PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ପତ୍ନୀ ମାନ୍ୟତା ଦେଲାନି ବୋଲି ପ୍ରେମିକକୁ କଟୁରିରେ ହାଣିିଲେ ମହିଳା

ବାଲେଶ୍ୱର ୧୯/୧୨: ବିବାହର ପ୍ରତିଶ୍ରୁତି ଦେଇ ଅନୈତିକ ସଂପର୍କ ରଖିବା କାଳ ହେଲା । ଗୋଟିଏ ଘରେ ପ୍ରାୟ ୧୨ ବର୍ଷ କାଳ ଏକାଠି ରହିବା ପରେ ପ୍ରେମିକାକୁ ବିବାହ ନକରି କାଳ ବିଳମ୍ବ କରି ଚାଲିଥିଲା ପ୍ରେମିକ । ଏଥିରେ ପ୍ରେମିକା ରକ୍ତମୁଖା ହୋଇ ପ୍ରେମିକ ବଢ଼ା ମାରାଣ୍ଡି(୪୫)ଙ୍କୁ ହତ୍ୟା କରିଛି । ଏହି ହତ୍ୟାକାଣ୍ଡ ଭିଆଇବା ପରେ ହତ୍ୟାକାରୀ ପ୍ରେମିକା ସୀତା ହେମ୍ବ୍ରମ(୩୫) ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି । ଏଭଳି ଲୋମଟାଙ୍କୁରା ଘଟଣା ବୁଧବାର ଭୋର୍‌ ବାଲେଶ୍ୱର ସହର ଉପକଣ୍ଠ ଗୁଡ଼ିପଦାରେ ଘଟିଛି । ଉଭୟଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଶିରିଶବଣି ଗାଁରେ ହୋଇଥିବା ବେଳେ ଉଭୟ ସ୍ଥାନୀୟ ଗୁଡ଼ିପଦାରେ ଭଡ଼ାରେ ରହୁଥିଲେ ।

ବୁଧବାର ସକାଳେ ଗୁଡ଼ିପଦାର ଭଡ଼ା ଘରେ ବଢ଼ାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଅବଗତ କରିଥିଲେ । ସହଦେବଖୁଣ୍ଟା ଥାନା ପୁଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘରେ ସୀତାକୁ ନ ପାଇବାରୁ ପୁଲିସ୍‌ ତାକୁ ସନ୍ଦେହ ପରିସରକୁ ଆଣିଥିଲା । ଅନ୍ୟପଟେ ହତ୍ୟାକାଣ୍ଡ ଘଟାଇବା ପରେ ସୀତା ପଳାଇ ଯାଇ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଥିଲା । ଦୀର୍ଘ ବର୍ଷ ହେବ ଅନୈତିକ ସମ୍ପର୍କ ରଖିବା ସହ ସ୍ତ୍ରୀର ମାନ୍ୟତା ନ ଦେବାରୁ ବଢ଼ାକୁ ହତ୍ୟା କରିଥିବା ସୀତା ପୁଲିସ୍‌ ନିକଟରେ ସ୍ୱୀକାର କରିଥିଲା । ରାତିରେ ବଢ଼ା ନିଦରେ ଶୋଇ ଥିବା ବେଳେ ତାଙ୍କୁ କଟୁରିରେ ହତ୍ୟା କରିଥିବା ସେ କହିଥିଲା । ସହଦେବଖୁଣ୍ଟା ପୁଲିସ୍‌ ବାରିପଦାରୁ ସୀତାକୁ ଗିରଫ କରିଛି ।

ସୂଚନାଯୋଗ୍ୟ, ବଢ଼ା ବାଲେଶ୍ୱର ସହରର ଏଫ୍‌ସିଆଇ କାର୍ଯ୍ୟାଳୟର ରାତ୍ରି ଜଗୁଆଳି କାର୍ଯ୍ୟ କରୁଥିଲେ । ସ୍ଥାନୀୟ ଗୁଡ଼ିପଦାରେ ସୀତା ରହୁଥିବା ଭଡ଼ା ଘରେ ବଢ଼ା ରହୁଥିଲେ । ଉଭୟେ ଏକତ୍ର ହୋଇ ପ୍ରାୟ ୧୨ ବର୍ଷରୁ ଊଦ୍ଧ୍ୱର୍ କାଳ ରହି ଆସୁଥିଲେ । ବଢ଼ା ପୂର୍ବରୁ ବିବାହିତ । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଏହା ସତ୍ତେ୍ୱ ସୀତାଙ୍କୁ ସେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମଙ୍ଗଳବାର ରାତିରେ ଝଗଡ଼ା ଉଗ୍ରରୂପ ଧାରଣ କରି ଉଭୟଙ୍କ ମଧ୍ୟରେ ପିଟାମରା ହୋଇଥିଲା ବୋଲି ପଡ଼ୋଶୀମାନେ ପ୍ରକାଶ କରିଥିଲେ ।