ଏହି ଦେଶରେ କଳା ରାସ୍ତାକୁ ନୀଳ ରଙ୍ଗରେ ରଙ୍ଗୀନ କରାଯାଉଛି, ଜାଣନ୍ତୁ କାରଣ

ନୁଆଦିଲ୍ଲୀ ୪/୯: ଆପଣ ସବୁଠି କଳା ରଙ୍ଗର ରାସ୍ତା ଦେଖିଥିବେ । କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ଆପଣଙ୍କୁ ନୀଳ ରଙ୍ଗର ରାସ୍ତା ଦେଖିବାକୁ ମିଳିବ । ଏହି ଦେଶର ନାଁ କତର । ଆଜ୍ଞା ହଁ । କତର ଏବେ ନିଜ ରାସ୍ତାକୁ ନୀଳ ରଙ୍ଗ କରିବା ଆରମ୍ଭ କରିଦେଇଛି । ଏହା ପ୍ରଥମେ ରାଜଧାନୀ ଦୋହାରୁ ଆରମ୍ଭ କରାଯାଇଛି । ଏମିତି କାହିଁକି ହେଉଛି ? ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବୁ । ଚାଲନ୍ତୁ …

କତର ଏବେ ଏମିତି ପଦକ୍ଷେପ ଉଠାଇଛି କାରଣ ପ୍ରତିଦିନ ବଢୁଥିବା ଗ୍ଲୋବାଲ୍ ୱର୍ମିଂର ସମସ୍ଯା । ଗଲ୍ଫ ନ୍ଯୁଜରେ ପ୍ରକାଶିତ ଖବରନୁଯାୟୀ ଦୋହାର ପୁରୁଣା ରାସ୍ତାକୁ ନୀଳ ରଙ୍ଗରେ ରଙ୍ଗୀନ କରାଯାଇଛି । ଯାହା ଫଳରେ ଏଠାରେ ତାପମାତ୍ରା ନିୟନ୍ତ୍ରିତ କରାଯାଇପାରିବ ।

ଗ୍ଲୋବାଲ୍ ୱର୍ମିଂ ଓ ବଢୁଥିବା ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶ ଲଗାତାର ବିଭିନ୍ନ ପଦକ୍ଷେପ ଉଠାଉଛନ୍ତି । ଏହି କ୍ରମରେ କତର ମଧ୍ଯ ପଛରେ ପଡିନି ।

କତରରେ ୧୮ ମାସ ତଳେ ଏଥିପାଇଂ ପାଇଲଟ୍ ପ୍ରୋଜେକ୍ଟ ଚଲାଗଲା । ଏହାପରେ ୧୯ ଅଗଷ୍ଟରେ ସହରରେ ଏକ ପ୍ରମୁଖ ରୋଡରେ ସମ୍ପୂର୍ଣ୍ଣ ରୂପେ ନୀଳ ରଙ୍ଗରେ ରଙ୍ଗ କରାଯାଇ ଅଭିଯାନ ଲଞ୍ଚ କରାଗଲା ।

କତରରେ ଏହା ଯାଞ୍ଚ କରାଯାଇଛି ଯେ କଳା ରଙ୍ଗର ରାସ୍ତା ତୁଳନାରେ ନୀଳ ରଙ୍ଗର କୋଟିଂ କରାଯାଇଥିବା ରାସ୍ତାର ତାପମାତ୍ରାରେ କେତେ ଫରକ ଆସୁଛି । ଏଥିପାଇଁ ସେନ୍ସର୍ସ ଲଗାଯାଇଛି ।

ବୈଜ୍ଞାନିକଙ୍କ ମତରେ ଏହି ନୀଳ କୋଟିଂ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ରେଡିଏସନକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ପାରିବ । ଏଥିପାଇଁ ରାସ୍ତାରେ ନୀଳ ରଙ୍ଗର ଏକ ମିମି ମୋଟା ଆସ୍ତରଣ ଚଢାଯାଇଛି । କହିରଖୁଛୁ କତର ଏଥର ୨୦୨୨ରେ ହେବାକୁ ଥିବା ଫିଫା ୱର୍ଲ୍ଡ କପର ଆୟୋଜନ ମଧ୍ଯ କରୁଛି । ଏହି ଦେଶରେ ଫିଫା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ।

   ସମ୍ବନ୍ଧିତ ଖବର


ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍