PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବନ୍ଦ କୋଠରୀ ଭିତରେ ପ୍ରେମିକାଙ୍କ ସହ ରୋମାନ୍ସ କରୁଥିଲେ, ସ୍ଵାମୀ ଓ ତାଙ୍କ ପ୍ରେମିକାଙ୍କୁ ଧରି କାଠ ଫାଳିଆରେ ପିଟିଲେ ସ୍ତ୍ରୀ

ନୂଆଦିଲ୍ଲୀ, ୩୦/୦୫ : ବନ୍ଦ କୋଠରୀରେ ପ୍ରେମିକାଙ୍କ ସହ ରୋମାନ୍ସ କରୁଥିଲେ ସ୍ଵାମୀ। ଆପତ୍ତିଜନକ ଅବସ୍ଥାରେ ଧରିଲେ ସ୍ତ୍ରୀ। ସ୍ଵାମୀଙ୍କ ପରକୀୟା ପ୍ରତି ଦେଖି ରାଗରେ ପଞ୍ଚମ ସ୍ତ୍ରୀ। ପୁଲିସ ଉପସ୍ଥିତିରେ ନିଜ ସ୍ଵାମୀ ଓ ତାଙ୍କ ପ୍ରେମିକାଙ୍କୁ କାଠ ଫାଳିଆରେ ପିଟିଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଆଗରା ମାଲୱା ଜିଲ୍ଲାରେ।

ସୂଚନା ଅନୁଯାୟୀ, ନାଗଦା ଜଙ୍କସନ ନିକଟରେ ଥିବା ଏକ ଘର ବାହାରେ ଜୋରଦାର ହଙ୍ଗାମା ହୋଇଛି। ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କ ସହ ଏକ ବନ୍ଦ କୋଠରୀ ଭିତରେ ରୋମାନ୍ସ କରୁଥିଲେ। ଏହି ସମୟରେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ କୌଣସି ସୂତ୍ରରୁ ଖବର ପାଇ ସେହି ଘର ନିକଟରେ ପୋଲିସକର୍ମୀ ଓ କିଛି ମିଡିଆକର୍ମୀଙ୍କୁ ଧରି ପହଞ୍ଚିଥିଲେ। ମହିଳାଙ୍କ ସ୍ଵାମୀ ଥିବା ଘରର କବାଟ ବାଡେଇଥିଲେ। କବାଟ ଖୋଲିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହିଳାଙ୍କ ସ୍ଵାମୀଙ୍କ ସହ ତାଙ୍କ ପ୍ରେମିକା ଥିଲେ।

ନିଜ ସ୍ଵାମୀଙ୍କ ସହ ଅନ୍ୟ ମହିଳାଙ୍କୁ ଦେଖି ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଉତ୍ତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ଉଭୟଙ୍କୁ ମାରପିଟ କରିଥିଲେ। ରିଅଲ ଲାଇଫରେ ପତି,ପତ୍ନୀ ଔର ୱୋର ଏହି ଜବରଦସ୍ତ ସିନ୍ ସେଠାରେ ଉପସ୍ଥିତ ଥିବା ସବୁ ଲୋକ କ୍ୟାମେରାରେ ରେକର୍ଡ କରିଥିଲେ। ତେବେ ଏହି ସମସ୍ତ ଘଟଣା ପୁଲିସ ଉପସ୍ଥିତିରେ ଘଟିଥିଲା। ସ୍ଥିତି ବିଗିଡ଼ିବାରୁ ପୁଲିସ ସମସ୍ତଙ୍କୁ ଥାନାକୁ ଆଣି ବୁଝାମଣା କରି ଘରକୁ ଛାଡିଛି।