PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

କାହିଁକି ସିମ୍ କାର୍ଡର କୋଣରୁ କଟା ହୋଇଥାଏ ଜାଣିଛନ୍ତି କି ? ଜାଣନ୍ତୁ…

https://zeenews.india.com/

ନୂଆଦିଲ୍ଲୀ ୨/୬: ଆପଣ ବ୍ୟବହାର କରୁଥିବା ମୋବାଇଲରେ ସିମ୍ କାର୍ଡ ପଡିଥିବ ନିଶ୍ଚୟ । ଯଦି ଆପଣ ଧ୍ୟାନରେ ଦେଖିବେ ତେବେ ସିମ କାର୍ଡର ଗୋଟିଏ କୋଣରୁ କଟା ହୋଇଥାଏ । ପ୍ରତି ଫୋନର ସିମ୍ ସ୍ଲଟ ଓ ଟେକ୍ନୋଲୋଜି ଅନୁସାରେ ସିମ୍ କାର୍ଡର ନିଜ ସାଇଜ୍ ହୋଇଥାଏ । ତେବେ ଆସନ୍ତୁ ଆଜି ସିମ୍ କାର୍ଡ ସହିତ ଜଡିତ କିଛି ରୋଚକ ତଥ୍ୟ ସମ୍ପର୍କରେ ଜାଣିବା…

ଆମେ ସମସ୍ତେ ଜାଣିଛନ୍ତି ଏବଂ ଦେଖିଛନ୍ତି ଯେ ସବୁ ସିମ୍ କାର୍ଡ କୋଣରୁ କଟା ହୋଇଥାଏ । କିନ୍ତୁ କେବେ ଆପଣ ଏହାର କାରଣ ଜାଣିବାକୁ ଚେଷ୍ଟା କରିଛନ୍ତି କି ? ଏହା ଜାଣିବା ପାଇଁ ଆମକୁ ସିମ୍ କାର୍ଡ ଓ ମୋବାଇଲର ଇତିହାସ ସମ୍ପର୍କରେ ଜାଣିବାକୁ ପଡିବ ।

ସିମ୍ ବଦଳାଇବା ପୂର୍ବରୁ ସହଜ ନଥିଲା
ପୂର୍ବରୁ ସିମ୍ ବଦଳାଇବା ଏତେ ସହଜ ନଥିଲା । ଅର୍ଥାତ୍ ଥରେ ଯେଉଁ ଅପରେଟରର ଫୋନ୍ ନେଉଥିଲେ ସିମ୍ ସବୁବେଳ ପାଇଁ ତାହା ହିଁ ବ୍ୟବହାର କରିବାକୁ ପଡୁଥିଲା । ଆପଣ ଜାଣିଥିବେ ଯେ ପୂର୍ବରୁ ଡୁଆଲ ସିମ୍ ଫୋନ୍ ଆସୁନଥିଲା ।

ଧିରେ ଧିରେ ଟେକ୍ନୋଲୋଜି ମଧ୍ୟ ବଦଳିଗଲା । ମାର୍କେଟକୁ ଏମିତି ଫୋନ୍ ଆସିଲା ଯେଉଁଥିରେ ସିମ୍ କାଢିବା ଏବଂ ନିଜ ଆବଶ୍ୟକତା ଅନୁସାରେ ବଦଳାଇବା ସହଜ ହୋଇପାରିଲା । ଆପଣଙ୍କର ମନେ ଥିବ ସେହି ସମୟରେ ସିମ୍ କଟା ହୋଇନଥିଲା । ଟେକ୍ନୋଲୋଜି ବଦଳିବା ପରେ ସିମ୍ ସ୍ଲଟରୁ ବାହାରିବା ସହଜ ହେଲା କିନ୍ତୁ ତଥାପି ଲୋକଙ୍କୁ ଅସୁବିଧା ହେଲା ।

ପରେ ବଦଳିଗଲା ସିମର ଡିଜାଇନ୍
ଯେବେ ଏହି ସମସ୍ୟା ବଢିଲା ତେବେ ଟେଲିକମ୍ କମ୍ପାନୀମାନେ ସିମର ଡିଜାଇନ ବଦଳାଇବା ଯୋଜନା କଲେ । ଏହି ସମସ୍ୟାକୁ ଦୂର କରିବା ପାଇଁ ଟେଲିକମ୍ କମ୍ପାନୀମାନେ ସିମର ଏକ କୋଣକୁ କାଟିଦେଲେ । ମୋବାଇଲରେ ଯେଉଁଠି ସିମ୍ ଲଗାଯାଉଥିଲା ସେଠାରେ ମଧ୍ୟ ଏକ କଟା ଦାଗ ରଖାଗଲା । ଏହି କାରଣରୁ ଲୋକଙ୍କ ସମସ୍ୟା ଦୂର ହେଲା ଏବଂ ସହଜରେ ନିଜ ଫୋନରେ ସିମ୍ ଲଗାଇ ପାରିଲେ ।

ସମ୍ବନ୍ଧିତ ଖବର