PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପୁଣି ଲାଲୁଙ୍କ ପରିବାରରେ ହାଇଭୋଲଟେଜ୍ ଡ୍ରାମା: ତେଜପ୍ରତାପଙ୍କ ପତ୍ନୀ ଐଶ୍ବର୍ଯ୍ୟା କହିଲେ- ଚୁଟି ଘୋଷାରି ମାଡ଼ ମାରିଛନ୍ତି ଶାଶୁ ରାବିଡି ଦେବୀ

ପାଟନା,୧୫।୧୨: ବିହାରର ସବୁଠାରୁ ବଡ ରାଜନୈତିକ ପରିବାରରେ ଦୀର୍ଘ ଦିନ ଧରି ଜାରି ରହିଛି ଘରୋଇ ବିବାଦ। ଏହା ହେଉଛି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କ ଘର। ଏବେ ପୁଣିଥରେ ତାଙ୍କ ଘରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ୍ ଡ୍ରାମା।  ଲାଲୁଙ୍କ ବଡ ବୋହୂ ଐଶ୍ବର୍ଯ୍ୟା ରାୟ ଏବେ ଶାଶୁ ରାବିଡି ଦେବୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଐଶ୍ବର୍ଯ୍ୟା କହିଛନ୍ତି, ତାଙ୍କ ଶାଶୁ ରାବିଡି ଦେବୀ ତାଙ୍କର ଚୁଟି ଘୋଷାରି  ମାଡ ମାରିଛନ୍ତି।

ରାବିଡିଙ୍କ ବାସଭବନ ବାହାରେ ଆଜି ଐଶ୍ବର୍ଯ୍ୟାଙ୍କୁ କାନ୍ଦୁଥିବାର ଦେଖିବାକୁ ମିଳିଥିଲା।  ଏହି ସମୟରେ ଐଶ୍ବର୍ଯ୍ୟାଙ୍କ ସହିତ ତାଙ୍କର ବାପା ଚନ୍ଦ୍ରିକା ରାୟ ଓ ମା’ ପୁନମ ରାୟ ମଧ୍ୟ ଉପସ୍ଥିତ ଥିଲେ। ମହିଳା ଧନା ଅଧିକାରୀ ଆରତୀ ଜସଓ୍ବାଲ ଏନେଇ ଐଶ୍ବର୍ଯ୍ୟାଙ୍କୁ ପଚରାଉଚରା  କରିଥିଲେ। ଐଶ୍ବର୍ଯ୍ୟାଙ୍କ କହିବା ଅନୁସାରେ, ରାବିଡି ଦେବୀ ତାଙ୍କ ଚୁଟି ଟାଣି ମାଡ ମାରିଥିଲେ। କେବଳ ସେତିକି ନୁହେଁ ତାଙ୍କ ବାସଭବନରେ ଥିବା ଗାର୍ଡମାନେ ମାରିଥିଲେ। ମୋତେ ଶାଶୁ ବାରମ୍ବାର କହୁଛନ୍ତି, ମୋ ବାପା ଘରକୁ ଚାଲିଯିବାକୁ। ସ୍ବାମୀ ତେଜସ୍ବୀ ଯାଦବ ସବୁଜାଣିଲା ପରେ ମଧ୍ୟ ଚୁପ୍ ରହୁଛନ୍ତି। ତେବେ ଏହି ସମୟରେ ରାବିଡିଙ୍କ ଘର ଭିତରୁ ବାହାରକୁ କେହି ଆସିନଥିଲେ। ବାହାର ଗେଟରେ ତାଲା ଲଗାଯାଇଥିଲା।

ଏ​‌ବେ ଜେତସ୍ବୀ ଯାଦବ ରାଞ୍ଚିରେ ଅଛନ୍ତି। ଏହି ଘଟଣା ପରେ ଏଶ୍ବର୍ଯ୍ୟାଙ୍କ ବାପା ଚନ୍ଦ୍ରିକା ରାୟ ଲାଲୁଙ୍କ ପରିବାର ଉପରେ ପ୍ରବଳ ବର୍ଷିଛନ୍ତି। ସେ ତାଙ୍କ ଜ୍ବାଇଁ ତେଜସ୍ବୀ ଯାଦବଙ୍କୁ ନଂପୁସକ ବୋଲି ମଧ୍ୟ କହିଛନ୍ତି। ଏହା ସହ କହିଛନ୍ତି ଏଭଳି ଅନ୍ୟାୟକୁ ବରଦାସ୍ତ କରିବୁନି, ଲାଲୁ ପରିବାରର ପର୍ଦଫାଶ କରିବୁ। ଏହା ପୂର୍ବରୁ ଗତ ସେପ୍ଟେମ୍ବର ୨୯ରେ ଲାଲୁଙ୍କ ଫ୍ୟାମିଲିରେ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛିସାରିଛି। ଦିନ ସାରା ଡ୍ରାମା ପରେ ଶେଷରେ ଐଶ୍ବର୍ଯ୍ୟା ଫେରିଯାଇଥିଲେ ପୁଣିଥରେ ରାବିଡିଙ୍କ ବାସଭବନକୁ। ଏବେ ଆଉ ଥରେ ଘରେ ହୋଇଛି ବିବାଦ। ତେଜସ୍ବୀ ଓ ଐଶ୍ବର୍ଯ୍ୟାଙ୍କର ଛାଡପତ୍ର ନେଇ ଏବେ ମାମଲା କୋର୍ଟରେ ଚାଲିଛି।