PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ବିଚ୍‌ ରାସ୍ତାରେ ହାଇଡ୍ରାମା: ଦ୍ୱିତୀୟ ବିବାହ କରି ଅକଳରେ ସ୍ୱାମୀ, ଗାଡ଼ି ଆଗରେ ବସିରହି ଅଟକାଇଲେ ପ୍ରଥମ ପତ୍ନୀ

କେନ୍ଦ୍ରାପଡ଼ା,୨୫/୧୦: କେନ୍ଦ୍ରାପଡ଼ା ସହର ମେଡିକାଲ୍‌ ରୋଡ୍‌ରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଲା ହାଇଡ୍ରାମା । ଘରୋଇ କଳିକୁ କେନ୍ଦ୍ରକରି ନିଜ ଦୁଇ ପୁଅଙ୍କୁ ଫେରାଇ ନେବା ପାଇଁ ସ୍ୱାମୀଙ୍କ ଗାଡ଼ି ଆଗରେ ବସିରହି ଗାଡ଼ିକୁ ଯିବାକୁ ଆଗକୁ ବଢ଼ିବା ପାଇଁ ଦେଲେନାହିଁ । ଗାଡ଼ି ଆଗରେ ସେମିତି ବସିରହିଲେ । ଏଣେ ଲୋକଗହଳି ବଢ଼ିବା ସହ ଟ୍ରାଫିକ୍‌ ବିଶୃଙ୍ଖଳା ସୃଷ୍ଟି ହେଉଥାଏ । ବେଶ୍‌ କିଛି ସମୟ ଧରି ଟ୍ରାଫିକ୍‌ ସେବା ବାଧାପ୍ରାପ୍ତ ହୋଇଥିଲା । ଉଭୟ ପାଶ୍ୱର୍ରୁ ଗାଡ଼ିଗୁଡ଼ିକ ଅଟକି ରହିବାରୁ ସାଧାରଣ ଜନତା ହନ୍ତସନ୍ତ ହୋଇଥିଲେ । ପରେ କେନ୍ଦ୍ରାପଡ଼ା ଟାଉନ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା । ମେଡିକାଲ୍‌ ରୋଡ୍‌ରୁ ଦମ୍ପତି ଓ ତାଙ୍କ ପରିବାରକୁ ଟାଉନ୍‌ ଥାନାକୁ ନେଇଯାଇଥିଲେ । ଏ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ୍‌ ହେବାକୁ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ରାମନଗର-ବାଲିପାଟ ଗ୍ରାମର ଅମୀୟ ସ୍ୱାଇଁ ୧୭ ବର୍ଷ ତଳେ ଓରତ ଅଞ୍ଚଳର ପିନି ସ୍ୱାଇଁଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ବି ରହିଛି । ଯାହାଙ୍କର ବୟସ ଯଥାକ୍ରମେ ୧୫ ଓ ୧୨ ବର୍ଷ । ତେବେ ପଛରେ ଅମୀୟ ଦ୍ୱିତୀୟ ବିବାହ କରିଥିବା ପ୍ରଥମ ପତ୍ନୀ ପିନି ଜାଣିବା ପରେ ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇଥିଲା ।

ପିନିଙ୍କ ଅଭିଯୋଗ ମୁତାବକ ଅମୀୟ ଦ୍ୱିତୀୟ ପତ୍ନୀ ଓ ତାଙ୍କ ଔରସରୁ ଜାତ ଏକ ପୁତ୍ର ସନ୍ତାନଙ୍କୁ ଭୁବନେଶ୍ୱରରେ ରଖିଛନ୍ତି । ଦ୍ୱିତୀୟ ବିବାହ କରିବା ପରଠାରୁ ତାଙ୍କୁ ସେ ନିର୍ଯାତନା ଦେଇଆସୁଛନ୍ତି । ଯେତେବେଳେ କି ସେ ପିନିଙ୍କୁ ଏବାବଦରେ ଜାଣିବାକୁ ସୁଯୋଗ ଦେଇନଥିଲେ । ଅମୀୟ ଦ୍ୱିତୀୟ ବିବାହ କରିଥିବା ପିନି ଜାଣିବା ପରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ, ମାରପିଟ୍‌ ନିତିଦିନିଆ ଘଟଣା ପାଲଟିଯାଇଥିଲା । ଅମୀୟ ଏକ ମଦ ଦୋକାନ ବୁଝାବୁଝି କରୁଥିବାବେଳେ ନିକଟରେ କାମସାରି ଘରକୁ ଫେରିବା ପରେ ବି ପତ୍ନୀ ଘର କବାଟ ଖୋଲି ନଥିଲେ । ସେ ଘଣ୍ଟାଧିକ କାଳ ଧରି ବାହାରେ ଆବାଜ ଦେବା ସହ କବାଟ୍‌ ବାଡ଼େଇଥିଲେ ମଧ୍ୟ ପିନି ଘର କବାଟ ଖୋଲିନଥିଲେ । ପରେ ବହୁ ବିଳମ୍ବରେ କବାଟ ଖୋଲିବାରୁ ଅମୀୟ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ତା’ ପରେ ପିନି ବାପଘରକୁ ପଳାଇଆସିଥିଲେ ଓ ଏନେଇ ଜମ୍ବୁ ସାମୁଦ୍ରିକ ଥାନାରେ ଏତଲା ଦାଏର କରିଥିଲେ ।ଜମ୍ବୁ ପୁଲିସ ତାଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ପରେଶ ମହାନ୍ତି ସୂଚନା ଦେଇଛନ୍ତି । ତେବେ ସେମାନଙ୍କର ଦୁଇ ପୁଅ କିନ୍ତୁ ବାପା ଅମୀୟଙ୍କ ପାଖରେ ରହିବେ ବୋଲି କହିଥିଲେ ।

ତେବେ ତାହାର ଦୁଇଦିନ ପରେ ଅମୀୟ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କ ଦୁଇ ପୁଅଙ୍କ ଚିକିତ୍ସା ପାଇଁ ନେଇଆସିଥିଲେ । ସ୍ୱାସ୍ଥ୍ୟାବସ୍ଥା ଦେଖାଇବା ପରେ ଘରକୁ ୪ ଚକିଆ ଗାଡ଼ି ଯୋଗେ ଫେରୁଥିବାବେଳେ ଖବର ପାଇ ପିନି ସେଠାରେ ପହଞ୍ଚି ତାଙ୍କ ଗାଡ଼ି ଆଗରେ ବସିରହିଥିଲେ। ଗାଡ଼ି ଆଗକୁ ନଯିବା ପାଇଁ ବାଟ ଓଗାଳିଥିଲେ । ତାଙ୍କର ଦୁଇ ପୁଅଙ୍କୁ ତାଙ୍କୁ ଫେରାଇଦେବା ପାଇଁ ସ୍ୱାମୀଙ୍କ ଆଗରେ ଜିଦ୍‌ କରି ଅଡ଼ି ବସିଥିଲେ । ପରେ ଖବର ପାଇ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଥାନାକୁ ନେଇଯାଇଥିଲା । ତେବେ ଏନେଇ ଜମ୍ବୁ ସାମୁଦ୍ରିକ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଥିବାରୁ ସେମାନଙ୍କୁ ପରେ ପୁଲିସ ଛାଡ଼ିଦେଇଥିଲା । ଜମ୍ବୁ ଆଇଆଇସି ପରେଶ ମହାନ୍ତିଙ୍କୁ ପଚାରିବାରୁ କହିଥିଲେ ପିନି ସ୍ୱାଇଁଙ୍କ ଏତଲା ଆଧାରରେ ଜମ୍ବୁ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ପିନି ତାଙ୍କର ଦୁଇପୁଅଙ୍କୁ ନିଜ ପାଖକୁ ଫେରାଇନେବାକୁ ଚାହୁଁଥିବା ବେଳେ ଏହା ଆଇନ ଅଦାଲତର କଥା । ଏଥିରେ ପୁଲିସର କିଛି କରିବାର ନାହିଁ ।