ଏମିତି ସ୍ୱାମୀ କାହାକୁ ନମିଳୁ, ଲୁଚିଛପି ମୋବାଇଲ କିଣିଲେ ବୋଲି ଗୁଣ୍ଡା ଲଗାଇ ସ୍ତ୍ରୀକୁ ମାରିବାକୁ ବସିଥିଲା ସ୍ୱାମୀ

Image Source : The Independent
କୋଲକାତା,୨୪/୦୧: କୋଲକାତାରୁ ଏମିତି ଏକ ଖବର ଆସିିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ । ଜଣେ ସ୍ୱାମୀ ତ୍ାର ସ୍ତ୍ରୀକୁ ଗୁଣ୍ଡା ଲଗାଇ ମାରିବାକୁ ଚେଷ୍ଟା କରୁଥିଲେ , ସ୍ତ୍ରୀଙ୍କର ଭୁଲ୍ ଏତିକି ଥିଲା ଯେ, ସେ ସ୍ମାମୀଙ୍କ ବିନା ଅନୁମତିରେ ଲୁଚିଛପି ମୋବାଇଲ କିଣିଥିଲେ । ଏକଥା ସ୍ମାମୀ ଜାଣିବା ପରେ ନିଜ ସ୍ତ୍ରାୀକୁ ମାରିବା ପାଇଁ ଗୁଣ୍ଡା ଲଗାଇ ଦେଇଥିଲେ । ଏହି ମାମଲାର ଖୁଲାସା ଏକ ମଜାଦାର ତରିକାରେ ହୋଇଥିଲା । ପରେ ସ୍ମାମୀକୁ ଗିରଫ କରିଥିଲା ପୁଲିସ୍ ।
କୁହାଯାଉଛି କି. ଏହି ଘଟଣାଟି କୋଲକାତାର ନରେନ୍ଦ୍ରପୁର ଅଞ୍ଚଳର । ପତ୍ନୀକୁ ହତ୍ୟା ପାଇଁ ପ୍ରୟାସ କରିବା ମାମଲାରେ ସ୍ମାମୀକୁ ଗୁରୁବାର ଗିରଫ କରିଛି ପୁଲିସ୍ । ସୂଚନା ମୁତାବକ ମହିଳା ଜଣଙ୍କ କିଛି ମାସ ପୂର୍ବରୁ ମୋବାଇଲ ଫୋନଟିଏ କିଣିବା ପାଇଁ ତାଙ୍କ ସ୍ୱାମୀଙ୍କୁ କହିଥିଲେ । କିନ୍ତୁ ମୋବାଇଲ କିଣାଯିବ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ ସ୍ମାମୀ । କିନ୍ତୁ ମୋବାଇଲ କିଣିବା ଇଚ୍ଛାରେ ମହିଳା ଜଣଙ୍କ ପିଲାମାନଙ୍କୁ ଟିଉସନ୍ କରି କିଛି ପଇସା ସଞ୍ଚୟ କରି ରଖିଥିଲେ ।
କିଛି ଦିନର ବ୍ୟବଧାନ ପରେ ଅର୍ଥାତ୍ ଚଳିତ ଜାନୁଆରୀ ପହିଲାରେ ମହିଳା ଜଣଙ୍କ ତାଙ୍କ ସ୍ମାମୀଙ୍କ ବିନା ଅନୁମତିରେ ଲୁଚିଛପି ମୋବାଇଲ ଫୋନଟିଏ କିଣିଥିଲେ । ସ୍ୱାମୀଙ୍କୁ ଯେତେବେଳେ ଏହି କଥା ଜାଣିପାରିଲେ ସେତେବେଳେ ଅତ୍ୟଧିକ ରାଗିଯାଇ ସ୍ତ୍ରୀକୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏବଂ ପରେ ନିଜ ସ୍ତ୍ରୀକୁ ମାରିବା ପାଇଁ ଗୋଟିଏ ଗୁଣ୍ଡାକୁ ସୁପାରୀ ଦେଇଥିଲା ଏବଂ ପରେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା ସୁପାରୀ କିଲର୍ ।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ଗୁରୁବାର ରାତିରେ ମହିଳାଙ୍କ ଉପରେ ଦୁଇଜଣ ସନ୍ଦିଗ୍ଧ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମହିଳା ଜଣଙ୍କ ଯଦିଓ ଗୁରୁତର ଆହତ ହୋଇଥିଲେ, ତଥାପି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଥିଲେ । ଘଟଣା ସ୍ଥଳରେ ସଠିକ ସମୟରେ ପୁଲିସ ମଧ୍ୟ ପହଞ୍ଚିଥିଲା ଏବଂ ମହିଳାଙ୍କୁ ହସ୍ପିଟାଲ ନେଇଥିଲା । ଘଟଣାସ୍ଥଳରୁ ଜଣେ ଖସିପଳାଇଥିବା ବେଳେ ଅନ୍ୟ ଜଣଙ୍କ ସହିତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରିଛି ପୁଲିସ୍ । ଫେରାର୍ ଥିବା ଅଭିଯୁକ୍ତକୁ ଖୋଜାଖୋଜି କରୁଛି ପୁଲିସ୍ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା ।