ବିଚ୍ ରାସ୍ତାରେ ହାଏଭୋଲଟେଜ୍ ଡ୍ରାମା: ସ୍ବାମୀକୁ ଖୁମ୍ଭରେ ବାନ୍ଧି ପିଟିଲା ସ୍ତ୍ରୀ

ଉତ୍ତରପ୍ରଦେଶ ୨୪।୯: କାନପୁରର କିଦବଇନଗରରେ ଏକ ସାମାନ୍ୟ ଘଟଣା ପରେ ମହିଳା ଜଣକ ଗାଁ ଲୋକଙ୍କ ସାହାଯ୍ୟ ନେଇ ନିଜ ସ୍ବାମୀକୁ ଖୁମ୍ଭରେ ବାନ୍ଧି ଧୁମ୍ ପିଟିଛନ୍ତି। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଜଣକୁ ହାଜତକୁ ନେଇଛନ୍ତି।

ମିଳିଥିବା ସୂଚନାନୁସାରେ, ବକେବର ନିବାସୀ ଏହି ଦମ୍ପତିଙ୍କ ମାମଲା କୋର୍ଟରେ ବିଚାରାଧୀନ ଅଛି। ସୋମବାର ଦିନ ଦମ୍ପତି ଏହି ମାମଲାକୁ ନେଇ କୋର୍ଟ ଆସିଥିଲେ। ରାସ୍ତାରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସ୍ବାମୀ ଜଣକ ରାଗି ଯାଇ ସ୍ତ୍ରୀକୁ ଗାଳି ଗୁଲଜ କରିଥିଲା। ଶେଷରେ ସ୍ତ୍ରୀ ମଧ୍ୟ ରାଗି ଯାଇ ସ୍ବାମୀକୁ ଏକ ଖୁମ୍ଭରେ ବାନ୍ଧି ଦେଇ ଧୁମ୍ ମାଡ଼ ମାରିଥିଲା।

ଖବର ପାଇବା ପରେ ପୁଲିସ ଆସି ଘଟଣାସ୍ଥଳରୁ ଦମ୍ପତିଙ୍କୁ ହାଜତକୁ ନେଇଯାଇଛି। ଥାନା ପ୍ରଭାରୀ ରାଜେଶ ପାଠକଙ୍କ କହିଛନ୍ତି କି, ଉଭୟ ସ୍ବାମୀ ସ୍ତ୍ରୀଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିଦେଇଥିଲେ। ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଛି।

   ସମ୍ବନ୍ଧିତ ଖବର


‘ଭୂତ ପୁଲିସ’ ପାଇଁ ୟାମି ପ୍ରସ୍ତୁତ, ଟ୍ବିଟ କରି ଦେଲେ ସୂଚନା…

ଡାଇବେଟିସ୍ ଓ ହାଇପର ଟେନସନ ରୋଗୀଙ୍କ ପାଇଁ କରୋନା ପ୍ରାଣଘାତୀ, ପ୍ରତି ୫ ଜଣଙ୍କ ଭିତରୁ ନେଉଛି ଜଣଙ୍କର ଜୀବନ

ନଭେମ୍ବରରୁ ଆରମ୍ଭ ହେବ ‘ପଠାନ୍‌’ର ସୁଟିଂ

ମନର ମଣିଷ ଖୋଜୁଛନ୍ତି କିଆରା, ଏମିତି ହୋଇଥିବା ଦରକାର ଜୀବନସାଥୀ…

ଅସ୍ତ୍ରଶସ୍ତ୍ର ଧରି ଦୁଇଟି ଜେଲ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ,୨୦୦୦ କଏଦୀ ଫେରାର

ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ