PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

କୋର୍ଟରେ ଚାଲିଛି ଛାଡ଼ପତ୍ର ମାମଲା: ସ୍ୱାମୀଙ୍କ ଅନ୍ୟତ୍ର ବିବାହ ଖବର ପାଇ ଧାରଣାରେ ବସିଲେ ପତ୍ନୀ, ଆଉ ତା’ ପରେ

ଧର୍ମଶାଳା,୦୮/୦୧: ବ୍ରହ୍ମପୁରର ତପସ୍ୱିନୀ ସ୍ୱାମୀଙ୍କ ସହ ରହିବା ପାଇଁ ଦୀର୍ଘ ଦିନ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ତାଙ୍କ ମାମଲାରେ ପୂର୍ଣ୍ଣଛେଦ ପଡ଼ିନଥିବା ବେଳେ ଶୁକ୍ରବାର ଯାଜପୁରରେ ଜଣେ ମହିଳା ତପସ୍ୱିନୀଙ୍କ ରାସ୍ତା ଆପଣେଇଥିବା ଦେଖିବାକୁ ମିଳିଛି । ଏଠି ମହିଳାଜଣକ ନ୍ୟାୟ ପାଇଁ ସ୍ୱାମୀଙ୍କ ଦୋକାନ ଆଗରେ ମା’ଙ୍କ ସହିତ ଧାରଣା ଦେଇଛନ୍ତି ।

ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବଜାରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ବିବାହିତା ନିଜର ହକ ପାଇବା ପାଇଁ ସ୍ୱାମୀଙ୍କ ଦୋକାନ ସମ୍ମୁଖରେ ଧାରଣାରେ ବସି ରହିବା ଘଟଣା ଜାରକା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ମାଳଦା ଗ୍ରାମର ସ୍ୱର୍ଗତ ରାହାସ ବିହାରୀ ସାହୁଙ୍କ ଝିଅ ଡଲିସ୍ମିତା ୨୦୨୦ ମାର୍ଚ୍ଚ ୧୨ରେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅରବିନ୍ଦ ସାହୁଙ୍କୁ ଜାରକାସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ବିବାହର ୪ମାସ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ଡଲିସ୍ମିତା ବାପ ଘରେ ବିଧବା ମାଆଙ୍କ ସହିତ ରହୁଛନ୍ତି । ଏବେ ଡଲିସ୍ମିତା ନିଜର ଭରଣପୋଷଣ ଦାବି କରୁଥିଲେ ମଧ୍ୟ ସ୍ୱାମୀ ଭରଣପୋଷଣ ଦେବାକୁ ରାଜି ହେଉନାହାନ୍ତି । ଏବେ ତାଙ୍କ ସ୍ୱାମୀ ଅରବିନ୍ଦ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବାବେଳେ ଏହି ଖବର ଡଲିସ୍ମିତା ପାଇଥିଲେ । ଏଣୁ ନ୍ୟାୟ ପାଇବା ପାଇଁ ଶୁକ୍ରବାର ଡଲିସ୍ମିତା ଜାରକା ବଜାରରେ ସ୍ୱାମୀଙ୍କ ଲୁଗା ଦୋକାନ ସମ୍ମୁଖରେ ମାଆଙ୍କ ସହିତ ଧାରଣାରେ ବସିଥିଲେ । ନ୍ୟାୟ ନପାଇବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି କହିଛନ୍ତି ।

ଅନ୍ୟପଟେ ବିବାହ ବିଚ୍ଛେଦ ନେଇ କୋର୍ଟରେ ମାମଲା ଚାଲିଛି । ବିନା କାରଣରେ ଡଲିସ୍ମିତା ଦୋକାନରେ ବସି ଗାଳିଗୁଲଜ କରୁଥିବା ନେଇ ଦୋକାନ ମାଲିକ ତଥା ଅରବିନ୍ଦଙ୍କ ବଡ଼ଭାଇ ଅଭିଯୋଗ କରିଛନ୍ତି । ଏ ନେଇ ସେ ଥାନାରେ ଜଣାଇବା ପରେ ଧର୍ମଶାଳା ପୁଲିସ ଦୋକାନକୁ ବନ୍ଦ କରିବା ସହ ମହିଳା ଓ ତାଙ୍କ ମାଆଙ୍କୁ ଥାନାକୁ ନେଇ ବୁଝାଶୁଝା କରୁଥିବା ସୂଚନା ମିଳିଛି ।