ୟୁପିରେ ହାଇପ୍ରୋଫାଇଲ ଓ୍ବାଇଫ୍ ସ୍ବାପିଂ ମାମଲା,ପରପୁରୁଷ ସହ ରାତି ବିତାଇବାକୁ ପତ୍ନୀଙ୍କ ସହ ଏଭଳି କରୁଥିଲେ ସ୍ବାମୀ

ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶର ନଜିରାବାଦରେ ଦେଖିବାକୁ ମିଳିଛି ଓ୍ବାଇଫ୍ ସ୍ବାପିଂ(ପତ୍ନୀ ଅଦଳ ବଦଳ)ର ଏକ ହାଇପ୍ରୋଫାଇଲ ଘଟଣା। ଜଣେ ବ୍ୟବସାୟୀଙ୍କ ପତ୍ନୀ  ତାଙ୍କର ସ୍ବାମୀ ଏବଂ  ତାଙ୍କ ସ୍ବାମୀଙ୍କର ଜଣେ ବିବାହିତ ବନ୍ଧୁଙ୍କ ଉପରେ ଓ୍ବାଇଫ୍ ସ୍ବାପିଂର ଅଭିଯୋଗ ଆଣିଛନ୍ତି। ପୀଡିତାଙ୍କ ଅଭିଯୋଗ ଅନୁସାରେ ବ୍ୟବସାୟୀ ଜଣକ ବେପାର ବଢାଇବା ପାଇଁ ଅନ୍ୟ ଲୋକଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ତାଙ୍କ ଉପରେ ଚାପ ପକାଉଥିଲେ। ପୀଡିତା ଏଡିଜି ଜୋନ୍ ସାମନା ହାଜର ହୋଇ ଅଭିଯୋଗ କରିଛନ୍ତି। ସେ ନଜିରାବାଦ ପୋଲିସକୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି।

ବ୍ୟବସାୟୀଙ୍କ ପତ୍ନୀଙ୍କ କହିବା ଅନୁସାରେ ୧୫ ଅଗଷ୍ଟରେ ତାଙ୍କ ଘରେ ତାଙ୍କ ସ୍ବାମୀଙ୍କ ଜଣେ ବନ୍ଧୁଙ୍କ ପତ୍ନୀ ଆସିଥିଲେ। ୩ଜଣ ଏକାଠି ବସି ମଦ ପିଇଥିଲେ। ଏହାପରେ ସେ ବ୍ୟକ୍ତିଜଣକ ତାଙ୍କର ପତ୍ନୀଙ୍କୁ ଛାଡି ବାହାରକୁ ଚାଲିଯାଇଥିଲେ। ତାଙ୍କର ସ୍ବାମୀ ଏବଂ ସେହି ମହିଳା ଜଣକ ଶାରରୀକ ସମ୍ପର୍କ ରଖିଥିଲେ। ଏହାପର ଦିନ ତାଙ୍କର ସ୍ବାମୀ ପୀଡିତାଙ୍କୁ ତାଙ୍କର ବନ୍ଧୁଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ଚାପ ପକାଇଥିଲେ। ମନା କରିବା କାରଣରୁ ତାଙ୍କୁ ଘରେ ବନ୍ଦ କରି ରଖିଦେଇଥିଲେ। ଏହାପରେ ସେ ଦିନ ସନ୍ଧ୍ୟାରେ ତାଙ୍କ ସ୍ବାମୀ ଉକ୍ତ ବନ୍ଧୁଙ୍କୁ ନେଇ ଘରେ ପହଁଞ୍ଚିଥିଲେ। ଏହାପରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ କହିଥିଲେ ଏଭଳି କଲେ ତାଙ୍କୁ ବ୍ୟବସାୟରେ ଖୁବ୍ ଲାଭ ହେବ।

ଏହାପରେ ସେ ନିଜର ବନ୍ଧୁ ସାମନାରେ ପୀଡିତାଙ୍କୁ ଅଶ୍ଲୀଳ ଫିଲ୍ମ ଦେଖାଇଥିଲେ। ଏସବୁ ପରେ ସେ ଯେତେବେଳେ ପ୍ରସ୍ତୁତ ହେଲେନି ତାଙ୍କୁ ମାଡ ମାରିଥିଲେ। ମହିଳାଙ୍କ ଅଭିଯୋଗ ଶୁଣିବା ପରେ ଏଡିଜି ପ୍ରେମ ପ୍ରକାଶ ନଜିରାବାଦ ଥାନକୁ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ନଜରିବାଦ ପୋଲିସ ଇନ୍ସପେକ୍ଟର କହିଛନ୍ତି, ଏ ସମ୍ପର୍କରେ ମୋ ପାଖକୁ କେହି ଆସିନାହାନ୍ତି। ଏଡିଜି ସାର ନିର୍ଦେଶ ଦେବାପରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

   ସମ୍ବନ୍ଧିତ ଖବର


ସଗଡ଼ଭଙ୍ଗା ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଅଭିଯୁକ୍ତ: ଥାନାରେ ଅଭିଯୋଗ କଲେ ଯୁବତୀ

ଫସର ଫାଟିଲା ଫେସ୍‌ବୁକ୍‌ ପ୍ରେମ: ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ, ପ୍ରେମୀ ଯୁଗଳ ଥାନାରେ ଅଟକ

ସିସିଟିଭି ଫୁଟେଜରୁ ମିଳିଲା ସ୍କୁଟିଚୋରି ସୁରାକ, ୫ଜଣକୁ ଗରିଫ କଲା ପୁଲିସ

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗୁପ୍‌ଚୁପ୍‌ ଖୁଆଇବା ବାହାନାରେ ଦିବ୍ୟାଙ୍ଗ ଯୁବତୀକୁ ଘରୁ ଡାକି ନେଇ ଦୁଷ୍କର୍ମ, ମାମଲା ରୁଜୁ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ