PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡା- ଛତିଶଗଡକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଗୁଡାରୀ ଏବଂ କେନ୍ଦୁଗୁଡା ପୋଲିସର କୁଟ୍ରାଧର ରାସ୍ତା ନିକଟରେ ଚଡାଉ। ମିନିଟ୍ରକ ସହ ୨କ୍ବୁଣ୍ଟାଲ ୪୫ କେଜି ଗଞ୍ଜେଇ ଜବତ। ଜଣେ ଗିରଫ
  • ||
  • ଟୋକିଓ ଅଲିମ୍ପିକ୍ସ : ବକ୍ସିଂ ପ୍ରି-କ୍ୱାର୍ଟରରେ ହାରିଲେ ମେରିକମ୍
  • ||
  • କନ୍ଧମାଳ ଗସ୍ତରେ ପଞାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗାକୁ ଭେଟିଲେ, ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କଲେ ।
  • ||
  • ମାଲକାନଗିରି ଜିଲ୍ଲା ଖଇରପୁଟ ରାସ୍ତାରେ ବଲେରୋ ଗାଡ଼ି ସହ ୭କ୍ୱିଣ୍ଟାଲ ଗଞ୍ଜେଇ ଜବତ- ଜଣେଗିରଫ
  • ||
  • ନାକଟିଦେଉଳ: ବରଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, IAS ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ
  • ||
  • ନୀଳଗିରି: ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ନୀଳଗିରି କୋର୍ଟ ବନ୍ଦ କଲେ ଓକିଲ ସଙ୍ଘ
  • ||
  • କଟକ: ଆସନ୍ତାକାଲି ଅଫ୍‌ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଟୋକିଓ ଟକ୍କର: ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ
  • ||
  • ବକ୍ସିଂ କ୍ବାର୍ଟରରେ ପହଞ୍ଚିଲେ ଭାରତର ସତୀଶ କୁମାର
  • ||
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ, ଜବତ କଲା ପୁଲିସ
  • ||
  • ଭୁବନେଶ୍ୱର: ଥାମୁନି କରୋନ ମୃତ୍ୟୁ,ରାଜ୍ୟରୁ ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୬୧୫ଜଣ କୋଭିଡ୍ ପଜିଟିଭ
  • ||
  • କେନ୍ଦୁଝର: ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଆଜି ୨ ଜିଲ୍ଲାରେ ହେବନି ଟିକାଦାନ
  • ||
  • ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୨ଟି ସୁଇଜ ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||

କାହିଁକ ଶୋ’ରୁମ୍ ଓ ଦୋକାନ ଘଣ୍ଟାରେ ସବୁବେଳେ ୧୦ଟା ୧୦ ମିନିଟ୍ ବାଜିଥାଏ

କେବେ ନା କେବେ ତ ଏହି କଥାକୁ ଆପଣ ଧ୍ୟାନ ରଖିଥିବେ ଘଣ୍ଟାର ବଡ ଶୋ’ ରୁମ୍ ହେଉ କିମ୍ବା ଛୋଟ ଦୋକାନ, ସେଠାରେ ଥିବା ଘଣ୍ଟାରେ ସବୁବେଳେ ୧୦ଟା ୧୦ ମିନିଟ ହିଁ ବାଜିଥାଏ। କେବଳ ସେତିକି ନୁହେଁ ବିଜ୍ଞାପନରେ ମଧ୍ୟ ସେଭଳି ସମାନ କଥା ଦେଖିବାକୁ ମିଳେ। ତେବେ ଏହା ପଛର କାରଣ କ’ଣ ହୋଇଥାଇ ପାରେ ତାହା ଜାଣନ୍ତି କି?

ଘଣ୍ଟାକୁ ଏହି ଖାସ୍ ସମୟରେ ସେଟ୍ କରିବା ପଛରେ ମଧ୍ୟ ରହିଛି ବହୁ କିଛି କାହାଣୀ।  ପ୍ରଥମେ ଟାଇମେକ୍ସ ଓ ରୋଲେକ୍ସ ଭଳି ପ୍ରସିଦ୍ଧ କମ୍ପାନୀ ନିଜର ଘଣ୍ଟାର ସମୟ ୮ଟା ୨୦ ମିନିଟରେ ରଖୁଥିଲେ। ଯାହାଫଳରେ କମ୍ପାନୀର ନାମ ଗ୍ରାହକମାନେ ସଫା ସଫା ଦେଖିପାରିବେ। କିନ୍ତୁ ପରେ ଅନୁଭବ କରିଥିଲେ ଘଣ୍ଟାରେ ଏହି ସମୟକୁ ଫିଟ୍ କଲେ କାନ୍ଦୁରା ଚେହେରା ଭଳି ଦେଖାଯାଉଛି। ଯାହାଫଳରେ ଲୋକଙ୍କ ଉପରେ ନକାରତ୍ମକ ପ୍ରଭାବ ପଡିପାରେ।

୮ଟା ୨୦ ମିନିଟକୁ ନକାରତ୍ମକର ସୂଚନା ମାନୁଥିବା କମ୍ପାନୀ ଏହାକୁ ବଦଳିବାର ନିଷ୍ପତ୍ତି ନେଇଥିଲା ଓ ଏହା ବଦଳରେ ତାକୁ ଓଲଟା ଦେଖା ଯାଉଥିବା ସମୟ ୧୦ଟା ୧୦ ମିନିଟକୁ ଚୟନ କରିଥିଲେ।  ଯଦି ଘଣ୍ଟାର ଏହି ସମୟ​‌କୁ ଭଳ ଭାବରେ ଦେଖିବେ ତେବେ ହସୁଥିବା ମୁହଁ ଭଳି ଦେଖିବାକୁ ପାଇବେ।

କେବଳ ସେତିକି ନୁହେଁ ୧୦ଟା ୧୦ଟା ମିନିଟ୍ ହେଲେ ଘଣ୍ଟା ଓ ମିନିଟ୍ କଣ୍ଟାର ସ୍ଥିତି ଇଂରାଜୀ ଅକ୍ଷରର ଚିହ୍ନ v ହୋଇଯାଏ। ଏହା ଭିକ୍ଟ୍ରି ବା ବିଜୟର ପ୍ରତୀକ। ଘଣ୍ଟାର ଖାସ୍ ସମୟ ସେଟ୍ କରିବା ପଛର ଏହା ମଧ୍ୟ ଆଉ ଏକ କାରଣ ହୋଇଥାଇପାରେ।

ଘଣ୍ଟା କମ୍ପାନୀ ନିଜର ନାମ ୧୨ ଅଙ୍କର ଠିକ୍ ପଛରେ ଲେଖିଥାନ୍ତି ଓ ୧୦ଟା ୧୦ ମିନିଟ୍ ଟାଇମ ଚୟନ କରିବା ଦ୍ବାରା କମ୍ପାନୀର ନାମ ତୁରନ୍ତ ଲୋକଙ୍କ ଧ୍ୟାନକୁ ଆସିଥାଏ। ଏହି ସମୟ ଘଣ୍ଟା କମ୍ପାନୀର ମାର୍କେଟିଂ ଷ୍ଟ୍ରାଟେଜିର ଅଂଶ।

କେବଳ ସେତିକି ନୁହେଁ ଯେତେବେଳେ ହିରୋସୀମା ଉପରେ ଲିଟିଲ ବୟ ନାମକ ପରମାରୁ ବୋମା ପଡିଥିଲା ସେତେବେଳେ ସମୟ ଥିଲା ୧୦ଟା ୧୦ ମିନିଟ୍। ଏହି ଆକ୍ରମଣରେ ମୃତ ବ୍ୟକ୍ତିଙ୍କୁ ସହାନୁଭୂତି ବ୍ୟକ୍ତ କରିବା ପାଇଁ ଘଣ୍ଟା ନିର୍ମାଣକାରୀ କମ୍ପାନୀ ହୁଏତ ଏହି ସମୟକୁ ଚୟନ କରିଥାଇ ପାରନ୍ତି। କିନ୍ତୁ ଏହି କଥାକୁ ସମ୍ପୂର୍ଣ୍ଣ ଭାବରେ ସତ ବୋଲି କହିହେବନି। କାରଣ ନାଗାସାକି ଉପରେ ହୋଇଥିବା ଆକ୍ରମଣ ସକାଳ ୮ଟା ୧୦ ମିନିଟରେ ହୋଇଥିଲା।

ସମ୍ବନ୍ଧିତ ଖବର