PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ବିବାହ ସମୟରେ କାହିଁକି ଲଗାଯାଇଥାଏ ହଳଦୀ? ରହିଛି ଏଭଳି ଧାର୍ମିକ ଓ ବୈଜ୍ଞାନିକ ମହତ୍ବ

ହିନ୍ଦୁ ଧର୍ମ ରୀତି ନୀତି ଅନୁସାରେ ଏକ ପରମ୍ପରା ରହିଛି ଯେ, ବିବାହ ପୂର୍ବରୁ ହଳଦି ଲଗାଯାଇଥାଏ। ତେବେ ଜାଣନ୍ତି କି ବାହାଘରରେ କାହିଁକି ହଳଦି ଲଗାଯାଏ? ହଳଦି ଲଗାଇବା ବହୁତ ଶୁଭ ବୋଲି ମନେକରାଯାଇଥାଏ। ହଳଦି ଲଗାଇବାର ଯେଉଁ ପରମ୍ପରା ରହିଛି ତାହା ଉଭୟ ପୁଅ ଓ ଝିଅ ପାଇଁ ରହିଥାଏ। ବାହାଘରରେ ହଳଦି ଲଗାଇବାର ଯେଉଁଭଳି ପରମ୍ପରା ରହିଛି ସେଭଳି ଏହା ପଛରେ ମଧ୍ୟ ରହିଛି ବୈଜ୍ଞାନିକ ମହତ୍ବ।

ଭାରତୀୟ ପରମ୍ପରା ଅନୁସାରେ, ବିବାହରେ ହଳଦୀ ଲଗାଇବା ଖୁବ୍ ଶୁଭ। ଧାର୍ମିକ ମାନ୍ୟତା ଅନୁସାରେ, ଏହା ନକାରତ୍ମକ ଶକ୍ତିକୁ ନଷ୍ଟ କରିଥାଏ। ନକାରତ୍ମକ ଶକ୍ତିରୁ ରକ୍ଷା ପାଇବାକୁ ହଳଦୀର ବ୍ୟବହାର କରାଯାଏ। ଏହା ସହିତ ଖରାପ ନଜରରୁ ରକ୍ଷା କରିଥାଏ।

ହଦଳୀ ଲଗାଇବା ଦ୍ବାରା ତ୍ବଚାର ସୁନ୍ଦରତା ବୃଦ୍ଧି ପାଇଥାଏ। କେବଳ ସେତିକି ନୁହେଁ ହଳଦୀରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଏହା ଲଗାଇବା ଫଳରେ ତ୍ବଚା ସଫା ରହିବା ସହ ସୁନ୍ଦର ଓ ଚମକଦାର ରହିଥାଏ। ତେଣୁ ବାହାଘର ଦିନ ବର-ବଧୂ ଦୁହିଁଙ୍କୁ ହଳଦୀ ଲଗାଯାଇଥାଏ। ଯଦି ଶରୀରରେ କେଉଠି କଟିଯାଇଥାଏ କିମ୍ବା ଜଳି ଯାଇଥାଏ ତେବେ ହଦଳୀ ଲଗାଇଲେ ଉପଶମ ମିଳିଥାଏ।

ବିବାହରେ ଅନେକ ପ୍ରକାର କାମ ରହିଥାଏ। ଏହି କାରଣରୁ ମୁଣ୍ଡ ବିନ୍ଧା କିମ୍ବା ଡିପ୍ରେସନ୍ ଭଳି ସମସ୍ୟା ହୋଇପାରେ। ତେଣୁ ହଳଦୀ ଲଗାଇବା ଦ୍ବାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ବାହାଘର ସମୟରେ ଟେନସନ୍ ଦୂର କରିବା ପାଇଁ ମଧ୍ୟ ହଳଦୀ ଲଗାଯାଇଥାଏ।