ମହାକାଶକୁ ଯିବାପାଇଁ ଧଳା ଓ କମଳା ରଙ୍ଗର ଡ୍ରେସ୍ କାହିଁକି ପିନ୍ଧିଥାନ୍ତି ଆଷ୍ଟ୍ରନୋଟ୍, ଜାଣନ୍ତୁ…

ନୁଆଦିଲ୍ଲୀ ୬/୯: ଚନ୍ଦ୍ରଯାନ ୨ ର ଲାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତିରେ ଚନ୍ଦ୍ରପୃଷ୍ଠରେ ଐତିହାସିକ ସଫ୍ଟ ଲ୍ୟାଣ୍ଡିଂ କରିବ  । କେବଳ ଇସ୍ରୋର ବୈଜ୍ଞାନିକ ନୁହଁନ୍ତି ବରଂ ସାରା ଦେଶବାସୀ ଏହି କ୍ଷଣକୁ ଅପେକ୍ଷା କରି ରହିଛନ୍ତି । ଏହା ସହିତ ଭାରତ ଚନ୍ଦ୍ରର ଦକ୍ଷିଣ ଧ୍ରୁବ କ୍ଷେତ୍ରରେ ପହଞ୍ଚିବା ବିଶ୍ୱର ପ୍ରଥମ ଦେଶ ପାଲଟିଯିବ ।

ଏହି ମୂହୁର୍ତ୍ତକୁ ଅନୁଭବ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ସେଣ୍ଟରରେ ଉପସ୍ଥିତ ରହିବେ । ତାଙ୍କ ସହିତ ସାରା ଦେଶର ଚୟନ ହୋଇଥିବା ପିଲାମାନେ ମଧ୍ଯ ସାମିଲ ହେବେ । ତେବେ ଆମେ ସବୁବେଳେ ଦେଖିଥାଉ ଯେ ଆଷ୍ଟ୍ରନୋଟ୍ କେବଳ ଧଳା କିମ୍ବା କମଳା ରଙ୍ଗର ଡ୍ରେସ୍ ପିନ୍ଧିଥାନ୍ତି । ଆପଣ ଜାଣିଛନ୍ତି କି ଏହା ପଛର କାରଣ ? ତେବେ ଆସନ୍ତୁ ଜାଣିବା…

ଅରେଞ୍ଜ ସ୍ପେଶ୍ ସୁଟକୁ ଆଡଭାନ୍ସ କ୍ରୁ ଏସ୍କେପ ସୁଟ୍ (ACES) ମଧ୍ଯ କୁହାଯାଏ ।

ହ୍ୱାଇଟ୍ ସ୍ପେଶ୍ ସୁଟର ନାମ ଏକ୍ସ୍ରଟା ଭିଆଇକୁଲର ଆକ୍ଟିଭିଟି ସୁଟ୍(EVAS) କୁହାଯାଏ ।

ଅରେଞ୍ଜ ସୁଟ ଏଣ୍ଟ୍ରି ସୁଟ୍ ନାମରେ ମଧ୍ଯ ପରିଚିତ ।

ସ୍ପେଶରେ ଅରେଞ୍ଜ ସୁଟ୍ ସହଜରେ ଦେଖାଯାଇଥାଏ ।

ସୂର୍ଯ୍ଯଙ୍କ ତୀବ୍ର ରଶ୍ମିକୁ ରିଫ୍ଲେକ୍ଟ କରିବା ପାଇଁ ହ୍ୱାଇଟ୍ କଲରର ସୁଟ୍ ପିନ୍ଧାଯାଇଥାଏ ।

ମହାକାଶରେ କଳା ବାତାବରଣରେ ହ୍ୱାଇଟ୍ ରଙ୍ଗ ସହଜରେ ଦେଖାଯାଇଥାଏ ।

କହିରଖୁଛୁ ଅରେଞ୍ଜ ସୁଟ୍ ସ୍ପେଶ୍ ଶଟଲର ଟେକ୍- ଅଫ କିମ୍ବା ଲାଣ୍ଡିଂ ସମୟରେ ଦୁର୍ଘଟଣାରୁ ଆଷ୍ଟ୍ରନୋଟଙ୍କୁ ରକ୍ଷା କରିଥାଏ ।

ହ୍ୱାଇଟ୍ ସୁଟକୁ ମୁଖ୍ଯତଃ ସ୍ପେଶ୍ ୱାକିଂ ପାଇଁ ଡିଜାଇନ୍ କରାଯାଇଥାଏ ।

ହ୍ୱାଇଟ୍ ସୁଟରେ ୱାଟର କୁଲିଂ ସିଷ୍ଟମ ଥାଏ । ଏହା ଅନ୍ଯ ସ୍ପେଶରେ ସରଭାଇଭଲରେ ସାହାଯ୍ଯ କରିଥାଏ ।

ଖାସ୍ କଥା ହେଉଛି EVAS ସୁଟ୍ ଶରୀରର ଝାଳକୁ ରିସାଇକଲ୍ କରିଥାଏ ଯାହା ଆଷ୍ଟ୍ରନୋଟଙ୍କୁ ବିଷମ ପରିସ୍ଥିତିରେ ମଧ୍ଯ କୁଲ୍ ରଖିଥାଏ ।

ହ୍ୱାଇଟ୍ ସୁଟ ଭିତରେ ଏକ ଡ୍ରିଙ୍କ ବ୍ୟାଗ୍ ମଧ୍ଯ ରହିଥାଏ ଯାହା ପାଣରେ ପୂର୍ଣ୍ଣ ହୋଇଥାଏ । ଏହା ୬ ଘଣ୍ଟାର ସ୍ପେଶୱାକକୁ ଥଣ୍ଡା ରଖିଥାଏ ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now