ମେଡ୍ ଇନ୍ ଚାଇନା ବଦଳରେ Made in PRC, କାହିଁକି ଲୋକଙ୍କୁ ଚକମା ଦେଉଛି ଅଡିଓ କମ୍ପାନୀ Boat?

ନୂଆଦିଲ୍ଲୀ ୨୦/୮: ଭାରତରେ ଚାଇନିଜ୍ ପ୍ରଡକ୍ଟକୁ ଲୋକମାନେ ବିରୋଧ କରୁଛନ୍ତି । ଏହା ମଧ୍ୟରେ କିଛି କମ୍ପାନୀମାନେ ନୂଆ ଉପାୟ ଆପଣାଉଛନ୍ତି । ସାଧାରଣତଃ ଚାଇନିଜ୍ ପ୍ରଡକ୍ଟରେ ମେଡ୍ ଇନ୍ ଚାଇନା ଲେଖାଯାଇଥାଏ । କିନ୍ତୁ ଭାରତର କମ୍ପାନୀର କିଛି ପ୍ରଡକ୍ଟରେ Made in PRC ଲେଖା ହୋଇଛି । ଏହା ଦେଖି ଗ୍ରାହକ ଭ୍ରମରେ ପଡୁଛନ୍ତି ।

image courtesy:https://aajtak.intoday.in/

Boat ନାମକ ଏମିତି ଏକ କମ୍ପାନୀ ଅଛି ଯାହା ଭାରତରେ ଅଡିଓ ପ୍ରଡକ୍ଟ୍ସ ବିକ୍ରି କରେ । ଭାରତରେ ଏହାର ଇୟରଫୋନ୍ ଖାସ୍ ରୂପେ ଅଧିକ ପପୁଲାର୍ । ଏହି କମ୍ପାନୀ ନିଜ ଇୟରବଡ୍ସ ତଳେ Made In P.R.C ଲେଖିଛି । ଯେହେତୁ କମ୍ପାନୀର ପ୍ରଡକ୍ଟ୍ସ ମେଡ୍ ଇନ୍ ଚାଇନା ତେଣୁ ଏଠାରେ Made in PRC ଲେଖା ହୋଇଛି । P.R.C ଅର୍ଥାତ୍ People’s Republic of China. ଅର୍ଥାତ୍ ଏହା ମେଡ୍ ଇନ୍ ଚାଇନା ଲେଖିବାର ଅଲଗା ପ୍ରକାର ଉପାୟ । ଯେହେତୁ ଏବେ ଲୋକମାନେ ଚାଇନା ପ୍ରଡକ୍ଟ ବୟକଟ୍ କରୁଛନ୍ତି ତେଣୁ Made in PRC ଲେଖି ପ୍ରଡକ୍ଟକୁ ବିକ୍ରି କରାଯାଉଛି ।

Made In PRC ସମ୍ପର୍କରେ କରାଯାଇଥିବା ଏକ ଟ୍ୱିଟର ରେସପନ୍ସରେ କମ୍ପାନୀ କହିଛି କି ‘ଚୀନ୍ ଆମ ଭାଲ୍ୟୁର କେବଳ ଏକ ଭାଗ । ଆମେ ୧୦୦ ପ୍ରତିଶତ ଇଣ୍ଡିଆନ୍ ବ୍ରାଣ୍ଡ୍ । ଆମେ ଏଠାରେ ଏମ୍ପ୍ଲୟମେଣ୍ଟ ଜେନେରେଟ୍ କରୁ ।’ କହିରଖୁଛୁ  ଏହା ପ୍ରଥମ ଥର ନୁହେଁ ଯେ ପ୍ରଡକ୍ଟ ପଛରେ Made in P.R.C ଲେଖା ରହିଛି । ଏହା ବ୍ୟତୀତ ମଧ୍ୟ କିଛି ଚାଇନିଜ୍ କମ୍ପାନୀମାନେ ନିଜ ପ୍ରଡକ୍ଟରେ Made in PRC ଲେଖା ଲେଖି ବିକ୍ରି କରୁଛନ୍ତି ।

ସାଧାରଣତଃ ଯେଉଁ କଷ୍ଟମର ମେଡ୍ ଇନ୍ ଚାଇନା ଲେଖା ପ୍ରଡକ୍ଟ କିଣନ୍ତି ନାହିଁ ସେମାନେ Made in PRC ଦେଖି ସହଜରେ ଚକମା ଖାଇଯାନ୍ତି । କାରଣ ଭାରତରେ ଚୀନକୁ ଚୀନ୍ କିମ୍ବା ଚାଇନା କୁହାଯାଏ । ସାଧାରଣତଃ ସାଧାରଣ ଲୋକେ କେବଳ ଏତିକି ହିଁ ଜାଣିଥାନ୍ତି । କିନ୍ତୁ ଅଫିସିଆଲି ଏହାକୁ ପିପଲ୍ସ ରିପବ୍ଲିକ ଅଫ୍ ଚାଇନା ମଧ୍ୟ କୁହାଯାଏ ।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍