ଆୟରଲାଣ୍ଡ ଟିମ୍ ରଚିଲା ଇତିହାସ, ଓ୍ବାନଡେ ସିରିଜ୍ରେ ୱେଷ୍ଟଇଣ୍ଡିଜକୁ ନିଜ ମାଟିରେ କଲା ପରାସ୍ତ

ନୂଆଦିଲ୍ଲୀ,୧୭।୧: ୱେଷ୍ଟଇଣ୍ଡିଜ୍କୁ ହରାଇ ଇତିହାସ ରଚିଲା ଆୟରଲାଣ୍ଡ। ଶେଷ ଓ୍ବାନଡେ ମ୍ୟାଚ୍ରେ ଦୁଇଟି ଓ୍ବିକେଟ୍ରେ ହରାଇ ସିରିଜ୍ ୨-୧ ରେ ଜିତି ନେଇଛି। ଆୟରଲାଣ୍ଡ ଆଇସିସିର କୌଣସି ପୂର୍ଣ୍ଣକାଳୀନ ସଦସ୍ୟ ବିରୋଧରେ ପ୍ରଥମ ଓ୍ବାନଡେ ସିରିଜ୍ ଜିତିଛି। ସେଭଳି କୌଣସି ଫୁଲ୍ ମେମ୍ବର ଦେଶ ବିରୋଧରେ ଆୟରଲାଣ୍ଡର ଏହା ହେଉଛି ଦ୍ବିତୀୟ ବିଜୟ।

ଉଲ୍ଲେଖନୀୟ ଯେ, ୨୦୧୯ ରେ ଆୟରଲାଣ୍ଡ ଜିମ୍ବାଓ୍ବେକୁ ଘରୋଇ ସିରିଜ୍ରେ ମାତ୍ ଦେଇଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଓ୍ବାନଡେ ସିରିଜ ଜିତି ଆୟରଲାଣ୍ଡ ଇତିହାସ ସୃଷ୍ଟି କରିଛି। ୱେଷ୍ଟଇଣ୍ଡିଜ୍ ଓ ଆୟରଲାଣ୍ଡ ଭିତରେ ଶେଷ ଓ୍ବାନଡେ ମ୍ୟାଚ୍ ଅନୁସାରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ୱେଷ୍ଟଇଣ୍ଡିଜ୍ ଟିମ୍ ବ୍ୟାଟିଂ କରି ୪୪.୪ ଓଭରରେ ୨୧୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।

ଓ୍ବିକେଟ କିପର ବ୍ୟାଟସମ୍ୟାନ୍ ଶାଇ ହୋପ୍ ୩୯ ବଲ୍ରେ ୯ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୫୩ ରନ୍ କରିଥିଲେ। ସେଭଳି ଜେସମ୍ ହୋଲ୍ଡର ୪୪ ରନ୍ର ଇନିଂସ ଖେଳିଥିଲେ। ଆୟରଲାଣ୍ଡ ପକ୍ଷରୁ ଆଣ୍ଡି ବେକ୍ବ୍ରୟାନ୍ ୪ଟି ଓ୍ବିକେଟ୍ ନେଇଥିବା ବେଳେ କ୍ରେଗ୍ ୟଙ୍ଗ ୩ଟି ଓ୍ବିକେଟ୍ ନେଇଥିଲେ। ସେଭଳି ଏହାର ଜବାବ୍ରେ ଆୟରଲାଣ୍ଡ ୪୪.୪ ଓଭରରେ ୮ ଓ୍ବିକେଟ ହରାଇ ୨୧୪ ରନ୍ କରି ମ୍ୟାଚ୍ ଜିତି ନେଇଥିଲା।
Congratulations @cricketireland thank you for coming over in these challenging times and competing fiercely #WIvIRE pic.twitter.com/b9kbEc5tW3
— Windies Cricket (@windiescricket) January 16, 2022
ଆଣ୍ଡି ମ୍ୟାକ୍ ବ୍ରାୟନ୍ ଶହେଟି ବଲ୍ରେ ୬ଟି ଚୌକା ସାହାଯ୍ୟରେ ୫୯ ରନ୍ର ଇନିଂସ ଖେଳିଥିଲେ। ସେଭଳି ହେରି ହେକ୍ଟର ୫୨ ଓ ପଲ୍ ଷ୍ଟଲିଙ୍ଗ ୪୪ ରନ୍ର ଇନିଂସର ଯୋଗଦାନ କରିଥିଲେ। ଓ୍ବାନଡେ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଆୟରଲାଣ୍ଡ ପରାଜିତ ହୋଇଥିଲା। କାହାକୁ ମଧ୍ୟ ଆଶା ନଥିଲା ଯେ, ଆୟରଲାଣ୍ଡ ଏହି ସିରିଜ୍ ଜିତିନେବ। ଆୟରଲାଣ୍ଡ ବିପକ୍ଷରେ ଖେଳି ୱେଷ୍ଟଇଣ୍ଡିଜ୍ ଶେଷ ଦୁଇଟି ମ୍ୟାଚ୍ ହାରିବା ଲଜ୍ୟାଜନକ ବୋଲି କୁହାଯାଉଛି।