PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପତ୍ନୀଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

କେନ୍ଦୁଝର,୧୧ା୨(ଆପ୍ର): ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ସ୍ୱାମୀ । କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ହରିହର କଲୋନୀରେ ରହୁଥିବା ଶିବ ପାତ୍ରଙ୍କ ପତ୍ନୀ ସୁବାସିନୀ ଦାସ(୨୪)ଙ୍କ ରବିବାର ରାତିରେ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ପାରିପାର୍ଶିକ ଅବସ୍ଥା ଦେଖିବା ପରେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ପୁଲିସ ମୃତଦେହ ଜବତ କରିବା ପରେ ସୋମବାର ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୁବାସିନୀଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବା ମତଲବରେ ବେକରେ ରଶି ଲଗାଇ ମୃତଦେହକୁ ଫ୍ୟାନ୍‌ରେ ଟାଙ୍ଗି ଦେଇଥିବା ତାଙ୍କ ବାପା ଧନେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ପୁଲିସ ସୁବାସିନୀଙ୍କ ସ୍ୱାମୀ ଶିବଙ୍କୁ ଥାନାରେ ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ।
କେନ୍ଦୁଝର ନରଣପୁର ଅଞ୍ଚଳର ଧନେଶ୍ୱରଙ୍କ ଝିଅ ସୁବାସିନୀ ୨୦୧୨ରେ ନେଲୁଙ୍ଗ ଅଞ୍ଚଳର ଶିବ ପାତ୍ରଙ୍କୁ ବିବାହ କରିଥିଲେ । ଉଚ୍ଚ ଶିକ୍ଷିତ ଶିବ ଏକ ଘରୋଇ ମହାବିଦ୍ୟାଳୟରେ ଅଧ୍ୟାପନା ଦାୟିତ୍ୱ ତୁଲାଉଥିବା ବେଳେ କିଛିଦିନ ପୂର୍ବରୁ ଚାକିରି ଛାଡ଼ି ହରିହର କଲୋନୀରେ ଘରଭଡ଼ା ନେଇ କୋଚିଂ ସେଣ୍ଟର କରିଥିଲେ । ଏଠାରେ ଯୁକ୍ତ ୨ ଓ ଯୁକ୍ତ ୩ ପିଲାମାନଙ୍କୁ କୋଚିଂ ଦେଉଥିଲେ । ବିବାହ ପରେ ଯୌତୁକ ପାଇଁ ପତ୍ନୀଙ୍କ ଉପରେ ବାରମ୍ବାର ନିର୍ଯାତନା ଦେଇ ଆସୁଥିବା ବେଳେ ଅନେକଥର ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ରବିବାର ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା । ରାତି ପ୍ରାୟ ୯ଟା ୩୦ରେ ସୁବାସିନୀ ଫୋନ୍‌ ଯୋଗେ ନିଜ ଭଉଣୀମାନଙ୍କ ସହ କଥା ହୋଇଥିଲେ । ରାତି ୧୦ଟାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ବାପଘର ଲୋକେ ପହଞ୍ଚିବା ବେଳକୁ ସୁବାସିନୀର ମୃତଦେହ ଫ୍ୟାନ୍‌ରେ ଝୁଲୁଥିଲା । ଘରେ କିନ୍ତୁ ଶିବ ଅନୁପସ୍ଥିତ ରହିଥିଲେ । ଘଟଣା ପରେ ତାଙ୍କୁ କେନ୍ଦୁଝର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏଥିନେଇ ଟାଉନ୍‌ ଥାନାରେ ଅଭିଯୋଗ ପରେ ପୁଲିସ ଶିବଙ୍କୁ ଅଟକ ରଖିଥିଲା । ପଚରାଉଚରା ପରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି ।