ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ଜାଣନ୍ତୁ କାହିଁକି ଡାଏନା ପେଣ୍ଟି ନିଜ କ୍ୟାରିଅରକୁ ନେଇ ସନ୍ତୁଷ୍ଟ

ମଡେଲିଂରୁ ଫିଲ୍ମ ଜଗତରେ ପାଦ ଥାପିଥିବା ଡାଏନା ପେଣ୍ଟି ନିଜ କ୍ୟାରିଅରକୁ ନେଇ ସନ୍ତୁଷ୍ଟ ଅଛନ୍ତି । ଲକଡାଉନ୍‌, ସଙ୍ଗରୋଧ ଭଳି ପରିସ୍ଥିତି ଲୋକଙ୍କୁ ଅବସାଦଗ୍ରସ୍ତ କରିଦେଉଥିଲା ବେଳେ ଡାଏନା ବେଶ୍‌ ବିନ୍ଦାସ ଅଛନ୍ତି । ତାଙ୍କ କ୍ୟାରିଅର୍‌ର ଗତି ସମସାମୟିକ ଅଭିନେତ୍ରୀମାନଙ୍କ ତୁଳନାରେ ବେଶ୍‌ ପଛୁଆ । ତଥାପି ତାଙ୍କର କୌଣସି ଅବସୋସ ନାହିଁ । ତାଙ୍କ କହିବା ହେଲା ସେ ଅଳ୍ପରେ ସନ୍ତୁଷ୍ଟ ରହିବାକୁ ଭଲ ପାଆନ୍ତି ।

{"id":138709,"sizeSlug":"large"}

ସେଥିପାଇଁ ସେ ଖୁସି ରହିପାରନ୍ତି । ଆଜିକାଲି ତାଙ୍କ ଖୁସି ରହିବାର ଏକ କାରଣ ହେଲା ତାଙ୍କର ଏକ ଫିଲ୍ମ ହଟଷ୍ଟାରରେ ରିଲିଜ୍‌ ହେବାକୁ ଯାଉଛି । ନିର୍ମାତା ଦିନେଶ ବିଜନଙ୍କ ଏହି ରୋମାଣ୍ଟିକ ଡ୍ରାମାରେ ଡାଏନାଙ୍କ ଚରିତ୍ର ବେଶ୍‌ ଦମଦାର ।

{"id":138707,"sizeSlug":"large"}

ଏହି ଫିଲ୍ମରେ ତାଙ୍କ ସହିତ ସ୍କ୍ରିନ୍‌ ଶେୟାର କରିଛନ୍ତି ରାଧିକା ମଦନ, ମୋହିତ ରୈନା, କୁନାଲ ଦେଶମୁଖଙ୍କ ଭଳି ଅଭିନେତା । ଶ୍ରୀରାମ ରାଘବନ ଏବଂ ଧୀରଜ ରତନଙ୍କ ଦମଦାର ସ୍କ୍ରିପ୍ଟ ପଢ଼ି କେବଳ ଡାଏନା ଖୁସି ହୋଇନାହାନ୍ତି । ନିର୍ମାତା ଦିନେଶ ବିଜନ ମଧ୍ୟ ଖୁସି । ଡାଏନାଙ୍କ କହିବା ହେଲା ଦୀର୍ଘ ଆଠ ବର୍ଷର କ୍ୟାରିଅର ମଧ୍ୟରେ ସେ କେବେ ଲିଡ୍‌ ନାୟିକା ନୁହେଁ, ବରଂ କ୍ୟାରେକ୍ଟର ରୋଲ୍‌ ପ୍ଲେ କରିବାରେ ହିଁ ମନୋନିବେଶ କରିଆସିଛନ୍ତି । ସେଥିପାଇଁ ସେ କେବେ ନିଜକୁ ନମ୍ବର ଦୌଡ଼ରେ ସାମିଲ କରିନାହାନ୍ତି । ନିଜ ମର୍ଜିରେ ଜୀବନ ଜିଉଁଛନ୍ତି ଡାଏନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.