PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ରାମାୟଣ ଥ୍ରୀଡି ଚଳଚ୍ଚିତ୍ର: ଶ୍ରୀରାମଙ୍କ ଭୂମିକାରେ ରିତିକ୍ ରୋଶନ ଓ ସୀତା ଭୂମିକାରେ ଦୀପିକା ପାଦୁକୋନ କରିବେ ଅଭିନୟ !

ନୂଆଦିଲ୍ଳୀ ୨୪|୮: ପୌରାଣିକ ଗ୍ରନ୍ଥ ‘ରାମାୟଣ’ ଉପରେ ଏକ ଫିଲ୍ମ ନିର୍ମାଣ କରାଯିବା ନେଇ ଚାଲିଛି ଯୋଜନା। ଯାହାର ନିର୍ଦ୍ଦେଶନା ଦେବେ ନିତେଶ ତିଓ୍ବାରୀ। କୁହାଯାଉଛି କି ଏହାକୁ  3D ସୁଟରେ କରାଯିବ। ବଡ଼ ଘୋଷଣା ପରେ  ଏହି ପୌରାଣିକ ଫିଲ୍ମରେ କେଉଁ କେଉଁ ଷ୍ଟାରଙ୍କୁ ଦେଖିବାକୁ ମିଳିବ ଏନେଇ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ବଢ଼ି ଚାଲିଛି।

ସୂଚନା ଅନୁସାରେ, ରିତିକ୍ ରୋଶନଙ୍କୁ ଭଗବାନ ରାମ ଭୂମିକାରେ ଓ ଦୀପିକା ପାଦୁକୋନଙ୍କୁ ସୀତା ଭୂମିକାରେ ଦର୍ଶକେ ଦେଖିବାକୁ ପାଇବେ। ରାମ ଚରିତ୍ର​‌ରେ ରିତିକ୍ ଅଭିନୟ କରିବେ ବୋଲି ଆନୁଷ୍ଠାନିକ ଭାବେ ସେ ସ୍ପଷ୍ଟକରି ନାହାଁନ୍ତି। ହେଲେ ରାମ ଭୂମିକାରେ ରିତିକ୍ ଅଭିନୟ କରିବେ ବୋଲି ନିତେଶ ତିଓ୍ବାରୀ କହିଛନ୍ତି।

ଏକ ସାକ୍ଷାତକାର ସମୟରେ ନିତେଶ ତିଓ୍ବାରି କହିଛନ୍ତି ଯେ, ବର୍ତ୍ତମାନ ଏହି ଫିଲ୍ମର କାଷ୍ଟିଂ କଥା ସେ ଭାବି ନାହାଁନ୍ତି। ଏହି ଫିଲ୍ମ ପାଇଁ ସେ ପ୍ରସ୍ତୁତ ହୋଇ ନାହାଁନ୍ତି। ତେବେ ଏହି ଫିଲ୍ମରେ ରିତିକ୍ ଓ ଦୀପିକା ଲିଡ୍ ଚରିତ୍ରରେ ନଜର ଆସିବେ ବୋଲି ନିତେଶ କହିଛନ୍ତି।

ସବୁକାମ ଶେଷ ହେବା ପରେ ରାମାୟଣ 3D ଫିଲ୍ମ ସୁଟିଂ କରିବେ ବୋଲି ସେ କହିଛନ୍ତି।ଏହି ପୌରାଣିକ ଫିଲ୍ମ ପାଇଁ ପାଖାପାଖି ୫୦୦ କୋଟି ଖର୍ଚ୍ଚ ହେବ।ସବୁଠାରୁ ବଡ କଥା ଏହି ଫିଲ୍ମଟି 3D ରେ ରିଲିଜ ହେବ।

ରିତିକ୍ଙ୍କ ନୂଆ ଫିଲ୍ମ ଓ୍ବାର ରିଲିଜ ହେବାର ଅଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଟାଇଗର ସରାଫ୍‌। ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇ ସାରିଥିବା ବେଳେ ଫିଲ୍ମ ରିଲିଜକୁ ଦର୍ଶକେ ଅଫେକ୍ଷା କରିଛନ୍ତି। ସେହିପରି ଛପାକ ଫିଲ୍ମ ସୁଟିଂରେ ବ୍ୟସ୍ଥ ଅଛନ୍ତି ଦୀପିକା ।

ଗୋଟେ ସତ୍ୟ ଘଟଣା ଉପରେ ‘ଛପାକ’ ଫିଲ୍ମଟି ଆଧାରିତ। ଏସିଡ୍‌ରେ ମୁହଁ ଜଳି ଯାଇଥିବା ଝିଅ ଚରିତ୍ରରେ ‘ଛପାକ’ ଫିଲ୍ମରେ ନଜର ଆସିବେ ଦୀପିକା।ଦୀପିକା ପୁଣି ‘୮୩’ ଫିଲ୍ମରେ ରଣବୀର ସିଂହଙ୍କ ସହ ନଜର ଆସିବେ।ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ପତ୍ନୀଙ୍କ ଚରିତ୍ରରେ ଦୀପିକା ‘୮୩’ ଫିଲ୍ମରେ ନଜର ଆସିବେ।