ସ୍ବାମୀଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି, ହାତ ଗୋଡ ବାନ୍ଧି ନଦୀରେ ଫୋପାଡିଲେ ସ୍ତ୍ରୀ

ବେଜିଂ,୨୭।୧୧:  ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଶେଷରେ ସ୍ବାମୀଙ୍କୁ ମହଙ୍ଗା ପଡିଲା। ପରକ୍ରୀୟା ପ୍ରୀତି  ସମ୍ପର୍କରେ ଜାଣିବା ପରେ ରାଗରେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ହାତ ଗୋଡ ବାନ୍ଧି ନଦୀରେ ଫୋପାଡି ଦେଇଥିଲେ। ଏଭଳି ଏକ ଅଦ୍ଭୁତ ଘଟଣା ଚୀନରେ ଦେଖିବାକୁ ମିଳିଥିଲା।

ଏହି ଘଟଣା ଚୀନର ମାଓମିଙ୍ଗ ସହରରେ ଘଟିଛି। ମହିଳା ଜଣକ ଯେତେବେଳେ ଜାଣିଥିଲେ ତାଙ୍କ ସ୍ବାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରହିଛି ସେ ପ୍ରଥମେ ସ୍ବାମୀଙ୍କୁ ଏକ ବାଉଁଶର ପଞ୍ଜୁରୀ ଭିତରେ ବନ୍ଦୀ କରିଦେଇଥିଲେ। ଏହାପରେ ହାତଗୋଡ ବାନ୍ଧି ନଦୀକୁ ଫୋପାଡି ଦେଇଥିଲେ। କୁହାଯାଉଛି ଯେ, ଚୀନର ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି।

ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣକୁ ତାଙ୍କ ସ୍ତ୍ରୀ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିବା ବେଳେ ଧରି ନେଇଥିଲେ। ସ୍ବାମୀକୁ ଧରିବାକୁ ସ୍ତ୍ରୀ ଜଣକ ସାଙ୍ଗରେ କିଛି ଲୋକଙ୍କୁ ନେଇକି ଆସିଥିଲେ।  ସେମାନେ ସବୁ ମିଶି ଏହି ବ୍ୟକ୍ତିଜଣଙ୍କର ହାତଗୋଟ ବାନ୍ଧି ପଞ୍ଜୁରୀ ଭିତରେ ପକାଇ ଦେଇଥିଲେ। ଏହାପରେ ପଞ୍ଜୁରୀ ସହିତ ସ୍ବାମୀକୁ ନଦୀ ଭିତରକୁ ଫୋପାଡି ଦେଇଥିଲେ ସ୍ତ୍ରୀ। କିଛି ଲୋକ ଏହା ଦେଖିବା ପରେ ବ୍ୟକ୍ତିଜଣକୁ ପାଣି ଭିତରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ପୋଲିସ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଜାରି ରହିଛି।