ଆତଙ୍କବାଦୀଙ୍କୁ ସେନାର ଚେତାବନୀ: ଯିଏ ବନ୍ଧୁକ ଉଠାଇବ ତାକୁ ମାରି ଦିଆଯିବ

ନୂଆଦିଲ୍ଲୀ,୧୯।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ ଶହୀଦ ହେବାପରେ ସୋମବାର ଆତଙ୍କବାଦୀଙ୍କ ସହ ସଂଘର୍ଷରେ ଆହୁରି ୪ ଜଣ ସୈନିକ ଶହୀଦ ହୋଇଛନ୍ତି। ଏହି ସମୟରେ ସେନା ୩ ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି। ଭାରତୀୟ ସେନା, ସିଆରପିଏଫ୍ ଓ ଜମ୍ମୁ-କଶ୍ମୀର ପୁଲିସ ଆଜି ମିଳିତ ସମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଓସି ଚିନ୍ନାର କର୍ପସର ଲେଫ୍ଟନାଣ୍ଟ ଜେନେରାଲ ଜେଏସ୍‌ ଢିଲନ୍, ସିଆରପିଏଫର ଆଇଜି ଜୁଲଫିକର ହସନ ଓ ଶ୍ରୀନଗରର ଆଇଜି ଏସପି ପାଣି କହିଛନ୍ତି ପୁଲଓ୍ବାମା ଆକ୍ରମଣର ୧୦୦ ଘଣ୍ଟା ମଧ୍ୟରେ ଜୈଶର ଆତଙ୍କବାଦୀଙ୍କୁ ଆମେ ମାରିବାରେ ସଫଳ ହୋଇଛୁ।ଜୈଶର ବଡ ଆତଙ୍କବାଦୀଙ୍କ ସନ୍ଧାନରେ ଆମେ ଅଛୁ। କାଶ୍ମୀରର ମା’ ମାନଙ୍କୁ ସେନା ପକ୍ଷରୁ ଅପିଲ କରାଯାଇଛି ସେମାନେ ତାଙ୍କର ପଥଭ୍ରଷ୍ଟ ପୁଅଙ୍କୁ ବୁଝାଇ ସୁଝାଇ ଘରକୁ ଫେରାଇ ନିଅନ୍ତୁ। ଏବେ ଯିଏ ବନ୍ଧୁକ ଉଠାଇବ ତାକୁ ମାରିଦିଆ ଯିବ। କଶ୍ମୀରରେ ଯିଏ ଅନୁପ୍ରବେଶ କରିବ ଜାଙ୍କୁ ଜୀବନ୍ତ ଛଡାଯିବନି। ଗତକାଲିର ସଂଘର୍ଷରେ ଜୈଶର ୩ ଜଣ ଟପ୍ କମାଣ୍ଡର ନିହତ ହୋଇଛନ୍ତି। ସେ କହିଛନ୍ତି କାଶ୍ମୀରରେ କେତେ ଗାଜି ଆସିଛନ୍ତି ଓ କେତେ ଗାଜି ଚାଲିଗଲେଣି। ଜୈଶ-ଏ-ମହମ୍ମଦ ପାକିସ୍ତାନ ସେନାର ସୁରକ୍ଷାରେ ରହିଛି ଓ କାମରାନ୍ ପୁଲଓ୍ବାମା  ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା। ପୁଲଓ୍ବାମା ଆକ୍ରମଣକୁ ଜୈଶ ପାକିସ୍ତାନର ନିର୍ଦେଶରେ କରିଛି।

source: https://www.rediff.com

କଶ୍ମୀରର ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା କଥା ନେଇ ସେ କହିଥିଲେ ଏହା କେବଳ ପ୍ରଚାର ଅଟେ ଓ ବିନା ପ୍ରମାଣରେ ଅଭିଯୋଗ କରାଯାଉଛି। ସେ କହିଛନ୍ତି ଆମେ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ୍ ସେ ସମୟର ପରିସ୍ଥିତିର ହିସାବ ଅନୁସାରେ କରୁଥାଉ।ସିଆରପିଏଫର ଆଇଜି ଅପରେଶନ୍ ଜୁଲଫିକାର ହସନ କହିଛନ୍ତି ଆମର ହେଲପ୍ ଲାଇନ୍ ୧୪୪୧୧ ଏହା ସାରା ଦେଶରେ ଥିବା କଶ୍ମୀରର ଲୋକଙ୍କ ସାହାର୍ଯ୍ୟ କରୁଛି। ବହୁ କାଶ୍ମୀର ଛାତ୍ର ସାରାଦେଶରେ ଏ ସମ୍ପର୍କରେ ସାହାର୍ଯ୍ୟ ମାଗିଛନ୍ତି। କାଶ୍ମୀରର ବାହାରେ ପଢୁଥିବା ଛାତ୍ରଙ୍କ ସୁରକ୍ଷାକୁ ବିଶେଷ ଭାବରେ ଧ୍ୟାନରେ ରଖାଯାଉଛି।ଜମ୍ମୁ-କଶ୍ମୀରର ଆଇଜି ପୁଲିସ ଏସପି ପାଣି କହିଛନ୍ତି ଆତଙ୍କବାଦୀଙ୍କ ଭର୍ତ୍ତିରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଗତ ୩ ମାସରେ ଆତଙ୍କବାଦୀ ଗୋଷ୍ଠୀରେ କେହି ଭର୍ତ୍ତି ହୋଇନାହାଁନ୍ତି।  ଏଥିରେ କଶ୍ମୀରର ପରିବାର ଗୁଡିକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।   

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା