ଗର୍ଲଫ୍ରେଣ୍ଡ ସହ ଭାଲେଣ୍ଟାଇନ ଡେ’ ପାଳୁଥିଲେ ସ୍ବାମୀ, ସ୍ପଟରେ ଧରିଲା ସ୍ତ୍ରୀ, ତା’ପରେ ଯାହା ହେଲା…

ପାଟନା ୧୪।୨ : ଆଜି ଭାଲେଣ୍ଟାଇନ ଡେ’। ପ୍ରେମୀ ଯୁଗଳମାନେ ଏହି ଭାଲେଣ୍ଟାଇନ ଡେ’କୁ ପାଳନ କରିବା ପାଇଁ କାହିଁ କେତେ ଦିନରୁ ଚାତକ ଭଳି ଚାହିଁ ବସିଥାନ୍ତି। ଖାଲି ସେତିକି ନୁହେଁ, ଜଣେ ଜଣଙ୍କ ସାଥୀରେ ଜୀଇଁବା-ମରିବା ପାଇଁ ରାଣ ମଧ୍ୟ ଖାଇଥାନ୍ତି। ସେହିଭଳି ଏକ ଭିନ୍ନ ଦୃଶ୍ୟ ପାଟଣାରେ ଦେଖିବାକୁ ମିଳିଛି। ଯାହାକି ରାଜଧାନୀରେ ହଇଚଇ ସୃଷ୍ଟି କରିଦେଇଛି।

ପାଟଣା ବେଲିରେ ଜଣେ ବିବାହିତ ପୁରୁଷ ନିଜ ଗର୍ଲଫ୍ରେଣ୍ଡ ସହିତ ବାଇକରେ ଯାଉଥିବାବେଳେ ରଙ୍ଗେ ହାତ୍ ଧରିଲା ସ୍ତ୍ରୀ। ତାପରେ ବିଚ୍ ରାସ୍ତାରେ ସ୍ବାମୀକୁ ଅଟକାଇଥିଲା ଆଉ ଆରମ୍ଭ ହୋଇଯାଇଥିଲା ତୁ ତୁ ମେ ମେ । ଦେଖୁ ଦେଖୁ କଥା ବହୁତ ଆଗକୁ ଚାଲିଗଲା। ଗୋଟେ ପ୍ରେମିକା ତ ଆଉ ଗୋଟେ ପଟେ ସ୍ତ୍ରୀ। ବିଚାରା ସ୍ବାମୀ ଭୟରେ ଥରି ଉଠୁଥିଲା। ବିଚ ରାସ୍ତାରେ ସ୍ବାମୀ ସ୍ତ୍ରୀଙ୍କ ହଙ୍ଗାମା ଦେଖି ଟ୍ରାଫିକ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଆଉ ଝଗଡ଼ାକୁ ରୋକିଥିଲେ। ଏତିକିରେ ସରିନଥିଲା ମାମଲା।

ସ୍ତ୍ରୀ ପୋଲିସ ସାମ୍ନାରେ ସ୍ବାମୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସ୍ତ୍ରୀଙ୍କ ଅଭିଯୋଗ ଥିଲା କି, ତିନି ବର୍ଷ ପୂର୍ବେ ପରିବାରର ସହମତି କ୍ରମେ ଦୁହିଁଙ୍କର ବିବାହ ହୋଇଥିଲା। ଦମ୍ପତିଙ୍କର ଦୁଇଟି ସନ୍ତାନ। ମାତ୍ର ଏବେ ଏବେ ସ୍ବାମୀଙ୍କ ଉପରେ କି ଭୂତ ଛଡ଼ିଛି ଯେ ସେ ସବୁକିଛି ଭୁଲି ଯାଉଛନ୍ତି ବୋଲି ସ୍ତ୍ରୀ ଅଭିଯୋଗ ଆଣିଛନ୍ତି।

ମିଳିଥିବା ସୂଚନାନୁସାରେ, ଆଜି ଭାଲେଣ୍ଟାଇନ ଡେ ଥିବାରୁ ସ୍ତ୍ରୀ ଓ ପିଲାଙ୍କୁ ଛାଡ଼ି ସ୍ବାମୀ ଇକୋ ପାର୍କ ଯାଉଥିଲେ। ବାଇକରେ ଗର୍ଲଫ୍ରେଣ୍ଡକୁ ନେଇ ଯାଉଥିବାବେଳେ ସ୍ତ୍ରୀ ହାବୁଡ଼ରେ ପଡ଼ିଥିଲା ସ୍ବାମୀ। ଏବେ ପୋଲିସ ଗର୍ଲଫ୍ରେଣ୍ଡ, ସ୍ବାମୀ ଓ ସ୍ତ୍ରୀକୁ ନେଇ ଥାନାରେ ପହଞ୍ଚିଛନ୍ତି। ପୋଲିସ ବର୍ତ୍ତମାନ ପଚରାଉଚରା ଜାରି ରଖିଛି। ମହିଳା ଥାନା ପୋଲିସ କହିବାକୁସାରେ, ପତ୍ନୀଙ୍କ ଲିଖିତ ଅଭିଯୋଗରେ ମାମଲା ଯାଞ୍ଚ କରାଯିବ। ପ୍ରଥମେ ଦୁଇ ପକ୍ଷ ମଧ୍ୟରେ କାଉନସିଲିଂ କରାଯିବ। ଯଦି ସ୍ବାମୀ ସ୍ତ୍ରୀଙ୍କ ଆପୋଷରେ ବୁଝାମଣା ହୋଇଯାଉଛି ତାହେଲେ ଠିକ୍ ଅଛି, ନହେଲେ ସ୍ବାମୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି।

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ

କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ

ମସ୍ତିଷ୍କ କ୍ଷତି ସହ ଦୃଷ୍ଟି ଶକ୍ତି ହରାଇବା: ଡୋନାଲ୍ଡ ଟ୍ରମ୍ପଙ୍କ ଗେମ୍ ଚେଞ୍ଜର ଔଷଧ କୋଭିଡ -୧୯ ରୋଗୀଙ୍କ ଗୁରୁତର କ୍ଷତି କରିପାରେ