ହୋମ କରିବା ସମୟରେ କାହିଁକି କୁହାଯାଇଥାଏ ‘ସ୍ୱାହା’, ଜାଣନ୍ତୁ ଏହା ପଛରେ ଥିବା ଗଭୀର ରହସ୍ଯ

ହିନ୍ଦୁ ଧର୍ମରେ ଯଜ୍ଞ ବା ପୂଜାକୁ ଏକ ପବିତ୍ର ଓ ଧାର୍ମିକ ପରମ୍ପରା ବୋଲି ବିବେଚନା କରାଯାଏ । ବିବାହ କିମ୍ବା କୌଣସି ବି ଧାର୍ମିକ ଅନୁଷ୍ଠାନ ସମୟରେ ପୂଜା କରାଯାଇଥାଏ । ପୂଜା ସମୟରେ ମନ୍ତ୍ର ଜାପ କରିବା ସହିତ ସ୍ୱାହା କହି ପୂଜା ସାମଗ୍ରୀ, ଅର୍ଘ୍ଯ କିମ୍ବା ଭୋଗ ଭଗବାନଙ୍କୁ ଅର୍ପଣ କରାଯାଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ମନ୍ତ୍ର ଶେଷରେ ସ୍ୱାହା କାହିଁକି କୁହାଯାଇଥାଏ ?

source:www.amarujala.com

ସ୍ୱାହାର ଅର୍ଥ ହେଉଛି ଯେ ସଠିକ୍ ନୀତିରେ ପହଞ୍ଚାଇବା ଅର୍ଥାତ୍ କୌଣସି ବି ବସ୍ତୁକୁ ତାର ଗନ୍ତବ୍ଯ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବା  । ପୁରାଣ ଅନୁସାରେ, ‘ସ୍ୱାହା’ ଅଗ୍ନି ଦେବଙ୍କ ପତ୍ନୀଙ୍କ ନାମ , ସେଥିପାଇଁ ପ୍ରତି ମନ୍ତ୍ର ଶେଷରେ ତାଙ୍କ ନାଁ ଉଚ୍ଚାରଣ କରାଯାଇଥାଏ ।

source:www.amarujala.com

ଯେତେବେଳ ପର୍ଯ୍ୟନ୍ତ ଦେବତା ହବନକୁ ଗ୍ରହଣ ନକରନ୍ତି ସେତେବେଳ ପର୍ଯ୍ୟନ୍ତ କୌଣସି ବି ଯଜ୍ଞ ସଫଳ ହୋଇନଥାଏ । କିନ୍ତୁ ଦେବତା ଏହା ସେତେବେଳେ ହିଁ ଗ୍ରହଣ କରିଥାନ୍ତି ଯେତେବେଳେ ଅଗ୍ନି ଓ ସ୍ୱାହାଙ୍କ ମାଧ୍ଯମରେ ତାହା ଅର୍ପଣ କରାଯାଇଥାଏ ।

source:www.amarujala.com

ସ୍ୱାହା ପ୍ରଜାପତି ଯକ୍ଷଙ୍କ କନ୍ଯା ଥିଲେ । ଅଗ୍ନି ଦେବଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ଅଗ୍ନିଦେବ ନିଜ ପତ୍ନୀଙ୍କ ମାଧ୍ଯମରେ ହିଁ ହବିଷ୍ଯ ଗ୍ରହଣ କରୁଥିଲେ  ଏବଂ ତାଙ୍କ ମାଧ୍ଯମରେ ହିଁ ଏହି ହବିଷ୍ଯ ଆହ୍ୱାନ କରାଯାଇଥିବା ଦେବତାଙ୍କୁ ପ୍ରାପ୍ତ ହୁଏ ।

source:www.amarujala.com

ସ୍ୱାହାଙ୍କ ସମ୍ପର୍କରେ ଏକ ରୋଚକ କଥା ଅଛି । ସ୍ୱାହାଙ୍କ ପାଖରେ ପ୍ରକୃତିର ଏକ କଳା ରହିଥିଲା । ଏହା ତାଙ୍କୁ ଜନ୍ମବେଳୁ ପ୍ରାପ୍ତ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ସ୍ୱାହାଙ୍କୁ ଏହି ବର ଦେଇଥିଲେ ଯେ କେବଳ ତାଙ୍କ ମାଧ୍ୟମରେ ହିଁ ଦେବତା ହବିଷ୍ଯ ଗ୍ରହଣ କରିପାରିବେ । ସେଥିପାଇଁ କୌଣସି ବି ଯଜ୍ଞ ସେତେବେଳେ ହିଁ ପୂରା ହୋଇଥାଏ ଯେତେବେଳେ ଆହ୍ୱାନ କରାଯାଇଥିବା ଦେବତାଙ୍କୁ ତାଙ୍କ ପସନ୍ଦର ଭୋଗ ପହଞ୍ଚାଇ ଦିଆଯାଏ ।

source:www.amarujala.com

ଯଜ୍ଞର କେବଳ ଧାର୍ମିକ ନୁହେଁ ବରଂ ବିଜ୍ଞାନସମ୍ମତ ଲାଭ ମଧ୍ଯ ମିଳିଥାଏ । ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚ ଅନୁସାରେ ଯଜ୍ଞ ଓ ପୂଜା ସମୟରେ ଉଠୁଥିବା ଧୂଆଁ ବାୟୁରେ ଥିବା ହାନିକାରକ ଜୀବାଣୁ ପ୍ରାୟ ୯୫ ପ୍ରତିଶତ ପର୍ଯ୍ଯନ୍ତ ନଷ୍ଟ କରିଦେଇଥାଏ । ଏହାସହିତ ଏହି ଧୂଆଁ ବାତାବରଣକୁ ଶୁଦ୍ଧ କରିଥାଏ, ଯାହା ଫଳରେ ବାୟୁ ମାଧ୍ଯମରେ ବ୍ଯାପୁଥିବା ସଂକ୍ରାମକ ରୋଗ ପ୍ରାୟତଃ କମିଯାଇଥାଏ ।