PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଅଯୋଧ୍ୟା ମାମଲା: ପ୍ରଧାନ ବିଚାରପତି ଅବସର ନେବା ପୂର୍ବରୁ ଆସିପାରେ ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ,୩୧ ।୮(ଏଜେନ୍ସି): ଦୀର୍ଘ ୭୦ ବର୍ଷ ଧରି ଚାଲି ଆସିଥିବା ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ବିବାଦର ସମାଧାନର ଆଶା ଉଜ୍ଜ୍ୱଳ ହୋଇଛି । ଯାହା ମନେ କରାଯାଉଛି, ଆସନ୍ତା ନଭେମ୍ବର ମାସରେ ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇପାରନ୍ତି । ସଂଯୋଗବଶତଃ ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅବସର ନେବେ । ତେଣୁ ସେ ଅବସର ନେବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଆସିବ ବୋଲି ଅନୁମାନ କରାଯାଉଛି ।

ପ୍ରଧାନ ବିଚାରପତିଙ୍କ ଅବସର ନେବା ପୂର୍ବରୁ ଏହି ମାମଲାରେ ରାୟ ଆସିବ ବୋଲି ପୂର୍ବରୁ କିନ୍ତୁ କେହି ଆଶା କରୁନଥିଲେ । ମାତ୍ର ତାଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଯେପରି କ୍ରମାଗତଃ ଭାବେ ଏହି ମାମଲାର ଶୁଣାଣି କରୁଛନ୍ତି, ସେଥିରୁ ଏବେ ଏଭଳି ଆଶା ଉଦ୍ରେକ ହୋଇଛି । ଅଗଷ୍ଟ ୬ରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲାବେଳେ ପ୍ରତି ସପ୍ତାହରେ ୫ ଦିନ ଧରି ଏହାର ଶୁଣାଣି ଚାଲୁଛି । ଇତିମଧ୍ୟରେ ଏହି ମାମଲା ସହ ସଂପୃକ୍ତ ସମସ୍ତ ହିନ୍ଦୁ ପକ୍ଷ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ନିଜ ନିଜର ପକ୍ଷ ଉପସ୍ଥାପନ କରିସାରିଲେଣି । ଅଲ ଇଣ୍ଡିଆ ରାମ ଜନ୍ମସ୍ଥାନ ପୁନରୁତ୍ଥାନ ସମିତି, ହିନ୍ଦୁ ମହାସଭାର ଦୁଇ ଗୋଷ୍ଠୀ, ନିର୍ମୋହୀ ଅଖାଡା, ରାମ ଲଲା ବିରାଜମାନ, ୧୯୫୧ରେ ପ୍ରଥମେ ଏନେଇ ମାମଲା ଦାୟର କରିଥିବା ଗୋପାଲ ସିଂ ବିଶାରଦଙ୍କ ଉତ୍ତରାଧିକାରୀ ଓ ସିହା ୱାକଫ ବୋର୍ଡ ଅଦାଲତଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିସାରିଛନ୍ତି ।

ଏବେ କେବଳ ସୁନ୍ନି ୱାକଫ ବୋର୍ଡ ନିଜର ପକ୍ଷ ରଖିବା ବାକି ରହିଛି । ଏହି ବୋର୍ଡ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ରାଜୀବ ଧାୱନ କହିଛନ୍ତି ଯେ ସେ ଯୁକ୍ତି ଉପସ୍ଥାପନ କରିବାକୁ ସମୁଦାୟ ୨୦ ଦିନ ସମୟ ନେବେ । ଯଦି ସେ ନିଜ କଥା ମୁତାବକ ୨୦ ଦିନ ସମୟ ନିଅନ୍ତି, ତାହାହେଲେ ବି ଅଦାଲତଙ୍କ ନିକଟରେ ରାୟ ଦେବା ପାଇଁ ମାସେରୁ ଅଧିକ ସମୟ ରହିବ । ତେଣୁ ସର୍ବୋଚ୍ଚ ଅଦାଲତ ଆସନ୍ତା ନଭେମ୍ବରରେ ଏହି ମାମଲାରେ ରାୟ ଦେଇ ଉକ୍ତ ବିବାଦର ଅବସାନ କରିବେ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ ଯେ, ଅଶୀ ଦଶକରୁ ଅଯୋଧ୍ୟା ମାମଲାକୁ ନେଇ ଭାରତୀୟ ରାଜନୀତି ସବୁବେଳେ ସରଗରମ ହୋଇରହିଛି । ୧୯୯୨ ମସିହାରେ ବାବ୍ରି ମସଜିଦ୍‌ ଭଙ୍ଗା ଯିବା ପରେ ଏହି ବିବାଦ ଆହୁରି ଉଗ୍ର ହୋଇଥିଲା ।

୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାରେ ରାୟ ଦେଇ ୨.୭୭ ଏକର ପରିମିତ ବିବାଦୀୟ ଭୂମିକୁ ରାମ ଲଲା, ନିର୍ମୋହୀ ଅଖାଡ଼ା ଏବଂ ସୁନ୍ନି ୱାକଫ ବୋର୍ଡ ମଧ୍ୟରେ ସମାନ ଭାବେ ବାଣ୍ଟିଦେବାକୁ ରାୟ ଦେଇଥିଲେ । ଏହାକୁ ବିରୋଧ କରି ବିଭିନ୍ନ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସର୍ବୋଚ୍ଚ ଅଦାଲତ ଗତ ୮ ବର୍ଷ ଧରି ଏସବୁ ମାମଲା ଉପରେ କୌଣସି ଶୁଣାଣି କରିନଥିଲେ । କିନ୍ତୁ ଚଳିତ ବର୍ଷ ଅଦାଲତ ପ୍ରଥମେ ମଧ୍ୟସ୍ଥତା ମାଧ୍ୟମରେ ଏହି ବିବାଦର ସମାଧାନ ବାହାର କରିବାକୁ ଉଦ୍ୟମ କରିଥିଲେ । ହେଲେ ତାହା ବିଫଳ ହେବା ପରେ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି ଆରମ୍ଭ କରିଥିଲେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ ଏ ବୋବଡେ, ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏସ ଅବଦୁଲ ନଜିରଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଏବେ ଶୁଣାଣି କରୁଛନ୍ତି ।

ସମ୍ବନ୍ଧିତ ଖବର