ସମ୍ପର୍କରେ କଳଙ୍କ: ବିଧବାଙ୍କୁ ଦୁଷ୍କର୍ମ କଲା ଦେଡ଼ଶୁର

କୁକୁଡ଼ାଖଣ୍ଡି,୩୦/୧୦: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗ୍ରାମ ତୋଟା ସାହିରେ ଜଣେ ବିଧବାଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍ୱାମୀ ଛଅ ମାସ ତଳେ ମୃତ୍ୟୁବରଣ କରିଥିବା ବେଳେ ମହିଳା ଜଣକ ଏକୁଟିଆ ନିଜ ଘରେ ରହୁଥିଲେ । ଏହାର ସୁଯୋଗ ନେଇ ତାଙ୍କ ଦେଡ଼ଶୁର ରବୀନ୍ଦ୍ର ଡାକୁଆ ବିଧବା ଭାଇ ବୋହୂଙ୍କୁ ଦୁଷ୍କର୍ମ କରିଥିବା ମହିଳା ଜଣକ ଥାନାରେ ଅଭିଯାଗ କରିଥିଲେ । ସଦର ଥାନା ପୁଲିସ ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ନେଇ ସଦର ଥାନାରେ ମାମଲା ରୁଜୁ ହୋଇଛି ।