ସ୍ତ୍ରୀର ଚରିତ୍ର ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର

ଢ଼େଙ୍କାନାଳ ୨୭/୧୦: ସ୍ତ୍ରୀର ଚରିତ୍ର ସନ୍ଦେହ କରି ବିଭତ୍ସ ହତ୍ୟା କଲେ ସ୍ବାମୀ। ଏପରି ଅଭାବନୀୟ ଘଟଣା ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମପୁର ରାଗଡ଼ା ସାହିରେ ଘଟିଛି। ପତ୍ନୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଲମ୍ପଟ ସ୍ବାମୀ। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଘର ଭିତରୁ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛ। ମୃତକ ଜଣ ଶିବାନୀ ପ୍ରଧାନ ବୋଲି ଜଣାପଡିଛି।

ସୂଚନା ମୁତାବିକ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମ ପୁର ରାଗଡା ସାହିର ଦିଲ୍ଳୀପ ପ୍ରଧାନ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଠୋଙ୍ଗାରେ ପିଟି ପିଟି ହତ୍ୟା କରିଛି। ଗିରଫ ହେବା ଭୟ ଘରୁ ଫେରାର ହୋଇଥିବା ଜଣାପଡିଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ କରୁଛି। ରକ୍ତ ଜୁଡୁବୁଡୁ ଶିବାନୀଙ୍କ ମୃତ ଦେହକୁ ପୁଲିସ ଘର ଡାଇନିଂ ଘରୁ ଜବତ କରିଛି । ତେବେ ହତ୍ୟା ଅଭିଯୁକ୍ତ ସ୍ୱାମୀ ଦିଲୀପ ପ୍ରଧାନ ଫେରାର ଥିବାରୁ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଛି।