PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ବିଦ୍ୟୁତ ବିଭାଗର ଅପାରଗତା ପାଇଁ ସ୍ୱାମୀଙ୍କ ମୃତ୍ୟୁପରେ ନ୍ୟାୟ ମାଗିଲେ ପତ୍ନୀ

ନୀଳଗିରି (ଆ.ପ୍ର) – ବିଦ୍ୟୁତ ବିଭାଗର ଅପାରଗତା ପାଇଁ ପୁଣି ଜଣେ ଅସ୍ଥାୟୀ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବି ନେଇ ଶବ ରଖି ଧାରଣା ଦେବା ପରେ ସ୍ଥାନୀୟ ସାଂସଦ ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାମୀ ମୃତ୍ୟୁ ନେଇ ବିଧବା ସ୍ତ୍ରୀକୁ ନ୍ୟାୟ ପ୍ରଦାନ କରିବା ଓ ଫଇସଲା ଅନ ଦା ସ୍ପୋର୍ଟ କରିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଜାମୁଡିହା ପଂଚାୟତ ବଡ଼ବିଲ ଗ୍ରାମରେ ଏକ ଫାର୍ମ ହାଉସକୁ ସଜାଡ଼ିବାକୁ ଅସ୍ଥାୟୀ କର୍ମଚାରୀ ଭାଗିରଥି ମାଝୀ ନାମକ ବ୍ୟକ୍ତି ଙ୍କର ଗତକାଲି ମୃତ୍ୟୁ ହୋଇଥିଲା।ଲାଇନମ୍ୟାନ ଶଙ୍କର ମଲ୍ଲିକ ଙ୍କ ସହ ଯାଇଥିଲେ ମଧ୍ୟ ଅଭିଜ୍ଞତା ଅଭାବରୁ ଟ୍ରାନ୍ସଫର୍ମର ବସିଥିବା କଟଆଉଟ ବାକ୍ସ ଚାର୍ଜ ହୋଇ ଯାଇଥିବାରୁ ଏଭଳି ଅଘଟଣ ଘଟିଥିଲା।

ମୃତକ କର୍ମଚାରୀଙ୍କ ଘର ରେମୁଣା ଥାନା ଅଧିନ ଅଯୋଧ୍ୟା ନଗରପାଟଣା ଅଂଚଳର ହେଇଥିବା ବେଳେ ମୃତ୍ୟୁ ପରେ ବିଭାଗୀୟ ଏସଡିଓ ଓ ଆଉଟ ସୋରସିଙ୍ଗ ସଂସ୍ଥାର ମାଲିକ ନଆସିଆରୁ ଉତ୍ତେଜନା ଲାଗି ରହିଥିଲା।ମୃତକଙ୍କ ପରିବାର ଓ ଗ୍ରାମବାସୀ ମାନେ ହସ୍ପିଟାଲ ଆଗରେ ଶବ ରଖି ଧାରଣା ଦେଇଥିଲେ।ଘଟଣା ସ୍ଥଳରେ ନୀଳଗିରି ପୋଲିସ ଯାଇ ପହଞ୍ଚିଥିଲେ ମଧ୍ୟ ଘଟଣା ପ୍ରଶମିତ ହୋଇନଥିଲା।ତେବେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଖବର ପାଇ ପହଁଚିବା ପରେ ଉପଜିଲ୍ଲାପାଳ ଓ ଏସଡିପିଓ ଙ୍କୁ ଡକାଇ ଘଟଣା ଉପରେ ନଜର ରଖିବାକୁ କହିଥିଲେ।ଆଜି ସକାଳୁ ୯ରେ ସେ ଘଟଣାର ଫଇସଲା କରିବାକୁ କହିଥିବା ବେଳେ ରାସ୍ତା ରୋକ ହଟିଥିଲା।ଆଜି ନୀଳଗିରି ଆଇଭି ରେ ବିଭାଗୀୟ ନିର୍ଵାହି ଯନ୍ତ୍ରୀ,ଏସଡିଓ ,ଉପଜିଲ୍ଲାପାଳ,ସମ୍ପୃକ୍ତ ସଂସ୍ଥା ଙ୍କୁ ଡକାଇ ଫଇସଲା ଆରମ୍ବ କରିଥିଲେ।ମୃତକ ଙ୍କ ପରିବାର ଓ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ।ବିଧବା ସ୍ତ୍ରୀ ଓ ଦୁଇ ଛୋଟ ଛୋଟ ପିଲା କାନ୍ଦି ନ୍ୟାୟ ମାଗୁଥିବା ବେଳେ ପ୍ରତାପ ଷଡ଼ଙ୍ଗୀ ସଂପୃକ୍ତ ସଂସ୍ଥା କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ବିଧବା ସ୍ତ୍ରୀ କୁ ଚାକିରୀ ଓ ସୁଧୁକ୍ରିୟା ପାଇଁ ନିଜେ ଟଙ୍କା ଦେଇଥିଲେ।

ବିଦ୍ୟୁତ ଅଧିକାରୀ ଙ୍କୁ ପ୍ରଥମେ ମଣିଷ ପଣିଆ ଦେଖାଇବା ପାଇଁ କହିଥିଲେ।ଘଟଣାର ସମସ୍ତ ଫଇସଲା କୁ କାଗଜପତ୍ର ମାଧ୍ୟମରେ ଲିଖିତ ଭାବେ ଦସ୍ତଖତ କରାଇ ସମସ୍ତ ଙ୍କୁ କପି ସାଇତି ରଖିବାକୁ କହିଥିଲେ।ଯଦି ୧୫ ଦିନ ଭିତରେ ସହଯୋଗ ନକରାଯାଏ ତାହେଲେ ଆଗକୁ ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ କହିବା ସହ ଘଟଣାର ତଦନ୍ତ କରିବାକୁ କହିଥିଲେ।ତେବେ ଏଭଳି ଫଇସଲା କୁ ବିଭାଗୀୟ ଅଧିକାରୀ ସମ୍ମତି ପ୍ରକାଶ କରିବା ସହ ମନ୍ତ୍ରୀ ଙ୍କ ଫଇସଲା ପାଇଁ ଏକ ବିରାଟ ଜନ ଆନ୍ଦୋଳନ ପ୍ରଶମିତ ହୋଇଥିବା ବେଳେ ଏଭଳି ଫଇସଲା ଅନ ଦା ସ୍ପର୍ଟ କରିବା ସ୍ୱାଗତ ଯୋଗ୍ୟ ବୋଲି କୁହାଯାଇଛି।ଜଣେ ଆଦିବାସୀ ପରିବାର ଙ୍କୁ କେନ୍ଦ୍ରମନ୍ତ୍ରୀ ଙ୍କ ଏଭଳି ଫଇସଲା କୁ ସ୍ୱାଗତ କରିଥିବା ବେଳେ କିପରି ବିଦ୍ୟୁତ ବିଭାଗ କାର୍ଯ୍ୟକାରୀ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।