ଗୋଲାପୀ ରଙ୍ଗରେ ସଜେଇ ହେଲା ସମ୍ପୂର୍ଣ୍ଣ କୋଲକାତା, ଇଡେନ ଗାର୍ଡେନରେ ଅନୁଷ୍ଠିତ ହେବ ପ୍ରଥମ ପିଙ୍କ ବଲ ଟେଷ୍ଟମ୍ୟାଚ୍

କୋଲକାତା,୨୧।୧୧: ଭାରତୀୟ କ୍ରିକେଟ ଶେଷରେ ଗୋଲାପୀ ରଙ୍ଗରେ ରଙ୍ଗାୟିତ ହେବାକୁ ଯାଉଛି। ବାଂଲାଦେଶ ବିପକ୍ଷ ଶୁକ୍ରବାର ହେବାକୁ ଯାଉଥିବା ଦିବାରାତ୍ର ଐତିହାସିକ ଟେଷ୍ଟମ୍ୟାଚରେ ବିରାଟ କୋହଲିଙ୍କ ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ବିସିସିଆଇ ଗୋଲାପୀ ବଲରେ ଏହି ଦିବାରାତ୍ର ଟେଷ୍ଟମ୍ୟାଚ୍ ଆରମ୍ଗଭ କରିବାକୁ ଯାଉଛି। ଏହା ମଧ୍ୟରେ ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନ୍ ଏହି ମ୍ୟାଚକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିଛି। ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ସହରକୁ ଗୋଲାପୀ ରଙ୍ଗରେ ସଜାଇ ଦେଇଛି। ଏହି ମ୍ୟାଚ ଦେଖିବାକୁ ଗୃହମନ୍ତ୍ରୀ ଅମିତ ଶାହ, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ।

ଏହି ଐତିହାସିକ ମ୍ୟାଚର ଶୁଭାରମ୍ଭ ସୈନିକମାନେ ଇଡେନ ଗାର୍ଡେନରେ ହେଲିକପ୍ଟରେ ଓହ୍ଲାଇବା ସହିତ ଆରମ୍ଭ ହେବ, ଯେଉଁମାନେ କି ଦୁଇ କ୍ୟାପଟେନଙ୍କୁ ଗୋଲାନୀ ରଙ୍ଗର ବଲ୍ ଦେବେ। ଏହାପରେ ଶେଖ ହାସିନା ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଡେନର ଘଣ୍ଟି ବଜାଇ ମ୍ୟାଚର ଶୁଭାରମ୍ଭ କରିବେ।  ଏହି ମ୍ୟାଚ ସମୟରେ ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ସୁଟର ଅଭିନବ ବିନ୍ଦ୍ରା, ଟେନିସ୍ ଷ୍ଟାର ସାନିଆ ମିର୍ଜା, ବିଶ୍ବ ବ୍ୟାଡମିଟର ଚମ୍ପିଆନ ମହିଳା ଖେଳାଳି ପିଭି ସିନ୍ଧୁ ଓ ୬ଥର ବିଶ୍ବ ଚମ୍ପିଆନ୍ ବକ୍ସର ମ୍ୟାରିକମଙ୍କୁ ସମ୍ମାନିତ କରାଯିବ।

   ସମ୍ବନ୍ଧିତ ଖବର


ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆକୁ ଆଉ ମାତ୍ର ୧୬ ଦିନ : ଦିନସାରା ଅନ୍‌ଲାଇନ୍‌ରେ କସରତ

ବାରବାଟୀ ଦିନିକିଆ ଘଣ୍ଟାକରେ ଟିକେଟ୍‌ ଶେଷ

ବଲିଉଡର ଏହି ହିଟ୍ ଫିଲ୍ମ ହେଉଛି ସୌରଭ ଗାଙ୍ଗୁଲିଙ୍କର ସବୁଠାରୁ ପ୍ରିୟ, ଦେଖିବାପରେ ଦୂର ହୋଇଯାଏ ଟେନସନ୍

ଭାରତ ଅପେକ୍ଷା ଅଷ୍ଟ୍ରେଲିଆ ବୋଲିଂ ବିଭାଗ ଶକ୍ତିଶାଳୀ: ପଣ୍ଟିଂ