PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଛୁ ମାରିଲା ପତ୍ନୀ, ୧୨ ବର୍ଷର ପୁଅକୁ ବି ସାଙ୍ଗରେ ନେଇ ଗଲା…

ରାଜନଗର ୨୧/୦୯: ବିବାହକୁ ୧୫ ବର୍ଷ ପୂରିଥିବା ବେଳେ ୧୨ ବର୍ଷର ପୁଅ ରହିଛି । ସ୍ୱାମୀ ଦାଦନ ଖଟିବାକୁ ଯାଇଥିବା ବେଳେ ସ୍ତ୍ରୀ ତାଙ୍କ ପ୍ରେମିକ ସହ ପୁଅକୁ ନେଇ ପଳାଇ ଯାଇଥିବା ନେଇ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ରାଜନଗର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ରାଜନଗର ଥାନାରେ ହୋଇଥିବା ଅଭିଯୋଗ ମୁତାବକ ହାତିଆଗଡ଼ି ଅଞ୍ଚଳର ଜନୈକ ବ୍ୟକ୍ତି ୧୫ ବର୍ଷ ତଳେ ବିବାହ କରିଥିଲେ । ତାଙ୍କ ପତ୍ନୀଙ୍କ ବୟସ ୪୦ ବର୍ଷ ଓ ତାଙ୍କର ୧୨ ବର୍ଷର ପୁଅ ରହିଛି । ଘରର ପ୍ରତିପୋଷଣ ପାଇଁ ବ୍ୟକ୍ତି ଜଣକ ବର୍ଷକ ତଳେ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ । ଚଳିତ ମାସ ୧୬ ତାରିଖ ଦିନ ତାଙ୍କ ସ୍ତ୍ରୀ ଓ ପୁଅ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି ବୋଲି ସେ ଖବର ପାଇ ଘରକୁ ଫେରିଥିଲେ । ମାତ୍ର ଘରେ ଥିବା ଟିଭି, ସାଇକେଲ, ମୋବାଇଲ ଫୋନ୍‌, ଗ୍ୟାସ୍‌, ସୁନା ଅଳଙ୍କାର, ଘରକୁ ପଠାଇଥିବା ୫୦ହଜାର ଟଙ୍କା ସହିତ ଘରର ଅନ୍ୟାନ୍ୟ ସାମଗ୍ରୀ ନଥିବା ଦେଖିଥିଲେ । ତାଙ୍କ ସ୍ତ୍ରୀ ଏସବୁ ନେଇ ଜଣେ ବ୍ୟକ୍ତିଙ୍କ ସହ ପଳାଇ ଯାଇଥିବା ନେଇ ସେ ଖବର ପାଇଛନ୍ତି । ସ୍ତ୍ରୀ ଓ ପୁଅର ସନ୍ଧାନ ନେବା ପାଇଁ ସେ ରାଜନଗର ଥାନାରେ ନେହୁରା ହୋଇଛନ୍ତି ।