ନରେନ୍ଦ୍ର ମୋଦୀ କ୍ଷମତାକୁ ନ ଆସିଲେ ଭାରତ ୫୦ ବର୍ଷ ପଛକୁ ଫେରିଯିବ: ନିର୍ମଳା ସୀତାରମଣ

ନୂଆଦିଳ୍ଲୀ,୨୫।୨: ପୁଣିଥରେ ନରେନ୍ଦ୍ର ମୋଦୀ କ୍ଷମତାକୁ ନ ଆସିଲେ ଭାରତ ୫୦ ବର୍ଷ ପଛକୁ ଫେରିଯିବ ବୋଲି କହିଛନ୍ତି କେନ୍ଦ୍ର ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ । ବେଙ୍ଗଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିର୍ମଳା ସୀତାରମଣଙ୍କୁ ସମ୍ବର୍ଧନା କରାଯିବା ପରେ ସେ କହିଛନ୍ତି କି, ଯେଉଁମାନେ ବିଂଶ ଶତାବ୍ଦୀରେ ଜନ୍ମ ହୋଇଛନ୍ତି ସେମାନେ ଯଦି ମୋଦୀ ସରକାରଙ୍କୁ ପୁଣି ଥରେ କ୍ଷମତାକୁ ଆଣୁନାହାନ୍ତି ତେବେ ଏହା ଯୁବପିଢ଼ିଙ୍କ ପାଇଁ ଅନ୍ୟାୟ ହେବ।
ନିର୍ମଳା ସୀତାରମର ମୋଦୀଙ୍କ ପ୍ରଶଂସା କରି କହିଛନ୍ତି ଯେ, ଦେଶର ଇତିହାସରେ ତାଙ୍କ ଭଳି ନେତା ସବୁବେଳେ ମିଳନ୍ତି ନାହିଁ। ନିଜେ ପ୍ରଧାନମନ୍ତ୍ରୀ ରେଡ଼ିଓରେ ’ମନକୀ ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ମେ ମାସରେ ପୁଣି ଥରେ ମନକୀ ବାତ୍ ଶୁଣାଇବେ। ଏଥିରୁ ସ୍ପଷ୍ଟ ଯେ, ପୁଣି ଥରେ ମୋଦୀ ସରକାର କ୍ଷମତାକୁ ଫେରିବେ। ପ୍ରଧାନମନ୍ତ୍ରୀ ଦେଶର ସ୍ବଚ୍ଛ ରାଜନୀତି ଓ ଦେଶ ହିତକୁ ଅଗ୍ରାଧିକାର ଦେଇଛନ୍ତି ବୋଲି କହିଛନ୍ତି ନିର୍ମଳା ସୀତାରମଣ।