୁ ଚାଟାର୍ଡ ବିମାନ ଯୋଗେଁ ଆସିଥାନ୍ତି ।

‘ଏରିଆ ୫୧’ ନିକଟରେ ଯେଉଁଭଳି ଗୋପନୀୟତା ରଖାଯାଇଛି ସେଥିରେ ମନରେ ଅନେକ ପ୍ରକାର ପ୍ରଶ୍ନ ଉଠୁଛି । କୁହାଯାଉଛି ଯେ ୧୯୪୭ ମସିହାରେ ନ୍ୟୁ ମେକ୍ସିକୋର ରୋସୱେଲରେ ଏଲିୟନର ଏକ ମହାକାଶ ଯାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ସେହି ଯାନକୁ ଓ ତାର ପାଇଲଟର ଶବକୁ ଏଠାରେ ରଖାଯାଇଛି । ଅବଶ୍ୟ ଆମେରିକା ସରକାର କହିସାରିଛନ୍ତି ଯେ ତାହା କୌଣସି ଏଲିୟନ୍ ବିମାନ ନଥିଲା ବରଂ ତାହା ଏକ ୱେଦର ବେଲୁନ୍ ଥିଲା ।

ଅନେକ ଲୋକ ଏହା ମଧ୍ୟ କହିଥାନ୍ତି ଯେ ଏରିଆ ୫୧ ଉପରେ ଏବଂ ନିକଟରେ ଅନେକ ଥର ୟୁଏଫଓ ଦେଖିବାକୁ ମିଳିଛି । ଅନେକ ଲୋକ ଏମିତି ଅଭିଯୋଗ ମଧ୍ୟ ଆଣିଛନ୍ତି ଯେ ଏଲିଏନ୍ସ ସେମାନଙ୍କୁ ଅପହରଣ କରି ନେଇଯାଇଥିଲେ ଏବଂ ତାଙ୍କ ଉପରେ ଅନେକ ରିସର୍ଚ୍ଚ କରିବା ପରେ ଆଣି ପୁଣି ଛାଡି ଦେଇଯାଇଛନ୍ତି ।

୧୯୮୯ ମସିହାରେ ରବର୍ଟ ଲେଜର ନାମକ ଜଣେ ବ୍ୟକ୍ତି କହିଥିଲେ ଯେ ସେ ଏରିଆ ୫୧ ଭିତରେ ଏଲିୟନ୍ ଟେକନିକ୍ ଉପରେ କାମ କରିଛନ୍ତି । ସେ ଏଲିୟନଙ୍କ ମେଡିକାଲ ଫଟୋ ମଧ୍ୟ ଦେଖିଛନ୍ତି । ତେବେ ସେ ଯାହା ବି ହେଉ ‘ଏରିଆ ୫୧’ କୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ତେବେ ଦେଖିବା ବାକି ରହିଲା ସେଥିରୁ କଣ ବାହରୁଛି…।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ