କାହିଁକି ଟ୍ରେନରେ ରହିଥାଏ ଅଲଗା ଅଲଗା ରଙ୍ଗର କୋଚ୍, ଜାଣିରଖିଲେ କେବେବି ଅସୁବିଧାରେ ପଡିବେନି

ନୁଆଦିଲ୍ଲୀ ୨୮/୮: ଭାରତୀୟ ରେଳ, ଏସିଆର ଦ୍ୱିତୀୟ ସବୁଠାରୁ ବଡ ରେଲୱେ ନେଟୱର୍କ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଆପଣ ମଧ୍ୟ ଟ୍ରେନ୍ ଯାତ୍ରା କରିଥିବେ । କିନ୍ତୁ କେବେ ବି ଆପଣ ଏହା ଉପରେ ଧ୍ଯାନ ଦେଇନଥିବେ ଯେ ଟ୍ରେନ ଡବାଗୁଡିକ ଅଲଗା ଅଲଗା ରଙ୍ଗର ହୋଇଥାଏ । ତେବେ କାହିଁକି ଏମିତି ହୋଇଥାଏ ଏବଂ ଏହା ପଛରେ କଣ କାରଣ ରହିଛି ଆସନ୍ତୁ ଜାଣିବା ।

ଭାରତୀୟ ରେଳ ସମ୍ପର୍କରେ ସବୁଠାରୁ ରୋଚକ କଥା ହେଉଛି ଯେ ଯଦି ଭାରତୀୟ ରେଳ ଲାଇନକୁ ଗୋଟିଏ ସିଧାରେ ରଖାଯିବ ତେବେ ଏହା ପୃଥିବୀର ଆକାରଠାରୁ ମଧ୍ଯ ୧.୫ ଗୁଣା ଅଧିକ ହୋଇଯିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶର ସବୁଠାରୁ ଧିରେ ଚାଲୁଥିବା ଟ୍ରେନ୍ ୧୦ କିଲୋମିଟର ପ୍ରତି ଘଣ୍ଟାରେ ଗତି କରିଥାଏ । ଏହି ଟ୍ରେନର ନାଁ ମେଟ୍ଟୁପଲାୟମ ଓଟ୍ଟି ନୀଳଗିରି ପାସେଞ୍ଜର, ଯାହାକି ବିପଜ୍ଜନକ ପାହାଡିଆ ଗତିପଥ ଦେଇ ଯାତ୍ରା କରିଥାଏ ।

ଆପଣ ଦେଖିଥିବେ ଯେ ଅଧିକାଂଶ ଟ୍ରେନର ଡବା ରଙ୍ଗ ନୀଳ ରଙ୍ଗର ହୋଇଥାଏ । ଏହି ଡବାର ଅର୍ଥ ହେଉଛି ଯେ ଏହା ଆଇସିଏଫ୍ କୋଚ୍ । ଅର୍ଥାତ୍ ଏହାର ଗତି ୭୦ରୁ ୧୪୦ କିଲୋମିଟର ପ୍ରତି ଘଣ୍ଟା ପର୍ୟ୍ଯନ୍ତ ହୋଇଥାଏ । ଏହି ଡବାକୁ ମେଲ୍ ଏକ୍ସପ୍ରେସ୍ କିମ୍ବା ସୁପରଫାଷ୍ଟ ଟ୍ରେନରେ ଲଗାଯାଇଥାଏ । ଏସି ଟ୍ରେନରେ ନାଲି ରଙ୍ଗର ଡବା ବ୍ୟବହାର କରାଯାଇଥାଏ । ଉଦାହରଣ ରାଜଧାନୀ ଏକ୍ସପ୍ରେସ୍ ।

ସବୁଜ ରଙ୍ଗର କୋଚର ବ୍ୟବହାର ଗରିବ ରଥ ଟ୍ରେନରେ ହୋଇଥାଏ । ଧୂସର ରଙ୍ଗର ଡବାର ବ୍ୟବହାର ମିଟର ଗେଜ୍ ଟ୍ରେନରେ ହୋଇଥାଏ । ବିଲିମୋରା ବାଘାଇ ପାସେଞ୍ଜର ଏକ ନାରୋ ଗେଜ୍ ଟ୍ରେନ୍, ଯେଉଁଥିରେ କି ଫିକା ସବୁଜ ରଙ୍ଗର କୋଚର ବ୍ୟବହାର ହୋଇଥାଏ । ଅବଶ୍ଯ ଏଥିରେ ଧୂସର ରଙ୍ଗର କୋଚ୍ ମଧ୍ଯ ବ୍ୟବହାର କରାଯାଇଥାଏ ।

କିଛି ରେଲୱେ ଜୋନ୍ ନିଜ ପସନ୍ଦ ଅନୁସାରେ ରଙ୍ଗ ବ୍ୟବହାର କରିଥାନ୍ତି । ଯେମିତିକି ମଧ୍ଯ ରେଳର କିଛି ଟ୍ରେନରେ ଧଳା, ନାଲି ଓ ସବୁଜ ରଙ୍ଗର କୋଚ୍ ଦେଖିବାକୁ ମିଳିଥାଏ ।

   ସମ୍ବନ୍ଧିତ ଖବର


ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ