କାହିଁକି କ୍ରିକେଟ୍ ଖେଳେନି ଚୀନ୍, ଜାଣନ୍ତୁ ଏହାର ପ୍ରକୃତ କାରଣ

ନୂଆଦିଲ୍ଲୀ,୧୨।୫: ବିଶ୍ବ କପ୍ କ୍ରିକେଟର ଧୁମ୍ ଆରମ୍ଭ ହେବାକୁ ଯାଉଛି ସାରା ବିଶ୍ବରେ। ଏଥିପାଇଁ ପ୍ରତିଯୋଗୀ ଦଳ ଗୁଡିକ ନିଜର ପ୍ରସ୍ତୁତି ମଧ୍ୟ ଯୋରଦାର ଭାବରେ କରିଛନ୍ତି। ତେବେ ଭାରତର ପଡୋଶୀ ରାଷ୍ଟ୍ର ଚୀନକୁ କିନ୍ତୁ ବିଶ୍ବକପ୍ କ୍ରିକେଟରେ କୌଣସି ପ୍ରକାର ଉତ୍ସାହ ଥିବାର ଜଣାପଡୁଛି। ଟେକ୍ନୋଲୋଜି ମାମଲାରେ ଚୀନ ସାରା ବିଶ୍ବର ବହୁ ଦେଶଠାରୁ ଖୁବ୍ ଆଗରେ ରହିଛି। ବିଶ୍ବରସ୍ତରୀୟ ଅନେକ କ୍ରୀଡାରେ ଚୀନର ରୁଚି ରହିଛି, କିନ୍ତୁ ଏହି ଦେଶ କେବେ କ୍ରିକେଟ୍ ଖେଳେ ନାହିଁ। ଏହି ଦେଶ ନା କେବେ କ୍ରିକେଟ ଖେଳେ କିମ୍ବା ସେଠାକାର ଲୋକେ ଏହି ଖେଳକୁ ପସନ୍ଦ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ପ୍ରକୃତ କାରଣ କହିବାକୁ ଯାଉଛୁ।

ପ୍ରକୃତ କାରଣ ହେଉଛି ଚୀନ ସବୁବେଳେ ଅଲମ୍ପିକ ଖେଳର ସମର୍ଥକ ରହିଛି ଓ ଅଲମ୍ପିକରେ ହେବାକୁ ଥିବା ଖେଳ ପାଇଁ ମଧ୍ୟ ଖୁବ୍ ପରିଶ୍ରମ କରିଥାଏ। ଏହି କାରଣରୁ ଚୀନର ଖେଳାଳିଙ୍କୁ ସବୁବେଳେ ଅଲମ୍ପିକରେ ସବୁଠାରୁ ଅଧିକ ମେଡେଲ ମିଳିଥାଏ। ଯେହେତୁ କ୍ରିକେଟ ଅଲମ୍ପିକଙ୍କର ଅଂଶ ନୁହେଁ, ତେଣୁ ଏହି ଦେଶରେ ଏହି ଖେଳକୁ ବିଶେଷ ଭାବରେ ପ୍ରାଧାନ୍ୟ ଦିଆଯାଇନଥାଏ।

ଚୀନ କ୍ରିକେଟ ନଖେଳିବାର  ଆଉ ଏକ କାରଣ ମଧ୍ୟ ରହିପାରେ। ତାହା ହେଲା ଇଂରେଜମାନେ ଚୀନରେ କେବେ ଔପନିବେଶନ କରିନଥିଲେ। ଯେଉଁ ଦେଶ କ୍ରିକେଟ୍ ଖେଳିଥାଏ ସେଠାରେ କେବେ ନା କେବେ ବ୍ରିଟିସ୍ ଔପନିବେଶର ଅଂଶ ରହିଛି। ସେଠାରେ ଯଦିଓ କ୍ରିକେଟ ଖେଳା ଯାଇନଥାଏ, କିନ୍ତୁ ଚୀନର ଲୋକଙ୍କୁ ବ୍ୟାଡମିଟନ, ଟେବଲ ଟେନିସ୍ ଭଳି ଖେଳ ପାଇଁ ସର୍ବଶ୍ରେଷ୍ଠ ବୋଲି କୁହାଯାଏ। ଏହି ଖେଳ ଅଲମ୍ପିକର ଅଂଶ ମଧ୍ୟ ରହିଛି।କ୍ରିକେଟ ସାରା ବିଶ୍ବରେ ଯଦିଓ ଖେଳାଯାଏ ନାହିଁ। ଏହା ବିଶ୍ବର କିଛି ଦେଶରେ ଖେଳାଯାଇଥାଏ। ସେଭଳି ଚୀନର ନିଜ ଖେଳର ମାଧ୍ୟମରେ  ସାରା ବିଶ୍ବରେ ନିଜର ଛାପ ଛାଡିବାକୁ ଚାହେଁ। ଏହା ମଦ୍ୟ ଏକ କାରଣ ଯେ, ଚୀନର ଲୋକ କ୍ରିକେଟକୁ ଭଲ ପାଆନ୍ତି ନାହିଁ।

ଯଦିଓ ଏବେ ଆଇସିସି କ୍ରିକେଟକୁ ପ୍ରୋତ୍ସାହନ ଦେବା ପାଇଁ ଚୀନରେ ପ୍ରଚାର ପ୍ରସାର କରାଯାଉଛି। ଚଳିତ ବର୍ଷ ଜାନୁଆରୀରେ ଟି-୨୦ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା, ଯେଉଁଥିରେ ଚୀନର ମହିଳା ଟିମ୍ ମଧ୍ୟ ଭାଗ ନେଇଥିଲେ।କିନ୍ତୁ ମ୍ୟାଚରେ ତାଙ୍କର ଏକ ଲଜ୍ଜାଜନକ ରେକର୍ଡ ହୋଇଥିଲା, ଯାହାକୁ କୌଣସି କ୍ରିକେଟ ଟିମ୍ ମଧ୍ୟ ଭାଙ୍ଗି ପାରିବ ନାହିଁ। ତାହା ହେଲା ବ୍ୟାଙ୍କକରେ ଖେଳା ଯାଉଥିବା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚୀନର ମହିଳା ଟିମ୍ ମାତ୍ର ୧୪ ରନରେ ଅଲଆଉଟ୍ ହୋଇଯାଇଥିଲେ। ମହିଳା ଏବଂ ପୁରୁଷ ଟି-୨୦ରେ ଏହା କୌଣସି ଅନ୍ତଃର୍ଜାତୀୟ ମ୍ୟାଚର ନ୍ୟୁନତମ ସ୍କୋର ବୋଲି କୁହାଯାଉଛି। ଚୀନ ଏହି ମ୍ୟାଚ୍ ୟୁଏଇ ବିରୋଧରେ ଖେଳୁଥିଲା।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ