PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଓଃ ! ତେବେ ଏଥିପାଇଁ ମଦ ପିଇବା ସମୟରେ ପିଆଲା ଛୁଆଇଁ କରାଯାଏ ‘ଚିୟର୍ସ’

ଭୁବନେଶ୍ୱର ୬/୯: ଆପଣ ନିଜ ବନ୍ଧୁମାନଙ୍କ ସହ ମିଶି ହସଖୁସିରେ ବିୟର ପିଉଥିବେ କିମ୍ବା ଅନ୍ଯକେଉଁ ଭେରାଇଟିର ମଦିରା ପାନ କରୁଥିବେ । ଅବଶ୍ଯ ଏହା ନିଶ୍ଚିତ ନୁହେଁ ଯେ ଆପଣ ପିଉଥିବେ । ହୁଏତ ଆପଣ ପିଉନଥାଇ ପାରନ୍ତି । ତେବେ ଏହା ବିଶ୍ୱର ସବୁ ସ୍ଥାନରେ ଅଛି । ପୁରୁଷ ଏବଂ ମହିଳା ସମସ୍ତେ ମଦିରା ପାନ କରି ମଜା ଲୁଟିଥାନ୍ତି । ମଜାକଥା ହେଉଛି ଆମ ଭାରତରେ ଲୋକେ ଖୁସିରେ ଏବଂ ଦୁଃଖରେ ଉଭୟ ପରିସ୍ଥିତିକୁ ଉପଭୋଗ କରିବା ପାଇଁ ମଦ୍ଯପାନ କରିଥାନ୍ତି । ତେବେ କାହିଁ କେତେ କାଳରୁ ଏହା ରହିଆସିଛି । ଆଗ କାଳରେ ରାଜା ମହାରାଜା ମଧ୍ଯ ସୁରା ପାନ କରୁଥିଲେ । ଦ୍ୱାପର ଯୁଗରେ ମଧ୍ଯ ମଦିରା ପାନ କରିବା ନଜିର୍ ରହିଛି । ତେବେ ସାରା ଦେଶରେ ଗୋଟିଏ ସମାନ ପରମ୍ପରା ରହିଛି ଏବଂ ତାହା ହେଲା ଗ୍ଲାସରେ(କାଚ କିମ୍ବା ୟୁଜ୍ ଆଣ୍ଡ ଥ୍ରୋ କିମ୍ବା ଅନ୍ଯ କେଉଁ ପ୍ରକାର) ପିଇବା ପୂର୍ବରୁ ପରସ୍ପର ଚିୟର୍ସ କରିଥାନ୍ତି । ଏହା ପାଶ୍ଚାତ୍ୟ ଦେଶରେ ମଧ୍ଯ ରହିଆସିଛି । ଆପଣ ମଧ୍ଯ ଏମିତି କରୁଥିବେ । ତେବେ ଏମିତି କାହିଁକି କରାଯାଏ ଆପଣ ଜାଣିଛନ୍ତି କି ? ଯଦି ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଚାଲନ୍ତୁ…

ଚିୟର୍ସ (Cheers) ଶବ୍ଦଟି ପ୍ରାଚୀନ ଫ୍ରେଞ୍ଚ ଶବ୍ଦ ‘ଚେରୀ’ରୁ ଆସିଛି ଯାହାର ଅର୍ଥ ହେଲା ମୁହଁ କିମ୍ବା ମୁଣ୍ଡ । ଅଷ୍ଟାଦଶ ଶତାବ୍ଦୀରେ ଏହି ଶବ୍ଦର ଅର୍ଥ ଥିଲା ଖୁସି ଏବଂ ଏହାକୁ ପ୍ରେରଣା ଦେବାପାଇଁ ବ୍ୟବହାର କରାଯାଉଥିଲା । ତେବେ ଆଜି ଏହି ଶବ୍ଦକୁ ମଦ ପିଇବା ସମୟରେ ଗ୍ଲାସକୁ ଗ୍ଲାସ୍ ଛୁଆଇଁ କୁହାଯାଉଛି ।

ମଦ ପିଇବା ପୂର୍ବରୁ ସମସ୍ତେ ପରସ୍ପର ଗ୍ଲାସକୁ ଛୁଆଇଁ ଚିୟର୍ସ କହୁଛନ୍ତି । କାହିଁ କେବେଠୁ ଏହା ଲାଗୁ ହୋଇଆସୁଛି । ଯେତେବେଳେ ଆମେ ବନ୍ଧୁମାନଙ୍କ ସହ ମଦ ପିଇଥାଉ ସେତେବେଳେ ଅନେକ ଇନ୍ଦ୍ରିୟ କାମ କରିଥାଏ । ଆମେ ଦେଖିପାରୁ, ଅନୁଭବ କରିପାରୁ, ଗନ୍ଧ ବାରିପାରୁ, ଏହାକୁ ଟେଷ୍ଟ କରିପାରୁ । ଗ୍ଲାସ୍ ଛୁଆଇଁ ଚିୟର୍ସ କରିବା ଫଳରେ ସୃଷ୍ଟି ହେଉଥିବା ଶବ୍ଦକୁ ମଧ୍ଯ ଆମେ ଶୁଣିପାରୁ । ଏହି ଧ୍ୱନି ଆମକୁ ଖୁସି ଦେବାରେ ସାହାଯ୍ଯ କରିଥାଏ । ପିଇବାର ଅନୁଭବକୁ ପୁରା କରିଥାଏ । ଉଭୟଙ୍କ ମଧ୍ଯରେ ଏକ କମ୍ଯୁନିକେସନ ସୃଷ୍ଟି କରିଥାଏ ଏହି ଚିୟର୍ସ । ଏପରି କରିବାର ଉଦ୍ଦେଶ୍ୟ ଚେତନାକୁ ଜାଗ୍ରତ କରିବା। ଏହାର ଅନ୍ୟ ଏକ କାରଣ ବି ରହିଛି ତାହା ହେଉଛି ଆତ୍ମାଙ୍କ ସନ୍ତୁଷ୍ଟି। ପାନପାତ୍ର ପରସ୍ପର ଧକ୍କା ଲାଗିବା ବେଳେ କିଛି ପାନୀୟ ତଳେ ଢାଳି ହୋଇଯାଏ। ଅଶରୀରମାନେ ସେଥିରୁ ତୃପ୍ତ ହୁଅନ୍ତି ବୋଲି ମଧ୍ୟଯୁଗୀୟ ବିଶ୍ୱାସ ରହିଆସିଛି।

ସେହିପରି ଅନ୍ୟ ଏକ କାରଣ ହେଉଛି ପାନୀୟରେ ବିଷ ପ୍ରୟୋଗର ଭୟ ଦୂରକରିବା। ସାଧାରଣତଃ କୌଣସି ସାମୂହିକ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଆକ୍ରୋଶ ଲାଗି କେହି ପାନୀୟରେ ବିଷ ମିଶ୍ରଣ କରିଥିବାର ବି ଭୟ ଥାଏ। ଏଣୁ ମିଳିତଭାବେ ପାନୀୟ ଗ୍ରହଣ କରିବା ବେଳେ ପାତ୍ରକୁ ପାତ୍ରମାଡ କରିବା ବେଳେ ପାନୀୟ ଚହଲି ପରସ୍ପରର ପାତ୍ରସହ ମିସିଥାଏ। ଏଣୁ ଏହା ଦ୍ୱାରା ପାନୀୟରେ ବିଷ ପ୍ରୟୋଗ ଜନିତ ଭୟ ନଥାଏ।