PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ରହସ୍ୟମୟୀ ବଲ୍‌ ପକାଇ ବ୍ୟାଟସମ୍ୟାନକୁ ଆଉଟ୍‌ କଲେ ବୋଲର, ବୋଲ୍ଡ ହେଲା ପରେ ବି କ୍ରିଜରେ ଠିଆ ହୋଇ ରହିଲେ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: କାଉଣ୍ଟିଂ ଚାମ୍ପିଅନସିପ୍‌ରେ ସରେ ଟିମର ଅଫ୍‌ ସ୍ପିନର ଓ୍ବିଲିୟମ ଜ୍ୟାକ୍ସ ସମସ୍ତଙ୍କୁ ଚକିତ କଲା ଭଳି ବଲ୍‌ ପକାଇ ଏବେ ଚର୍ଚ୍ଚାରେ। ବିଶେଷ କରି ଲେଗ୍‌ ସ୍ପିନର ମାନେ ବଲ୍‌ ଟର୍ନ କରୁଥିବାର ଦେଖିବାକୁ ମିଳିଥାଏ। ହେଲେ ଗ୍ଲୁଷ୍ଟରଶାୟର ବିପକ୍ଷ ମ୍ୟାଚରେ ଜ୍ୟାକ୍‌ କମାଲ କରି ଦେଇଛନ୍ତି। ଓ୍ବିଲିୟମ୍‌ ଜ୍ୟାକ୍‌ ଗ୍ଲୁଷ୍ଟରଶାୟର ବିପକ୍ଷରେ ପ୍ରଥମ ଇନିଂସରେ ବୋଲିଂ କରି ମ୍ୟାଥୁ ଟେଲରଙ୍କୁ ରହସ୍ୟମୟ ବଲ୍‌ ପକାଇ ବୋଲ୍ଡ କରିଥିଲେ। ବ୍ୟାଟସମ୍ୟାନ୍‌ ଆଉଟ୍‌ ହେବା ପରେ ମଧ୍ୟ ଚକିତ ହୋଇ ଠିଆ ହୋଇ ପିଚ୍‌କୁ ଦେଖିବାକୁ ଲାଗିଥିଲେ।

ଜ୍ୟାକଙ୍କ ବଲଟି ଅଫ୍‌ ଷ୍ଟମ୍ପର ବହୁ ବାହାର ପିଚ୍‌ ହୋଇଥିଲା। ହେଲେ ବଲଟି ୯୦ ଡିଗ୍ରୀ କୋଣ ନେଇ ସିଧା ଷ୍ଟମ୍ପରେ ଯାଇ ବାଜିଥିଲା। ପଚିରେ ଥିବା ସମସ୍ତ ଖେଳାଳି ଏବଂ ଅମ୍ପାୟର ମଧ୍ୟ ଚକିତ ହୋଇ ଯାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏଭଳିକି ଜ୍ୟାକଙ୍କ ବଲ୍‌ ଦେଖି ସୋସିଆଲ ମିଡିଆରେ କିଛି ୟୁଜର୍ସ କହିଛନ୍ତି ଯେ, ଏହି ବଲ୍‌ ସେନ୍‌ ଓ୍ବାର୍ଣ୍ଣଙ୍କ ବଲ୍‌ ଅଫ୍‌ ଦି ସେଞ୍ଚୁରୀକୁ କଡ଼ା ଟକ୍କର ଦେଉଛି। ସୂଚନାଥାଉକି, ୨୭ ବର୍ଷ ପୂର୍ବେ ଶେନ୍‌ ଓ୍ବାର୍ଣ୍ଣ ୧୯୯୩ ମସିହାରେ ମଞ୍ଚେଷ୍ଟରର ଓଲଡ ଟ୍ରେଫଡ କ୍ରିକେଟ ମଇଦାନରେ ବୋଲିଂ କରି ଚର୍ଚ୍ଚାରେ ଥିଲେ। ସେ ବଲକୁ ୧୮୦ ଡିଗ୍ରୀ ଟର୍ଣ୍ଣ କରାଇ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିଅନ୍‌ ପଠାଇଥିଲେ। ଯାହାକୁ ନେଇ ଏବେ ବି ଚର୍ଚ୍ଚା ଲାଗି ରହିଛି।